ETV Bharat / bharat

ବିହାର ମନ୍ତ୍ରୀ ତେଜ ପ୍ରତାପ ଯାଦବ ହସ୍ପିଟାଲରେ ଭର୍ତ୍ତି

ବିହାର ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ବିହାର ମନ୍ତ୍ରୀ ତେଜ ପ୍ରତାପ ଯାଦବ ହସ୍ପିଟାଲରେ ଭର୍ତ୍ତି
ବିହାର ମନ୍ତ୍ରୀ ତେଜ ପ୍ରତାପ ଯାଦବ ହସ୍ପିଟାଲରେ ଭର୍ତ୍ତି
author img

By

Published : Jul 20, 2023, 7:50 AM IST

ପାଟନା: ବିହାରର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଛି । ଗତକାଲି(ବୁଧବାର) ଅପରାହ୍ନରେ ହଠାତ୍ ତାଙ୍କ ଛାତିରେ ଖୁବ୍ ଯନ୍ତ୍ରଣା ହେବାରୁ ତେଜ ପ୍ରତାପଙ୍କୁ ପାଟନା ସ୍ଥିତ ମେଡିଭର୍ସାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତର ତାଙ୍କୁ ଆଇସିୟୁରେ ରଖିଛନ୍ତି । ଏକ ଡାକ୍ତରୀ ଟିମ୍ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । ତେଜ ପ୍ରତାପଙ୍କ ସ୍ବାସ୍ଥ୍ୟକୁ ନେଇ ଲାଲୁ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଛାତିରେ ଯନ୍ତ୍ରଣା ପରେ ହସ୍ପିଟାଲରେ ଭର୍ତ୍ତି: ପାରିବାରିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ହଠାତ୍ ତେଜ ପ୍ରତାପ ଯାଦବଙ୍କ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଏନେଇ ଡାକ୍ତରଙ୍କ ସହ ସମ୍ପର୍କ କରାଯିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିଭର୍ସାଲ ହସ୍ପିଟାଲ ନିଆଯାଇଥିଲା । ସେ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାର ସୂଚନା ମିଳିଛି । ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ବାସ୍ଥ୍ୟ ଉପରେ ଲଗାତାର ନିଜର ରଖିଛନ୍ତି । ଅନ୍ୟପଟେ ତେଜ ପ୍ରତାପଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଏ ପର୍ଯ୍ୟନ୍ତ ଲାଲୁ ପରିବାର କିମ୍ବା ଆରଜେଡି ପକ୍ଷରୁ କୌଣସି ପ୍ରକାର ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବଡ ପୁଅ ରାଜ୍ୟର ଜଙ୍ଗଲ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କୁ ସରକାରୀ କ୍ବାର୍ଟର ମିଳିଛି । ହେଲେ ସେ ବାପାମାଆଙ୍କ ସହ ପାଟନା ରାବ୍ରୀ ନିବାସରେ ରହୁଛନ୍ତି । ଗତବର୍ଷ ଅଗଷ୍ଟ ୧୬ରେ ତେଜ ପ୍ରତାପ ବିହାର କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କ ସାନ ଭାଇ ତେଜସ୍ବୀ ଯାଦବ ଏବେ ବିହାର ଉପମୁଖ୍ୟମନ୍ତ୍ରୀ ଅଛନ୍ତି । ତେବେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ପରିବାର ଅଡୁଆରେ ଫସିଛନ୍ତି ।

ଏହାମଧ୍ୟ ପଢନ୍ତୁ: ମୁଁ କୌଣସି ପଦବୀ ଚାହୁଁନାହିଁ, INDIA ସପକ୍ଷରେ ଜନମତ ଯିବ: ନୀତିଶ କୁମାର

ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ନିଜର ଖାସ୍ ଅନ୍ଦାଜ ଓ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବେ କୃଷ୍ଣଙ୍କ ବେଶ ଧାରଣ କରନ୍ତି ତ କେତେବେଳେ ମହାଦେବଙ୍କ ପୋଷାକ ପିନ୍ଧି ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥାନ୍ତି । ଗାଁ ନଳକୂପରେ ଗାଧୋଇବା ଠାରୁ ନେଇ ଗାଈ କ୍ଷୀର କାଢିବା ଭଳି ତାଙ୍କର ଦେଶୀ ଅନ୍ଦାଜ ମଧ୍ୟ ଦେଖିବାକୁ ମିଳେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.