ETV Bharat / bharat

ବିହାର ମତଗଣନା: 1554 ଭୋଟରେ ମହାମେଣ୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଆଗୁଆ

author img

By

Published : Nov 10, 2020, 1:03 PM IST

ରାଘୋପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିବା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥି ତଥା ଆରଜେଡି ନେତା ତେଜସ୍ବୀ ଯାଦବ ଆଗରେ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବିହାର ମତଗଣନା: 1554 ଭୋଟରେ ମହାମେଣ୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ

ପାଟନା: ବିହାର ବିଧାନସଭା ନିର୍ବାଚନରେ ଜାରି ରହିଛି ମତଗଣନା । ମହାମେଣ୍ଟ ଓ ଏନଡିଏ ମଧ୍ୟରେ ଦେଖିବାକୁ ମିଳୁଛି କଡା ଟକ୍କର । ଏଭଳି ସ୍ଥିତିରେ ରାଘୋପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିବା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥି ତଥା ଆରଜେଡି ନେତା ତେଜସ୍ବୀ ଯାଦବ ଆଗରେ ଥିବା ଜଣାପଡିଛି ।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ତେଜସ୍ବୀ ନିଜ ପ୍ରତିଦ୍ବନ୍ଦ୍ବୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥି ସତିଶ କୁମାରଙ୍କ ଠାରୁ 1554 ଭୋଟରେ ଆଗୁଆ ଅଛନ୍ତି । ବିହାର ବିଧାନସଭାର ମୋଟ 243 ଆସନରୁ 242 ଆସନର ଟ୍ରେଣ୍ଡ୍‌ ଆସିସାରିଥିବା ବେଳେ ବିଜେପି 70ଟି ଆସନରେ ଆଗୁଆ ରହିଛି । ସେହିପରି ଏନଡିଏର ସହଯୋଗୀ ଜନତା ଦଳ ୟୁନାଇଟେଡ(ଜେଡିୟୁ) 48 ଆସନରେ ଆଗରେ ଥିବା ଜଣାପଡିଛି ।

ଅନ୍ୟପକ୍ଷେ ମହାମେଣ୍ଟରେ ଥିବା ଆରଜେଡି 62 ଆସନ, କଂଗ୍ରେସ 20 ଆସନ ଓ ବାମ ଦଳ 19ଟି ଆସନରେ ଆଗରେ ଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.