ETV Bharat / bharat

ନୀତିଶଙ୍କୁ ଝଟକା, ବିହାର କୃଷିମନ୍ତ୍ରୀ ସୁଧାକର ସିଂହଙ୍କ ଇସ୍ତଫା

author img

By

Published : Oct 2, 2022, 5:36 PM IST

ନିଜ ବୟାନବାଜୀ ପାଇଁ ଚର୍ଚ୍ଚାରେ ରହି ଆସୁଥିଲେ ସୁଧାକର ସିଂହ (Bihar Agriculture Minister resigns)। ଆଜି କୃଷି ମନ୍ତ୍ରୀପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ସୁଧାକର ସିଂହ । ଅଧିକ ପଢନ୍ତୁ

Bihar Agriculture Minister Sudhakar Singh resigns from his post
ନୀତିଶଙ୍କୁ ଝଟକା, ବିହାର କୃଷିମନ୍ତ୍ରୀ ସୁଧାକର ସିଂହଙ୍କ ଇସ୍ତଫା

ପାଟନା: ବିହାରର କୃଷି ମନ୍ତ୍ରୀପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ସୁଧାକର ସିଂହ (Bihar Agriculture Minister resigns)। ବିହାରରେ ପୁନଃ ନୀତିଶ ସରକାର ଗଠନ ହେବାପରଠୁ ହିଁ ନିଜ ବୟାନବାଜୀ ପାଇଁ ଚର୍ଚ୍ଚାରେ ରହି ଆସୁଥିଲେ ସୁଧାକର ସିଂହ । ତେବେ ବର୍ତ୍ତମାନ ସେ ଇସ୍ତଫା ଦେଇଥିବା ନେଇ ରାଷ୍ଟ୍ରୀୟ ଜନତା ଦଳର ପ୍ରଦେଶ ଅଧ୍ୟକ୍ଷ ଜଗଦାନନ୍ଦ ସିଂହ ସୂଚନା ପ୍ରଦାନ କରିଛନ୍ତି ।

ଜଗଦାନନ୍ଦ ସିଂହ କହିଛନ୍ତି, "କୃଷକଙ୍କ ଓ ଯୁବଗୋଷ୍ଠୀଙ୍କ ହିତ ପାଇଁ ସୁଧାକର ସିଂହ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । କୃଷକଙ୍କ ହକ୍‌ ପାଇଁ ସେ ସବୁବେଳେ ଲଢ଼େଇ ଜାରି ରଖିବେ ।" କୃଷକଙ୍କ ସ୍ବାର୍ଥକୁ ନେଇ ଉଭୟ ଜଗଦାନନ୍ଦ ସିଂହ ଓ ସୁଧାକର ସିଂହ ସ୍ବର ଏକ ରହି ଆସିଛି । କୃଷି ମନ୍ତ୍ରୀ ପଦରେ ରହି ବି ନିଜ ସରକାର ବିରୋଧରେ ବିଷ ଓଗାଳୁଥିଲେ ସୁଧାକର । ଏଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହୁଥିଲେ ।

ଖୋଲା ମଞ୍ଚରେ କୃଷକଙ୍କୁ ସମ୍ବୋଧନ କରି ନିଜ ବିଭାଗରେ ଥିବା ଦୋଷ ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲେ ସୁଧାକର ସିଂହ । କୃଷି ବିଭାଗର ଅଧିକାରୀ ପାଇଁ ସେ ଚୋର ଓ ଦୁର୍ନୀତିଖୋର ଭଳି ଶବ୍ଦର ବ୍ୟବହାର କରିଥିଲେ । ତା ସହିତ ରାଜ୍ୟର ମନ୍ତ୍ରୀଗଣଙ୍କୁ ମଧ୍ୟ ଅନେକ ସଭାମଞ୍ଚରୁ ଭର୍ତ୍ସନା କରିଥିଲେ ସୁଧାକାର । ବିହାର ଭଳି ରାଜ୍ୟରେ କୃଷକଙ୍କୁ ସେମାନଙ୍କ ଅଧିକାର ମିଳୁନି । ନିଜ ଉତ୍ପାଦ ବିକ୍ରି କରିବା ପାଇଁ କୃଷକଙ୍କ ପାଖରେ ମଣ୍ଡି ନାହିଁ ବୋଲି ଅଭିଯୋଗ କରି ଆସୁଥିଲେ ସୁଧାକର ସିଂହ । ଏଥିପାଇଁ ସେ ଦୁଃଖୀ ଥିବା କଥା ମଧ୍ୟ କହି ଆସୁଥିଲେ ।

ବିହାରରେ ପୁନଃ ନୀତିଶ ସରକାର ଗଠନ ହେବାରେ ଚାଷୀଙ୍କ ସ୍ବାର୍ଥରେ କୃଷି ରୋଡମ୍ୟାପ୍‌ ପ୍ରସ୍ତୁତି ହୋଇଥିଲା । ତେବେ ଏହି ରୋଡ୍‌ମ୍ୟାପ୍‌କୁ ନେଇ ଖୁସିନଥିଲେ ସୁଧାକର ସିଂହ । ଚାଷୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ରୋଡମ୍ୟାପ୍‌ରେ ଅନେକ ତ୍ରୁଟି ରହିଥିବା ନେଇ ସେ ଅଭିଯୋଗ କରିଥିଲେ । ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା ଅଭିଯାନ ବିରୋଧରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଲୋକଙ୍କୁ ପ୍ରୋତ୍ସାହନ ଦେଇଥିଲେ ।

ଯେପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ଆହ୍ବାନ ଦେଇଥିଲେ । ଏହି କ୍ରମରେ ସେ ନିଜ ମୋବାଇଲ ନମ୍ବର ମଧ୍ୟ ସାର୍ବଜନୀନ କରିଥିଲେ । ଧାରଣା ପ୍ରଦର୍ଶନ ବନ୍ଦ ହେଲେ ସରକାର ସବୁ ସମସ୍ୟାର ସମଧାନ ହେଲା ବୋଲି ମନେ କରିବେ ବୋଲି କହୁଥିଲେ । ଏତେ ବିବାଦ ପରେ ଆଜି ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି(Sudhakar Singh resigns from his post)।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.