ETV Bharat / bharat

ଦିଲ୍ଲୀରେ ଶରଦ ପାଓ୍ୱାରଙ୍କୁ ଭେଟିଲେ ନୀତିଶ

author img

By

Published : Sep 7, 2022, 6:31 PM IST

4 ଦିନିଆ ଦିଲ୍ଲୀ ଗସ୍ତରେ ଥିବା ନୀତିଶ କୁମାର ଆଜି ଶରଦ ପାଓ୍ବାରଙ୍କୁ ଭେଟିଲେ (Nitish Kumar meets Sharad Pawar) । କହିଲେ ବିଜେପି କାମ କରୁନି, ଆବଶ୍ୟକ ରହିଛି ବିରୋଧୀ ଏକତା । ଅଧିକ ପଢନ୍ତୁ

ଦିଲ୍ଲୀରେ ଶରଦ ପାଓ୍ବରଙ୍କୁ ଭେଟିଲେ ନୀତିଶ
ଦିଲ୍ଲୀରେ ଶରଦ ପାଓ୍ବରଙ୍କୁ ଭେଟିଲେ ନୀତିଶ

ନୂଆଦିଲ୍ଲୀ: 2024 ସାଧାରଣ ନିର୍ବାଚନ ଯେତିକି ପାଖଉଛି, ଜାତୀୟ ରାଜନୀତି ସେତିକି ଜୋର ଧରିବାରେ ଲାଗିଛି । ପ୍ରଦେଶ କାର୍ଯ୍ୟକାରିଣୀ ସାରି 4 ଦିନିଆ ଦିଲ୍ଲୀ ଗସ୍ତରେ ବାହାରିଥିବା ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜଣେ ପରେ ଜଣେ ନେତାଙ୍କୁ ଭେଟିବା ପରେ ଆଜି (ବୁଧବାର) ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟି ଆଲୋଚନା କରିଛନ୍ତି (Nitish Kumar meets Sharad Pawar)। ଏହା ପୂର୍ବରୁ ନୀତିଶ ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟି ଆଲୋଚନା କରି ସାରିଛନ୍ତି । ସେ ମଧ୍ୟ CPIM ମହାସଚିବ ସୀତାରାମ ୟାଚୁରୀ ଓ CPI ସାଧାରଣ ସମ୍ପାଦକ ଡି.ରାଜାଙ୍କୁ ଭେଟି ଆଲୋଚନା କରିଛନ୍ତି ।

  • There was a very good conversation. These (BJP) people are not doing any work. It is important to get united. I just want most of the opposition to get untied. If (the opposition) gets united then it will be in the country's interest: Bihar CM Nitish Kumar after meeting NCP chief https://t.co/JKPGwOG6ln pic.twitter.com/bJhNzXsPKo

    — ANI (@ANI) September 7, 2022 " class="align-text-top noRightClick twitterSection" data=" ">

ପାଟନାରେ ଆୟୋଜିତ ବିହାର ଜେଡିୟୁର ପ୍ରଦେଶିକ କାର୍ଯ୍ୟକାରିଣୀରେ ନୀତିଶ ଦିଲ୍ଲୀ ଗସ୍ତ କରି ବିରୋଧୀକୁ ଏକଜୁଟ କରିବା ଅଭିଯାନ ଆରମ୍ଭ କରିବେ ବୋଲି ନିଜ ସମ୍ବୋଧନରେ ସୂଚନା ଦେଇଥିଲେ । ପରେ ସେ କାର୍ଯ୍ୟକାରିଣୀ ବୈଠକ ଶେଷ କରି 4 ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ବିରୋଧୀ ଏକାଠି ହୋଇପାରିଲେ 2024 ସାଧାରଣ ନିର୍ବାଚନରେ ବିଜେପି ମାତ୍ର 50 ଆସନରେ ସୀମିତ ରହିବାକୁୁ ବାଧ୍ୟ ହେବ ବୋଲି ନୀତିଶ କହିଥିଲେ ।

ତେବେ ଏକାଧିକ ନେତାଙ୍କୁ ଭେଟି ସାରିଥିବା ନୀତିଶ ଆଜି ଶରଦ ପାଓ୍ବରଙ୍କୁ ଭେଟିବା ପରେ କହିଛନ୍ତି,‘‘ଆମ ଭିତରେ ଏକ ଭଲ ଓ ଫଳପ୍ରଦ ଆଲୋଚନା ହୋଇଛି । ବିଜେପି କିଛି କାମ କରୁନାହିଁ, ତେଣୁ ବିରୋଧୀଙ୍କୁ ଏକାଠି ହେବାକୁ ପଡିବ । ତେବେ ଅଧିକାଂଶ ବିରୋଧୀ ଦଳ ଏକତ୍ରିତ ହୁଅନ୍ତୁ ସେ ଦିଗରେ ମୁଁ କାର୍ଯ୍ୟ କରୁଛି । ଯଦି ବିରୋଧୀଙ୍କ ଏକାଠି ହେବା ସମ୍ଭବ ହୋଇପାରିବ, ତେବେ ଏହା ଦେଶର ସ୍ବାର୍ଥକୁ ଲାଭ ଦେବ ।’’

ତେବେ ଗତକାଲି ସେ ରାହୁଲ ଗାନ୍ଧୀଙ୍କ ସମେତ ଆପ ମୁଖ୍ୟ କେଜ୍ରିଓ୍ବାଲଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଅନ୍ୟପଟେ ବିହାରରେ ମଧ୍ୟ ବର୍ତ୍ତମାନ 16 ବାମ ଦଳର ବିଧାୟକ ରହିଛନ୍ତି । ସେମାନେ ନୀତିଶଙ୍କୁ ପରୋକ୍ଷ ସମର୍ଥନ ମଧ୍ୟ ଦେଉଛନ୍ତି । ସେମାନଙ୍କ ମଧ୍ୟରୁ CPI-ML (L) ର 12 ଜଣ ବିଧାୟକ ଥିବା ବେଳେ CPI ଓ CPM ରୁ ଜଣେ ଲେଖାଏଁ ବିଧାୟକ ରହିଛନ୍ତି । ସେହିପରି ନୀତିଶ ମଧ୍ୟ ଶୀର୍ଷ ବାମ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେ ଆଜି CPI(ML) ସାଧାରଣ ସମ୍ପାଦକ ଦିପଙ୍କର ଭଟ୍ଟାଚାର୍ଯ୍ୟଙ୍କୁ ମଧ୍ୟ ଭେଟିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.