ETV Bharat / bharat

ଆଜି ବେଙ୍ଗାଲୁରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ! ସଂଧ୍ୟାରେ ବିଧାୟକ ଦଳ ବୈଠକ

author img

By

Published : Jul 27, 2021, 2:24 PM IST

ଖୁବଶୀଘ୍ର ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପାଙ୍କ ଇସ୍ତଫା ପରେ ଏବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚାଲିଛି ଅଙ୍କକଷା ।

ଆଜି ବେଙ୍ଗାଲୁରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ
ଆଜି ବେଙ୍ଗାଲୁରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁର: ଖୁବଶୀଘ୍ର ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପାଙ୍କ ଇସ୍ତଫା ପରେ ଏବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚାଲିଛି ଅଙ୍କକଷା । ୟେଦିଙ୍କ ଉତ୍ତରାଧିକାରୀ ଚୟନ ପାଇଁ ଆଜି ବେଙ୍ଗାଲୁର ପହଞ୍ଚିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଶାନ ରେଡ୍ଡୀ ।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଶାନ ରେଡ୍ଡୀ ବେଙ୍ଗାଲୁରରେ ପହଞ୍ଚିବା ପରେ ବସିବ ବିଧାୟକ ଦଳ ବୈଠକ । ବିଧାୟକ ଦଳ ବୈଠକରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଘୋଷଣା ହୋଇପାରେ । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବେଙ୍ଗାଲୁର ସହର ସ୍ଥିତ ହୋଟେଲ କେପିଟଲରେ ବିଜେପି ବିଧାୟକ ଦଳ ବୈଠକ ବସିବ । ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଧ୍ୟକ୍ଷତା କରିବେ । ବୈଠକରେ ସମସ୍ତ ବିଧାୟକଙ୍କ ମତାମତ ନିଆଯିବ । ଏହାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନୂଆ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିପାରନ୍ତି । ତେବେ ବିଜେପିର ଯୋଜନା ଅନୁସାରେ ଆସନ୍ତା ଗୁରୁବାର ସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି ।

ସୂଚନାଯୋଗ୍ୟଯେ ଗତକାଲି (ସୋମବାର) କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ପୁଣି ଥରେ କର୍ଣ୍ଣାଟକବାସୀ ଖୁବଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀ ପାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.