ETV Bharat / bharat

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଘୋଷଣା, ମହାସମର ପୂର୍ବରୁ ହେବ ମହାପ୍ରସ୍ତୁତି

author img

By

Published : Oct 7, 2021, 5:41 PM IST

ଘୋଷଣା ହୋଇଛି ବିଜେପି ଜାତୀୟ କାର୍ଯ୍ୟକାରିଣୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲାଲ କୃଷ୍ଣ ଆଡଭାନୀ, ଡଃ. ମୁରଲୀ ମନୋହର ଜୋଶୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ, ପିୟୁଷ ଗୋୟଲଙ୍କ ସମେତ ୮୦ ଜଣ ଏହି କାର୍ଯ୍ୟକାରିଣୀରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଘୋଷଣା, ମହାସମର ପୂର୍ବରୁ ହେବ ମହାପ୍ରସ୍ତୁତି
ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଘୋଷଣା, ମହାସମର ପୂର୍ବରୁ ହେବ ମହାପ୍ରସ୍ତୁତି

ନୂଆଦିଲ୍ଲୀ: ନିର୍ବାଚନୀ ମହାସମର ପୂର୍ବରୁ ଗଠନ ହୋଇଛି ଭାରତୀୟ ଜନତା ପାର୍ଟିର ନୂଆ ଟିମ୍‌ । ଘୋଷଣା ହୋଇଛି ବିଜେପି ଜାତୀୟ କାର୍ଯ୍ୟକାରିଣୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲାଲ କୃଷ୍ଣ ଆଡଭାନୀ, ଡଃ. ମୁରଲୀ ମନୋହର ଜୋଶୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ, ପିୟୁଷ ଗୋୟଲଙ୍କ ସମେତ ୮୦ ଜଣ ଏହି କାର୍ଯ୍ୟକାରିଣୀରେ ସାମିଲ ହୋଇଛନ୍ତି ।

ଅନ୍ୟପକ୍ଷେ ୫୦ ବିଶେଷ ନିମନ୍ତ୍ରିତତ ଓ ୧୭୯ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ସାମିଲ ଅଛନ୍ତି । ତେବେ ମୋଟ୍‌ ୩୦୯ ସଦସ୍ୟଙ୍କୁ ନେଇ ଘୋଷଣା ହୋଇଛି ବିଜେପି ଜାତୀୟ କାର୍ଯ୍ୟକାରିଣୀ । ଏଥିରେ ଦଳର କେନ୍ଦ୍ରୀୟ ପଦାଧିକାରୀ, ସମସ୍ତ ମୋର୍ଚ୍ଚାର ଅଧ୍ୟକ୍ଷ, ସମସ୍ତ ରାଷ୍ଟ୍ରୀୟ ମୁଖପାତ୍ର, ସମସ୍ତ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଧାୟକ ଦଳର ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ସମସ୍ତ ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ, ସହ ପ୍ରଭାରୀ, ରାଜ୍ୟସଭା ଓ ଲୋକସଭାର ମୁଖ୍ୟ ସଚେତକ, ସଂସଦୀୟ କାର୍ଯ୍ୟାଳୟ ସଚିବ ସାମିଲ ହୋଇଛନ୍ତି ।

ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ସାଂସଦ ବସନ୍ତ କୁମାର ପଣ୍ଡା ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ସାମିଲ ହୋଇଛନ୍ତି । ସେପଟେ ଦେଢ ବର୍ଷ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ବଙ୍ଗ ନିର୍ବାଚନ ପୂର୍ବରୁ ପଦ୍ମ ଧରିଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ କାର୍ଯ୍ୟକାରିଣୀରେ ଜାଗା ଦିଆଯାଇଛି ।

ବିଜେପିର ନୂଆ ଟିମରେ ପ୍ରଧାନମନ୍ତ୍ରୀଙ୍କ ସମେତ ୮୦ ସଦସ୍ୟ ଏକଜିକ୍ୟୁଟିଭ ମେମ୍ବର ସାମିଲ ଅଛନ୍ତି । ଖାସ କଥା ହେଉଛି ମିଥୁନ ଚକ୍ରବର୍ତ୍ତୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଏକଜିକ୍ୟୁଟିଭ ମେମ୍ବର ହୋଇଛନ୍ତି । ସେହିପରି ୧୩ ଜଣ ଜାତୀୟ ଉପାଧ୍ୟକ୍ଷ, ୭ ଜଣ ଜାତୀୟ ମହାସଚିବ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.