ETV Bharat / bharat

ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନର ଜନ୍ମଦିନ ପାଳନ କରି ୬ ଅଟକ

author img

By

Published : Jan 15, 2023, 9:10 AM IST

ମହାଙ୍ଗା ପଡିଲା ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନର ଜନ୍ମଦିନ ପୋଷ୍ଟର ଲଗାଇବା । ୬ ଜଣଙ୍କୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

Birthday posters of don Chhota Rajan
Birthday posters of don Chhota Rajan

ମୁମ୍ବାଇ: ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନର ଜନ୍ମଦିନ ପୋଷ୍ଟର ଲଗାଇବାରୁ ଛଅ ଜଣଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ । ପୋଷ୍ଟରରେ ମୁମ୍ବାଇର ମଲାଦ ପୂର୍ବ କୁରାର ଗ୍ରାମର ଗଣେଷ ମଇଦାନରେ ରାଜନର ଜନ୍ମଦିନରେ ହେବାକୁ ଥିବା କବାଡି ଟୁର୍ଣ୍ଣାମେଣ୍ଟ ଉପରେ ଉଲ୍ଲେଖ ରହିଛି । ଏଥିସହ ରାଜନର ଫଟୋ ମଧ୍ୟ ଲାଗିଛି । ଏହି ପୋଷ୍ଟର ଭାଇରାଲ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟରକୁ ଉଠାଇ ଦେବା ସହ କବାଡି ଟୁର୍ଣ୍ଣାମେଣ୍ଟର ୬ ଜଣ ଆୟୋଜକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ବିଶେଷ ସୁତ୍ରରୁ ଜଣାପଡିଛି ଯେ, କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ବେଆଇନ ଭାବେ ଟଙ୍କା ଆସିଥିଲା । ବର୍ତ୍ତମାନ ୬ଜଣଙ୍କୁ ଅଟକ ରଖାଯାଇଥିବା ବେଳେ କବାଡି ଟୁର୍ଣ୍ଣାମେଣ୍ଟ ନେଇ ସେମାନଙ୍କୁ ପୋଲିସ ଅଧିକ ପଚରାଉଚରା ଚାଲିଥିବା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ଡେପୁଟି କମିଶନର ସ୍ମିତା ପାଟିଲ ଏନେଇ କହିଛନ୍ତି ଯେ, 'କୁରାର ଥାନାରେ ୬ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଆମେ ସେମାନଙ୍କୁ ପଚରାଉଚରା କରୁଛୁ । ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ।’ କବାଡି ଟୁର୍ଣ୍ଣାମେଣ୍ଟ ପାଇଁ ଟଙ୍କା କେଉଁଠୁ ଆସିଲା ସେନେଇ ମଧ୍ୟ ପଚରାଉଚରା କରାଯିବ ବୋଲି କହିଛନ୍ତି ଡେପୁଟି କମିଶନର ସ୍ମିତା ।

ଗତ ଜାନୁଆରୀ ୧୩ରୁ ୧୪ ତାରିଖ ରାତିରେ ଏହି ପୋଷ୍ଟର ଲଗାଯାଇଥିଲା । ପୋଷ୍ଟରରେ ଜାନୁଆରୀ ୧୪ ଏବଂ ୧୫ ସନ୍ଧ୍ୟା ୬ଟା ସମୟରେ କବାଡି ଟୁର୍ଣ୍ଣାମେଣ୍ଟ ହେବା ନେଇ ଉଲ୍ଲେଖ ରହିଥିଲା । ଯାହା ବର୍ତ୍ତମାନ ବାତିଲ ହୋଇଥିବା ଜଣାପଡିଛି । ଗତକାଲି କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇନଥିବା ବେଳେ ଆଜି ମଧ୍ୟ ହେବ ନାହିଁ ।

ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ ବର୍ତ୍ତମାନ ଜେଲରେ ରହିଛି । ଜଣେ ସାମ୍ବାଦିକଙ୍କୁ ହତ୍ୟା କରିବା ଅଭିଯୋଗରେ ଏହି ଦୁର୍ଦ୍ଦାନ୍ତ ଅପରାଧି ବର୍ତ୍ତମାନ ତିହାର ଜେଲରେ ସଜା କାଟୁଛି । ଦାଦାବଟି, ହତ୍ୟା ଅଭିଯୋଗ, ଡ୍ରଗ୍ସ କାରବାର ନେଇ ତା ବିରୋଧରେ ଅନେକ ଅଭିଯୋଗ ରହିଛି । ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଜଣେ ପ୍ରମୁଖ ସହଯୋଗୀ ଥିଲା ଛୋଟା ରାଜନ । ଗତ ୨୦୧୫ ମସିହାରେ ଛୋଟା ରାଜନକକୁ ଇଣ୍ଡୋନେସିଆରୁ ଗିରଫ କରାଯାଇଥିଲା । ମୁମ୍ବାଇର ବିଲ୍ଡର ବି.ଆର୍ ସେଟ୍ଟୀକୁ ଗୁଳି କରିବା ଅଭିଯୋଗରେ ୮ ବର୍ଷର ଜେଲ ଦଣ୍ଡ ଦିଆଯାଇଥିଲା ଛୋଟା ରାଜନକୁ । ଏହାସହ ଜାଲ ପାସପୋର୍ଟ ମାମଲାରେ ମଧ୍ୟ ତାକୁ ଜେଲ ଦଣ୍ଡାଦେଶ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.