ETV Bharat / bharat

ସର୍ବବୃହତ୍ତ ବାୟୁସେନା ଘାଟି ହିଣ୍ଡନ ଏୟାରବେସରେ ସୁରକ୍ଷା ବିଭ୍ରାଟ: ବାଉଣ୍ଡାରୀ ଓ୍ବାଲ ନିକଟରେ ସୁଡଙ୍ଗ

author img

By ETV Bharat Odisha Team

Published : Dec 11, 2023, 9:51 PM IST

(Security Laps On Hindon Airport) ହିଣ୍ଡନ ଏୟାର ଫୋର୍ସ ବେସରେ ସୁରକ୍ଷା ବିଭ୍ରାଟ । ପାଚେରୀ ନିକଟରେ ଠାବ ହେଲା ଖୋଳାଯାଉଥିବା ସୁଡଙ୍ଗ । ପୋଲିସ ଓ ବାୟୁସେନା ଆରମ୍ଭ କଲା ତଦନ୍ତ । ଅଧିକ ପଢନ୍ତୁ

ହିଣ୍ଡନ ଏୟାରବେସରେ ସୁରକ୍ଷା ବିଭ୍ରାଟ: ବାଉଣ୍ଡାରୀ ଓ୍ବାଲ ନିକଟରେ ସୁଡଙ୍ଗ ଠାବ

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ ବାୟୁସେନା ଘାଟି ‘ହିଣ୍ଡନ ଏୟାରବେସ’ରେ ସୁରକ୍ଷା ବିଭ୍ରାଟ ସାମ୍ନାକୁ ଆସିଛି । ଠାବ ହୋଇଛି ପାଚେରୀ ନିକଟରେ ଖୋଳାଯାଉଥିବା ଏକ ବଡ ସୁଡଙ୍ଗ । ଠାବ ହୋଇଥିବା ବିଶାଳ ଗର୍ତ୍ତର ଓସାର ପ୍ରାୟ 4 ଫୁଟ୍‌ ରହିଛି । ଏହି ସୁଡଙ୍ଗ କଂକ୍ରିଟ ପାଚେରୀକୁ ଭେଦ କରି ବାୟୁସେନା ବେସରେ ଅନୁପ୍ରବେଶ କରିବା ଉଦ୍ଦେଶ୍ୟରେ ଖୋଳାଯାଉଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି । ବାୟୁସେନା ଅଧିକାରୀଙ୍କ ଟିମ୍‌ ସହ ସ୍ଥାନୀୟ ପୋଲିସ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ସ୍ଥିତି ପରିଖିଛନ୍ତି । ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।

ଦିଲ୍ଲୀ ଉପକଣ୍ଠ ଗାଜିଆବାଦରେ ଥିବା ‘ହିଣ୍ଡନ ଏୟାରଫୋର୍ସ ବେସ’ ଉଭୟ ବେସାମରିକ ବିମାନ ସେବା ଓ ବାୟୁସେନା ଘାଟି ଭାବେ ବ୍ୟବହାର ହୋଇଥାଏ । ଏହି ବିଶାଳ ବିମାନ ବନ୍ଦର ଦେଶର ସର୍ବବୃହତ୍ତ ବାୟୁସେନା ଘାଟି ମଧ୍ୟ । ଏହାର ସୁରକ୍ଷା କେନ୍ଦ୍ରୀୟ ବଳ ନିକଟରେ ନ୍ୟସ୍ତ ଥିବା ବେଳେ ଟିଲାମୋଡ ଥାନା ପୋଲିସ ଅଧୀନରେ ମଧ୍ୟ ଏହାର ସୁରକ୍ଷା ଆସୁଛି । ତେବେ କଡା ସୁରକ୍ଷା ସତ୍ତ୍ବେ ମଧ୍ୟ କେହି କିମ୍ବା ଏକାଧିକ ଦୁର୍ବୃତ୍ତ ପାଚେରୀ ଅତିକ୍ରମ କରିବା ପାଇଁ ସୁଡଙ୍ଗ କିପରି ଖୋଳିଲେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପାଚେରୀର ବାହାର ପଟୁ କଂକ୍ରିଟ କାନ୍ଥକୁ ଖୋଳଯାଇଛି । 4 ଫୁଟର ଓସାରରେ ଏହି ସୁଡଙ୍ଗ ଖୋଳାଯାଇଥିବା ପରି ଅନୁମାନ ହେଉଛି । ପାଚେରୀକୁ ଭେଦ କରି ବାୟୁସେନା ବେସ ମଧ୍ୟରେ ଅନୁପ୍ରବେଶ କରିବା ଉଦ୍ଦେଶ୍ୟରେ ଖୋଳାଯାଇଥିବା ସନ୍ଦେହ କରାଯାଉଛି । ହେଲେ ଏହା ପାଚେରୀର ଭିତର ପଟକୁ ଭେଦ କରିପାରିବା ପୂର୍ବରୁ ଏହା ସୁରକ୍ଷା ବଳ ନଜରକୁ ଆସିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନିକଟରେ ଥିବା ଓ୍ବାଚ-ଟାଓ୍ବର ଲାଗିଥିବା ସିସିଟିଭିରୁ ଫୁଟେଜ ସଂଗ୍ରହ କରିବାକୁ ପୋଲିସ ପ୍ରାୟସ କରୁଛି । ସେହି ଅଞ୍ଚଳରେ ଲୋକଙ୍କ ଅନାବଶ୍ୟକ ଗତିବିଧି ଉପରେ ମଧ୍ଯ ନଜର ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ :-ଇସ୍ତଫା ଦେଲେ ଶିବରାଜ, ରାଜ୍ୟପାଳଙ୍କୁ ଭେଟିଲେ ମୋହନ: ଖୁବଶିଘ୍ର ଶପଥ ଗ୍ରହଣ କାର୍ଯ୍ୟସୂଚୀ

କିଛି ବର୍ଷ ପୂର୍ବରୁ କାଶ୍ମୀରର ପଠାନକୋଟ ଏୟାରବେସରେ ଆତଙ୍କୀ ଆକ୍ରମଣ ହୋଇଥିଲା । ସୁରକ୍ଷାରେ ଅବହେଳାର ସୁଯୋଗ ନେଇ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ କରିଥିଲା । ଏହା ପରେ ଦେଶର ସମସ୍ତ ଏୟାରଫୋର୍ସ ବେସରେ ସୁରକ୍ଷାକୁ କଡାକଡି କରାଯାଇଥିଲା । ମାତ୍ର ଦେଶର ସର୍ବବୃହତ୍ତ ଏୟାରଫୋର୍ସ ବେସରେ ସୁରକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.