ETV Bharat / bharat

ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବକୁ ଗଲେ ନାହିଁ ନୀତିଶ କୁମାର

ରାଷ୍ଟ୍ରପତି ଦ୍ରୌପଦୀମ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବକୁ ଗଲେ ନାହିଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିଜେପି ଠାରୁ ଦୂରତା ଗ୍ରହଣ କରୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା । ଖଣ୍ଡନ କଲା JDU । ଅଧିକ ପଢନ୍ତୁ

author img

By

Published : Jul 25, 2022, 9:35 PM IST

ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବକୁ ଗଲେ ନାହିଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଆଜି (ସୋମବାର) ସଂସଦର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ସମାପିତ ହୋଇଛି । କାର୍ଯ୍ୟକ୍ରମରେ ଶାସକ ବିରୋଧୀ ସମସ୍ତେ ଅଂଶଗ୍ରହଣ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନାହାନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ବିଜେପିର ସହଯୋଗୀ ଦଳ JDU ମୁଖ୍ୟ ନୀତିଶ କୁମାର ।

ଆଜି ଶପଥ ଗ୍ରହଣ ସମାରୋହରେ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନ ବିଚାରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ବିଭିନ୍ନ ଦଳର ବହୁ ବରିଷ୍ଠ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ତେବେ ନୀତିଶଙ୍କ ଅନୁପସ୍ଥିତିର କାରଣ ସମ୍ପର୍କରେ ଦଳ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିବା ବେଳେ ରାଜନୈତିକ ମହଲରେ କିନ୍ତୁ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଆଜିର ଘଟଣାକୁ ନେଇ ବିରୋଧୀଙ୍କୁ ବିଜେପି-ଜେଡିୟୁ ସମ୍ପର୍କ ଉପରେ ପ୍ରଶ୍ନ କରିବାର ସୁଯୋଗ ମଧ୍ୟ ମିଳିଛି ।

ଗତ କିଛି ଦିନ ମଧ୍ୟରେ ନୀତିଶଙ୍କ ଜେଡିୟୁ ଓ ବିଜେପି ସମ୍ପର୍କରେ ଭଲ ସମ୍ପର୍କ ନଥିବା ପରି କିଛି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ନୀତିଶ ବିଜେପି ସମର୍ଥନରେ ସରକାର କରିଥିଲେ ସୁଦ୍ଧା ପୂର୍ବପରି ଉଭୟ ଦଳ ମଧ୍ୟରେ ସୁସମ୍ପର୍କ ନଥିବା ମଧ୍ୟ ଚର୍ଚ୍ଚା ହୋଇଆସୁଛି । ତେବେ ବିହାରର ବିରୋଧୀ ଦଳ ଆରଜେଡି ଏହି ପ୍ରସଙ୍ଗ ନେଇ ଯେଡିୟୁକୁ ଘେରିବା ପରେ ଦଳ ପକ୍ଷରୁ ମଧ୍ୟ ଉତ୍ତର ଆସିଛି । ପୂର୍ବତନ ମନ୍ତ୍ରୀ ନୀରଜ କୁମାର କହିଛନ୍ତି,‘‘ଜେଡିୟୁୁ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ନେଇ ସମର୍ଥନ ଦେଇସାରିଥିବା ବେଳେ ମତାନ୍ତର କଥା ଆସିଲା କେଉଁଠୁ । ତେଣୁ ଏପ୍ରକାର ଚର୍ଚ୍ଚାର କୌଣସି ଆଧାର ନାହିଁ ।’’

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ମିଳିଥିବା ସୂଚନା ଅନୁସାରେ ନୀତିଶଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଦିଲ୍ଲୀ ଗସ୍ତ କରିପାରି ନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.