ETV Bharat / bharat

YouTube Earning: ୫୦ଲକ୍ଷର Audi କିଣି ଚର୍ଚ୍ଚାରେ ବିହାର ୟୁଟ୍ୟୁବର, ମାସିକ ରୋଜଗାର 8ଲକ୍ଷ

author img

By

Published : Jan 17, 2023, 9:53 PM IST

Updated : Jan 17, 2023, 9:59 PM IST

ଚର୍ଚ୍ଚାରେ ବିହାରର ୟୁଟ୍ୟୁବର ହର୍ଷ ରାଜପୁତ । ଯିଏକି ନିଜ ୟୁଟ୍ୟୁବ ଚ୍ୟାନେଲରୁ ରୋଜଗାର କରି କିଣିଛନ୍ତି ୫୦ ଲକ୍ଷ ଟଙ୍କାର କାର । ଅଧିକ ପଢନ୍ତୁ

Etv Bharat
Etv Bharat

ପାଟନା: ଚର୍ଚ୍ଚାରେ ବିହାର ୟୁଟ୍ୟୁବର ହର୍ଷ ରାଜପୁତ । ଯିଏକି ୟୁଟ୍ୟୁବରୁ ରୋଜଗାର କରି କିଣିଛନ୍ତି ୫୦ ଲକ୍ଷ ଟଙ୍କାର କାର । ଲକଡାଉନ ସମୟରେ ସେ ନିଜ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିବା ବେଳେ ଏବେ ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସେ ବିଭିନ୍ନ ପ୍ରସଙ୍ଗକୁ ନେଇ କମେଡି କରୁଥିବା ବେଳେ ଏବେ ତାଙ୍କର ୩ ମିଲିୟନ ସବସ୍କ୍ରାଇବର ରହିଛନ୍ତି । ଏବେ ଅଡି କାର କିଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ବିହାର ଔରଙ୍ଗାବାଦ ଜିଲ୍ଲା ଜାସୋଇ ଗ୍ରାମର ଅଧିବାସୀ ହେଉଛନ୍ତି ହର୍ଷ ରାଜପୁତ । ତାଙ୍କର ସବୁଠୁ ଲୋକପ୍ରିୟ ଭିଡିଓ ହେଉଛି ଏକ ୧୦ ମିନିଟର ଭିଡିଓ । ଯାହାକୁ ପ୍ରାୟ ୨୦ ମିଲିୟନ ବା ୨ କୋଟିରୁ ଊର୍ଦ୍ଧ୍ବ ଲୋକ ଦେଖିଛନ୍ତି । ଏଥିରେ ସେ ଜଣେ ରିପୋର୍ଟରର ଅଭିନୟ କରୁଥିବା ବେଳେ କିଛି କରେଣ୍ଟ ଇଭେଣ୍ଟକୁ ନେଇ ବ୍ୟଙ୍ଗ କରିଥିଲେ । ସେ ଏବେ ୟୁଟ୍ୟୁବରୁ ମାସକୁ ୮ ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଛନ୍ତି । ଏହା ବ୍ୟତୀତ ସେ ବିଭିନ୍ନ କମ୍ପାନୀର ପ୍ରମୋସନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି । ତେବେ ସେ ୨୦୨୨ ମସିହା ଜୁନରୁ ଅକ୍ଟୋବର ମଧ୍ୟରେ ୪.୫ ଲକ୍ଷ ଟଙ୍କା ରୋଜଗାର କରିଥିବା କହିଛନ୍ତି ।

ଏହା ବି ପଢନ୍ତୁ- 24ଘଣ୍ଟାରେ ଦୁଇ ଯବାନଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ, କାରଣ ଅସ୍ପଷ୍ଟ

ମୋର ପ୍ରଥମ ୟୁଟ୍ୟୁବ ଭିଡିଓ ଦୁଗ୍ଧ ଉପରେ ରହିଥିବା ବେଳେ ଏହା କ୍ରମଶଃ ଭାଇରାଲ ହେବାରେ ଲାଗିଥିଲା । ମାତ୍ର ସେଥିରେ ମୁଁ କୌଣସି ଅର୍ଥ ପାଇନଥିଲି । ଏହାପରେ ମୋର ଦ୍ବିତୀୟ ଭିଡିଓକୁ ୟୁଜର୍ସ ବେଶ ପସନ୍ଦ କରିଥିଲେ । ଏହାପରେ ଧୀରେ ଧୀରେ ମୋର ସବସ୍କ୍ରାଇବରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଥିଲା । ଦ୍ବିତୀୟ ଭିଡିଓ ପରେ ଦର୍ଶକ ଆଗାମୀ ଭିଡିଓର ଅପେକ୍ଷାରେ ରହୁଥିଲେ," ବୋଲି କହିଛନ୍ତି ସେ । ହର୍ଷଙ୍କ ପିତା ବିହାର ପୋଲିସରେ ହୋମଗାର୍ଡ ଭାବରେ କାର୍ଯ୍ୟ କରନ୍ତି । ଏହାସହିତ ପୋଲିସ କର୍ମଚାରୀଙ୍କ ଡ୍ରାଇଭର ଭାବରେ କାମ କରନ୍ତି । ହର୍ଷ ନିଜକୁ ଅଭିନେତା ବୋଲି ପରିଚୟ ଦେଇଥାନ୍ତି ।

ଏବେ ସେ ମୁମ୍ବାଇରେ ରହୁଥିବା ବେଳେ ପୂର୍ବରୁ ଦିଲ୍ଲୀରେ ବିଭିନ୍ନ ଥିଏଟରରେ କାମ କରୁଥିଲେ । ଯେତେବେଳେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିଲା ଏହାପରେ ସେ ନିଜ ଘରକୁ ଫେରିଯାଇଥିଲେ । ନିଜ ସ୍ବପ୍ନ ପୂରଣ କରିବା ପରେ ହର୍ଷ କହିଛନ୍ତି, "ଆପଣ କେଉଁଠି ଓ କେଉଁ ଅବସ୍ଥାରେ ଜନ୍ମ ହୋଇଥିଲେ ତାହା ଆପଣଙ୍କ ଭବିଷ୍ୟତ ସ୍ଥିର କରେ ନାହିଁ । ଯେଉଁ ପରିସ୍ଥିତିରେ ରହିଲେ ମଧ୍ୟ ସ୍ବପ୍ନ ଦେଖିବା ଛାଡନ୍ତୁ ନାହିଁ । ବଡ ସ୍ବପ୍ନ ଦେଖନ୍ତୁ । କାରଣ ସ୍ବପ୍ନ ମଧ୍ୟ ପୂରଣ ହୁଏ ।"

Last Updated : Jan 17, 2023, 9:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.