ETV Bharat / bharat

Land for jobs scam case: ସିବିଆଇରେ ହାଜର ହେଲେ ତେଜସ୍ବୀ ଯାଦବ - ଲ୍ୟାଣ୍ଡ ଫର ଜବ ସ୍କାମ

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସିବିଆଇରେ ହାଜର ହେଲେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଅଧିକ ପଢନ୍ତୁ

Land for jobs scam case
Land for jobs scam case
author img

By

Published : Mar 25, 2023, 11:23 AM IST

Updated : Mar 25, 2023, 1:07 PM IST

ପାଟନା: ଚାକିରି ପାଇଁ ଜମି ଦୁର୍ନୀତି ମାମଲା । ସିବିଆଇରେ ପୁଣି ହାଜର ହେଲେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଆଜି ତାଙ୍କୁ ହାଜର ପାଇଁ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଥିଲା । ତୃତୀୟ ଥର ପାଇଁ ଆଜି ସେ ସିବିଆଇରେ ହାଜର ହୋଇଛନ୍ତି । ଅନ୍ୟପଟେ ଏହି ମାମଲାରେ ଆରଜେଡି ସାଂସଦ ମିଶା ଭାରତୀ ଇଡିରେ ହାଜର ହୋଇଛନ୍ତି । ତେବେ ସିବିଆଇ ଅଫିସରେ ହାଜର ହେବା ପୂର୍ବରୁ ସେ କହିଥିଲେ, "ଆମେ ସର୍ବଦା ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିଆସୁଛୁ । କିନ୍ତୁ ଦେଶର ପରିସ୍ଥିତି ଏମିତି ହୋଇଯାଇଛି ଯେ ମୁକାବିଲା କରିବା କଷ୍ଟକର ହୋଇପଡୁଛି । ହେଲେ ଆମେ ହାର ନମାନି ଲଢେଇ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଆମେ ନିଶ୍ଚୟ ଜିତିବୁ ।"

  • Delhi: Bihar Deputy CM Tejashwi Yadav reaches CBI office.

    He will appear before CBI for questioning in connection with the land for job scam case. pic.twitter.com/RxjH09fXBx

    — ANI (@ANI) March 25, 2023 " class="align-text-top noRightClick twitterSection" data=" ">

ପ୍ରକାଶଥାଉକି, ପୂର୍ବରୁ ମାର୍ଚ୍ଚ ୧୦ ତାରିଖରେ ତେଜସ୍ବୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତାଙ୍କୁ ଦୀର୍ଘ ୧୧ ଘଣ୍ଟା ଧରି ଜେରା କରାଯାଇଥିଲା । ଏହାର ଗୋଟିଏ ଦିନ ପରେ ଅର୍ଥାତ ୧୧ ତାରିଖରେ ଆଇଜେଡି ନେତାଙ୍କୁ ପୁଣି ଥରେ ସମନ ଜାରି କରିଥିଲା ସିବିଆଇ । କିଛିଦିନ ପୂର୍ବରୁ ସିବିଆଇ ତାଙ୍କର ବାପା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ମାଆ ରାବେଡି ଦେବୀଙ୍କୁ ମାରାଥନ ଜେରା କରିଥିଲା । ଇଡି ଗତ ୧୦ ତାରିଖରେ ଲାଲୁଙ୍କ ୩ ଝିଅଙ୍କ ସମେତ ସମ୍ପର୍କୀୟଙ୍କ ଦିଲ୍ଲୀ, ଏନସିଆର ଓ ବିହାରରେ ରହିଥିବା ୧୫ରୁ ଅଧିକ ସ୍ଥାନରେ ଛାନଭିନ କରିଥିଲା ।

ଏହା ମଧ୍ୟ ପଢନ୍ତୁ: Karnataka Assembly Polls: କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି, ବରୁଣରୁ ଲଢିବେ ସିଦ୍ଧରମୈୟା

କ'ଣ ଏହି ଲ୍ୟାଣ୍ଡ ଫର ଜବ ସ୍କାମ: ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ମସିହା ଯାଏଁ ମନମୋହନ ସିଂ ସରକାରରେ ରେଳମନ୍ତ୍ରୀ ଦାୟିତ୍ବରେ ଥିଲେ । ସେହି ସମୟରେ ସେ ରେଳ ବିଭାଗରେ ଚାକିରି ଦେବା ପାଇଁ ଲାଞ୍ଚ ଭାବେ ଜମି ନେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଲାଲୁଙ୍କ ସମେତ ପତ୍ନୀ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବେଡି ଦେବୀ, ସାଂସଦ ଝିଅ ମିସା ଭାରତୀ, ରେଳବାଇର ତତ୍କାଳୀନ ଜେନେରାଲ ମ୍ୟାନେଜରଙ୍କ ସମେତ ୧୪ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା । ସିବିଆଇକୁ ଏହି ଘଟଣାର ତଦନ୍ତ ଭାର ଦିଆଯାଇଥିବା ବେଳେ ସମନ ବିରୋଧ କରି ଦିଲ୍ଲୀ ହାଇକୋର୍ଟ ମଧ୍ୟ ଯାଇଥିଲେ ତେଜସ୍ବୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 25, 2023, 1:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.