ମାଲକାନଗିରି: ଛତିଶଗଡ ବିଜାପୁର ନକ୍ସଲ ଆକ୍ରମଣ ଘଟଣାକୁ ନେଇ ବୟାନ ଜାରି କରିଛି ମାଓ ସଂଗଠନ । ପ୍ରେସ ବିଜ୍ଞପ୍ତି ଜାରି କରି ଆକ୍ରମଣକୁ ନେଇ ନିଜକୁ ଦାୟୀ କରିଛି କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ) । ମାଓ ସଂଗଠନ ପକ୍ଷରୁ ଜାରି ବୟାନରେ ନିଖୋଜ କୋବ୍ରା ବାଟାଲିୟନ ଯବାନକୁ ପଣବନ୍ଦୀ ନେଇ ସ୍ପଷ୍ଟ କରାଯାଇଛି ।


DKSZC ଦଣ୍ଡକାରଣ୍ୟ ସବ ଜୋନାଲ କମିଟି ମୁଖପାତ୍ର ପକ୍ଷରୁ ଏହି ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ପୋଲିସ ମାଓବାଦୀ ଗୁଳିବିନିମୟରେ 4 ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛନ୍ତି ।


ମାଓ ସଂଠନର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, 24 ଯବାନ ମୃତ୍ୟୁ ନେଇ ଦାବି କରାଯାଇଛି । 2020ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ 150 ଗ୍ରାମୀଣଙ୍କୁ ମାରିଥିବା ଦାବି କରିଛି ମାଓ ସଙ୍ଗଠନ। ଏହାସହିତ ଯବାନଙ୍କ ଠାରୁ ଲୁଟିଥିବା ଅସ୍ତ୍ରଶସ୍ତ୍ର ଆଉ ମାଓବାଦୀଙ୍କ ଫଟୋ ଜାରି କରିଛି ସଂଗଠନ ।
ଅପହୃତ ସିଆରପିଏଫ କୋବ୍ରା ଯବାନ ସୁରକ୍ଷିତ ଥିବା ପୁଣି ଫୋନ କରି ଗଣମାଧ୍ୟମକୁ ଜଣାଇଛନ୍ତି ମାଓବାଦୀ । ବହୁଶୀଘ୍ର ଅପହୃତ ଯବାନଙ୍କୁ ମାଓ କବଜାରୁ ମୁକ୍ତ କରାଯିବା ନେଇ ବିକଳ୍ପ ଦେଇଛନ୍ତି ମାଓ ନେତା । ସରକାର ଖୁବଶୀଘ୍ର ମଧ୍ୟସ୍ଥତା ସ୍ଥିର କରିବା ପାଇଁ ମାଓବାଦୀ ଅପିଲ କରିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ