ETV Bharat / bharat

କର୍ଣ୍ଣାଟକରେ ବିଜେପିକୁ ପୁଣି ଝଟ୍‌କା: JDSରେ ମିଶିଲେ ଆୟାନୁର ମଞ୍ଜୁନାଥ, ଆଜି ଭରିବେ ନାମାଙ୍କନ

କର୍ଣ୍ଣାଟକରେ ବିଜେପିକୁ ପୁଣି ବଡ ଝଟ୍‌କା । ବିଜେପି ଛାଡି ଜେଡିଏସରେ ମିଶିଲେ ବରିଷ୍ଠ ନେତା ଆୟାନୁର ମଞ୍ଜୁନାଥ । ଅଧିକ ପଢନ୍ତୁ

author img

By

Published : Apr 20, 2023, 8:43 AM IST

ଜେଡିଏସରେ ମିଶିଲେ ଆୟାନୁର ମଞ୍ଜୁନାଥ
ଜେଡିଏସରେ ମିଶିଲେ ଆୟାନୁର ମଞ୍ଜୁନାଥ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଟିକେଟ୍ ବଣ୍ଟାକୁ ନେଇ ବିଜେପି ପାଇଁ ଅଡୁଆ ବଢିବାରେ ଲାଗିଛି । ଟିକେଟ୍ ପାଇନଥିବା ଅନେକ ଛାମୁଆ ନେତା ଦଳ ଛାଡି କଂଗ୍ରେସ ଓ ଜେଡିଏସରେ ମିଶୁଛନ୍ତି । ଏହାରି ଭିତରେ ବୁଧବାର ଦିନ ବରିଷ୍ଠ ବିଜେପି ନେତା ତଥା ବିଧାନ ପରିଷଦ ସଦସ୍ୟ ଆୟାନୁର ମଞ୍ଜୁନାଥ ମଧ୍ୟ ଦଳକୁ ବାଏ ବାଏ କହିଛନ୍ତି । ସେ ବିଜେପି ଛାଡି ଜେଡିଏସରେ ମିଶିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀଙ୍କ ଉପସ୍ଥିତିରେ ସେ ତାଙ୍କ ଦଳରେ ସାମିଲ ହୋଇଛନ୍ତି । ମଞ୍ଜୁନାଥଙ୍କୁ ଜେଡିଏସ୍ ଶିବମୋଗା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିବାବେଳେ ଆଜି ସେ ନିଜର ନାମାଙ୍କନ ଭରିବେ ।

ଆୟାନୁର ମଞ୍ଜୁନାଥ ବରିଷ୍ଠ ଲିଙ୍ଗାୟତ ନେତା ଅଟନ୍ତି । ସେ ବିଜେପି ଠାରୁ ଶିବମୋଗା ଆସନରୁ ଟିକେଟ୍ ଚାହୁଁଥିଲେ । ହେଲେ ଦଳ ଚନ୍ନବସପ୍ପାଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ବରିଷ୍ଠ ଲିଙ୍ଗାୟତ ନେତା ଗତକାଲି(ବୁଧବାର) ଏମଏଲସି ଓ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ସେ ହୁବାଲିସ୍ଥିତ ବାସବରାଜ ହୋରାଟ୍ଟିଙ୍କ ବାସଭବନରେ ପହଞ୍ଚି ନିଜର ଇସ୍ତଫା ପତ୍ର ଦାଖଲ କରିଥିଲେ ।

ବିଜେପି ଛାଡିବା ପରେ ମଞ୍ଜୁନାଥ କହିଛନ୍ତି, ''କେବଳ ଟିକେଟ୍ ନମିଳିବା କାରଣରୁ ମୁଁ ଇସ୍ତଫା ଦେଇନି । ସହରରେ ବିକାଶରେ ଯୋଗଦାନ ପାଇଁ ମୁଁ ଏହି ନିଷ୍ପତ୍ତି ନେଇଛି । ମୋତେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ଯାହା ମୁଁ ନିର୍ବାଚନ ସମୟରେ ଦେବି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ସମର୍ଥନରେ ବୟାନ ଦେଇଥିବା ମୁଁ ହେଉଛି ଏକମାତ୍ର ବ୍ୟକ୍ତି ।''

ଏହାମଧ୍ୟ ପଢନ୍ତୁ: Karnataka polls: କଂଗ୍ରେସର 40 ଜଣିଆ ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ସୋନିଆ, ରାହୁଲ, ଖଡଗେ ଓ ଶେଟ୍ଟର

୧୯୯୫ ନଭେମ୍ବର ୧୪ରେ ଆୟାନୁର ମଞ୍ଜୁନାଥଙ୍କ ଜନ୍ମ । ୨୦୧୦-୧୬ ଜୁଲାଇ ଯାଏଁ ସେ କର୍ଣ୍ଣାଟକରୁ ରାଜ୍ୟସଭା ସଦସ୍ୟ ଥିଲେ । ସେହିପରି କଂଗ୍ରେସ ନେତା ସାରେକୋପ୍ପା ବଙ୍ଗାରପ୍ପାଙ୍କ ହରାଇ ୧୨ତମ ଲୋକସଭାର ସଦସ୍ୟ ହୋଇଥିଲେ । ୧୯୯୪-୯୮ ପର୍ଯ୍ୟନ୍ତ ମଞ୍ଜୁନାଥ କର୍ଣ୍ଣାଟକ ବିଧାନସଭା ସଦସ୍ୟ ମଧ୍ୟ ଥିଲେ । ଆସନ୍ତା ନିର୍ବାଚନରେ ସେ ଜେଡିଏସ୍ ଟିକେଟରୁ ମୈଦାନକୁ ଓହ୍ଲାଇବେ ।

ପ୍ରକାଶଥାଉ କି, କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଦଳ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବାଦୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର, ପୂର୍ବତନ ବିଧାୟକ ଡୋଡାପ୍ପାଗୌଡା, ଏସ୍ ଅଙ୍ଗାରାଙ୍କ ସମେତ ଦଳର ଅନେକ ଟାଣୁଆ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ଯେଉଁମାନେ ନିର୍ବାଚନରେ ବିଜେପି ପ୍ରତି ବିପଦ ହୋଇପାରନ୍ତି ।

ଏହାମଧ୍ୟ ପଢନ୍ତୁ: Battle For Karnataka: ତିନି ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ ଅମିତ ଶାହ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.