ପାଟନା: ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ ମହାମେଣ୍ଟର ନେତା ନିର୍ବାଚିତ ହୋଇଛନ୍ତି JDU ମୁଖ୍ୟ ନୀତିଶ କୁମାର । ରୁଦ୍ଧଦ୍ବାର ବୈଠକ ପରେ ସାମ୍ନାକୁ ଆସିଛି ନୀତିଶ କୁମାର ଓ ତେଜସ୍ବୀ ଯାଦବଙ୍କ ମିଳିତ ପ୍ରେସମିଟ । ନିଜ ପାଖରେ ମହାମେଣ୍ଟର ମୋଟ 164 ବିଧାୟକଙ୍କ ସମର୍ଥନ ରହିଥିବା ଓ ସେ ଏହି ସମର୍ଥନପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ନୀତିଶ କହିଛନ୍ତି । ଏହି ବିଧାୟକମାନେ ମୋଟ 7 ଟି ଦଳରୁ ରହିଛନ୍ତି ଓ ସେମାନଙ୍କ ମଧ୍ୟରେ ଜଣେ ସ୍ବାଧୀନ ବିଧାୟକ ମଧ୍ୟ ରହିଥିବା ମଧ୍ୟ ସୂଚନା ମିଳିଛି ।
ନୀତିଶ କହିଛନ୍ତି, ‘‘164 ବିଧାୟକଙ୍କ ସମର୍ଥନପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛୁ । ଶପଥ ଗ୍ରହଣ ସମାରୋହ ନେଇ ରାଜଭବନ ପକ୍ଷରୁ ସୂଚନା ମିଳିବ । ଏନଡିଏ ଛାଡିବା ପାଇଁ ଜେଡିୟୁ ବିଧାୟକ ଓ ବିଧାନ ପରିଷଦ ସଦସ୍ୟମାନେ ବିଚାର କରିଥିଲେ । ସେ କେବଳ ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି । ତେବେ 2024ରେ ଜାତୀୟ ରାଜନୀତିରେ ତାଙ୍କର ଭୁମିକା ନେଇ ପ୍ରଶ୍ନକୁ ସେ ଏଡାଇଯାଇଥିଲେ ।
-
I came here to meet Governor and gave my resignation. There are 7 parties including 164 MLAs along with Independents in Mahagathbandahan: Nitish Kumar at a joint presser with Tejashwi Yadav after meeting Governor pic.twitter.com/yg2Xp5NFmr
— ANI (@ANI) August 9, 2022 " class="align-text-top noRightClick twitterSection" data="
">I came here to meet Governor and gave my resignation. There are 7 parties including 164 MLAs along with Independents in Mahagathbandahan: Nitish Kumar at a joint presser with Tejashwi Yadav after meeting Governor pic.twitter.com/yg2Xp5NFmr
— ANI (@ANI) August 9, 2022I came here to meet Governor and gave my resignation. There are 7 parties including 164 MLAs along with Independents in Mahagathbandahan: Nitish Kumar at a joint presser with Tejashwi Yadav after meeting Governor pic.twitter.com/yg2Xp5NFmr
— ANI (@ANI) August 9, 2022
ନୂତନ ଭାବେ ଗଠନ ହେବାକୁ ଥିବା ସରକାରରେ ଉପ ମୁଖ୍ୟମନ୍ତ୍ର ପଦ ଗ୍ରହଣ କରିବାକୁ ଯାଉଥିବା ଯାଉଥିବା ଆରଜେଡି ତେଜସ୍ବୀ ଯାଦବ ବିଜେପି ଉପରେ ଖୁବ ବର୍ଷିଛନ୍ତି । ତେଜସ୍ବୀ କହିଛନ୍ତି, ‘‘ବିଜେପିର ମୂଳ ଏଜେଣ୍ଡା ହେଉଛି, କ୍ଷେତ୍ରୀୟ ପାର୍ଟିଙ୍କ ଅସ୍ଥିତ୍ବକୁ ସମ୍ପୂର୍ଣ୍ଣ ସମାପ୍ତ କରିବା । ବିହାରବାସୀ ସେପରି ହେବାକୁ ଦେବେ ନାହିଁ । ଉତ୍ତର ଭାରତ ତଥା ହିନ୍ଦୀ ବେଲ୍ଟରେ ବିଜେପିର କେହି ଆଞ୍ଚଳିକ ସହଯୋଗୀ ଦଳ ନାହିଁ । ବିଜେପି ପଞ୍ଜାବ ଓ ମହାରାଷ୍ଟ୍ରରେ କ’ଣ କଲା ଓ ଝାଡଖଣ୍ଡରେ କ’ଣ କରୁଛି ତାହା ପୁରା ଦେଶ ଦେଖୁଛି ।’’
ଆହୁରି ମଧ୍ୟ ସେ କହିଛନ୍ତି, ‘‘ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠାତା ଲାଲୁ ଯାଦବ ଆଡଭାନୀଙ୍କ ରଥକୁ ରୋକିଥିଲେ । ଆମେ କେବେ ହେଲେ ଆମ ବିଚାରଧାରାରୁ ଓହରିବୁ ନାହିଁ । ବିହାରବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଜେପିକୁ କ୍ଷମତାକୁ ଦୂରରେ ରଖିବା ପାଇଁ ସମଗ୍ର ରାଜ୍ୟ ଚାହୁଁଥିଲା । ତାହା ଆଜି ବାସ୍ତବରେ ପୂରଣ ହୋଇଥିବାରୁ ନୀତିଶ କୁମାରଙ୍କୁ ଧନ୍ୟବାଦ । ଗଠନ ହେବାକୁ ଥିବା ସରକାର ବିହାରବାସୀଙ୍କ ପାଇଁ ଜାତୀୟ ସ୍ବାର୍ଥରେ କାମ କରିବ ।’’ ସେହିପରି ପୂର୍ବରୁ ତାଙ୍କ ଦଳ ଓ ନୀତିଶଙ୍କ ମଧ୍ୟରେ ଥିବା ମତଭେଦକୁ ଅତି ସ୍ବାଭାବିକ ବୋଲି ଦର୍ଶାଇବା ଆମେ ଦାଦା-ପୁତୁରା ବୋଲି କହିଛନ୍ତି ତେଜସ୍ବୀ । ସମଗ୍ର ଦେଶରେ ନୀତିଶ କୁମାର ହିଁ ସବୁଠି ଅନୁଭବୀ ମୁଖ୍ୟମନ୍ତ୍ରୀ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି ତେଜସ୍ବୀ ।
-
Across the Hindi heartland, BJP does not have any alliance partner, history tells that BJP destroys the parties with whom it forms an alliance. We did see that happening in Punjab & Maharashtra: RJD leader Tejashwi Yadav pic.twitter.com/qs3JPYL2MF
— ANI (@ANI) August 9, 2022 " class="align-text-top noRightClick twitterSection" data="
">Across the Hindi heartland, BJP does not have any alliance partner, history tells that BJP destroys the parties with whom it forms an alliance. We did see that happening in Punjab & Maharashtra: RJD leader Tejashwi Yadav pic.twitter.com/qs3JPYL2MF
— ANI (@ANI) August 9, 2022Across the Hindi heartland, BJP does not have any alliance partner, history tells that BJP destroys the parties with whom it forms an alliance. We did see that happening in Punjab & Maharashtra: RJD leader Tejashwi Yadav pic.twitter.com/qs3JPYL2MF
— ANI (@ANI) August 9, 2022
ଅପରାହ୍ନରେ ରାଜଭନରେ ପହଞ୍ଚି ନିଜ ଇସ୍ତାଫା ପତ୍ର ଦେବା ପରେ ସିଧା ରାବିଡି ଦେବୀଙ୍କ ବାସଭବନରେ ପହଞ୍ଚିଥିଲେ ନୀତିଶ କୁମାର । ସେଠାରେ ସେ ଆରଜେଡି ନେତା ତେଜସ୍ବୀ ଯାଦାବଙ୍କ ସହ କିଛି ସମୟ ରୁଦ୍ଧଦ୍ବାର ବୈଠକ ମଧ୍ୟ କରିଥିଲେ । ତାର କିଛି ସମୟ ପରେ ସେ ଗଣମାଧ୍ୟମରେ ମହାଗଠବନ୍ଧନର ସମର୍ଥନ କଥା ସ୍ପଷ୍ଟ କରିଛନ୍ତି । ସେ 7 ଦଳର ମୋଟ 164 ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବା ନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ଓ ଖୁବଶୀଘ୍ର ସରକାର ଗଠନ କରବା ନେଇ ଦମ୍ଭୋକ୍ତି ମଧ୍ୟ ଦେଖାଇଛନ୍ତି । ଏପରି ସ୍ଥଳେ ବିଜେପି କେବଳ ନୀତିଶଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବା ସହ ଚୁପ ରହିଛି । ଏସବୁ ମଧ୍ୟରେ ରାଜ୍ୟପାଳଙ୍କ ନିର୍ଣ୍ଣୟ ଉପରେ ସମସ୍ତଙ୍କ ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ