ETV Bharat / bharat

World Economic Forum: ଭାରତ ଟୀକାକରଣ ଡ୍ରାଇଭକୁ ବିଲ ଗେଟ୍ସଙ୍କ ଭୂୟସୀ ପ୍ରଶଂସା

author img

By

Published : May 29, 2022, 9:07 AM IST

ସ୍ବିଜରଲ୍ୟାଣ୍ଡରେ ଆୟୋଜିତ ବିଶ୍ବ ଅର୍ଥନୈତିକ ଫୋରମରେ ଯୋଗ ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ବିଲ ଗେଟ୍ସଙ୍କ ସହିତ ଆଲୋଚନା କରିଛନ୍ତି । ଏହି ବୈଠକରେ ଗେଟ୍ସ ଭାରତ ଟୀକାକରଣ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

World Economic Forum: ଭାରତ ଟୀକାକରଣ ପ୍ରକ୍ରିୟାକୁ ବିଲ ଗେଟ୍ସଙ୍କ ଭୂୟସୀ ପ୍ରଶଂସା

ବର୍ଣ୍ଣ: ସ୍ବିଜରଲ୍ୟାଣ୍ଡର ଡେଭୋସ ଠାରେ ଆୟୋଜିତ ବିଶ୍ବ ଅର୍ଥନୈତିକ ଫୋରମ(World Economic Forum)ରେ ଭାରତ ଟୀକାକରଣ ପ୍ରକ୍ରିୟା(India's Vaccination Drive)କୁ ଭୂୟସୀ ପ୍ରଶଂସା କଲେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ତଥା ଦୁନିଆର ସବୁଠୁ ଧନୀ ବ୍ୟକ୍ତି ବିଲ ଗେଟ୍ସ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡଭିୟାଙ୍କ ସହିତ ଏକ ବୈଠକରେ ଆଲୋଚନା କରିବା ସମୟରେ ଗେଟ୍ସ ଏ ସମ୍ପର୍କରେ କହିଛନ୍ତି ।

  • It was great to meet Dr @mansukhmandviya and exchange perspectives on global health. India's success with the vaccination drive and the use of technology to drive health outcomes at scale offers many lessons for the world.

    — Bill Gates (@BillGates) May 28, 2022 " class="align-text-top noRightClick twitterSection" data=" ">

ଗେଟ୍ସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କହିଛନ୍ତି ଯେ, ଡ. ମନସୁଖଙ୍କ ସହ ଏକ ଫଳପ୍ରଦ ବୈଠକ ହୋଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟର ବିଭିନ୍ନ ଦିଗ ସମ୍ପର୍କରେ ସେମାନେ ଆଲୋଚନା କରିଛନ୍ତି । ଭାରତର ଟୀକାକରଣ ପ୍ରକ୍ରିୟାର ସଫଳତାଠାରୁ ବିଶ୍ବ ଅନେକ କିଛି ଶିଖିଛି । ମହାମାରୀ ସମୟରେ ଭାରତ ନିଜ ଆଧୁନିକ ପ୍ରଯୁକ୍ତିବିଦ୍ୟା, ମେଡିକାଲ ଜ୍ଞାନକୌଶଳ ବ୍ୟବହାର କରି ଏହା ସହିତ ଲଢିଥିଲା । ଏଥିରେ ବିଶ୍ବ ଅନେକ ଶିକ୍ଷା ଲାଭ କରିଛି ।

ଏହା ବି ପଢନ୍ତୁ- Covid-19 Vaccine: ୮୮ ପ୍ରତିଶତ ପ୍ରାପ୍ତ ବୟସ୍କ ନେଇସାରିଲେଣି ଉଭୟ ଡୋଜ୍‌ ଟିକା

ଏହି ବୈଠକ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ନିଜ ଟ୍ବିଟର ଆକାଉଣ୍ଟରେ କିଛି ଫଟୋ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏ ନେଇ ମନସୁଖ କହିଛନ୍ତି ଯେ, ‘ବିଶ୍ବ ଅର୍ଥନୈତିକ ଫୋରମରେ ବିଲ ଗେଟ୍ସଙ୍କୁ ଭେଟିବା ପରେ ସେ ଆନନ୍ଦିତ । ସେ କୋଭିଡ଼ ମହାମାରୀ ପରିଚାଳନାରେ ଭାରତର ସଫଳ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।’ ତେବେ ସେମାନେ ସ୍ବାସ୍ଥ୍ୟସେବା ସମ୍ପର୍କରେ ଅନେକ କଥା ଆଲୋଚନା କରିଥିଲେ ।

ଏହାସହିତ ଡିଜିଟାଲ ସ୍ବାସ୍ଥ୍ୟ ସେବାକୁ ପ୍ରୋତ୍ସାହନ ଦେବା ସହ ରୋଗ ନିୟନ୍ତ୍ରଣ ପରିଚାଳନା, ଆଞ୍ଚଳିକ mRNA କ୍ରିଏସନ ହବ୍‌ ଓ ସୁଲଭ ମୂଲ୍ୟରେ ବିକଶିତ ମେଡିକାଲ ଡିଭାଇସ ଓ ଡାଇଗ୍ନୋଷ୍ଟିକ ଯୋଗାଇବା ଲାଗି ସେମାନେ ଆଲୋଚନା କରିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.