ETV Bharat / bharat

ଚାଷୀ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରୁ ଓହରିଲେ ଭୂପିନ୍ଦର ସିଂହ ମାନ - ସୁପ୍ରିମକୋର୍ଟ କମିଟି

ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗଠିତ କମିଟିରୁ ନିଜକୁ ଅଲଗା କରିନେଇଛନ୍ତି ଭାରତୀୟ କିସାନ ୟୁନିୟନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅଖିଳ ଭାରତୀୟ କିସାନ କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ ମାନ । ଅଧିକ ପଢନ୍ତୁ...

ଚାଷୀ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରୁ ନିଜକୁ ଅଲଗା କଲେ ଭୂପିନ୍ଦର ସିଂହ ମାନ

author img

By

Published : Jan 14, 2021, 3:30 PM IST

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ 4 ସଦସ୍ୟ ବିଶିଷ୍ଟ କମିଟି ଗଠନ କରିସାରିଛନ୍ତି ସୁପ୍ରିମକୋର୍ଟ । ତେବେ କୋର୍ଟଙ୍କ ପକ୍ଷରୁ ଗଠିତ କମିଟିରୁ ନିଜକୁ ଅଲଗା କରିନେଇଛନ୍ତି ଭାରତୀୟ କିସାନ ୟୁନିୟନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅଖିଳ ଭାରତୀୟ କିସାନ କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ ମାନ ।

ଭୂପିନ୍ଦର ସିଂହଙ୍କ ନାଁ ପୂର୍ବରୁ ହିଁ ବିବାଦରେ ରହିଆସିଛି । ଆନ୍ଦୋଳନରତ ଚାଷୀଙ୍କ କହିବା କଥା ହେଲା ଯେ ଭୂପିନ୍ଦର ସିଂହ ମାନ ପୂର୍ବରୁ ହିଁ ତିନୋଟି କୃଷି ଆଇନର ସମର୍ଥନ କରିଆସୁଛନ୍ତି ।

ଭୂପିନ୍ଦର ସିଂହ କିଏ?

ଚାଷୀ ଓ ସରକାରଙ୍କ ମଧ୍ୟରେ ଜାରି ବିବାଦର ସମାଧାନର ରାସ୍ତା ବାହାର କରିବା ପାଇଁ 4 ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଏହି କମିଟିରେ ଅଲ ଇଣ୍ଡିଆ କିସାନ କୋର୍ଡିନେସନ କମିଟିର ମୁଖ୍ୟ ଓ ପୂର୍ବ ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂହ ମାମନଙ୍କ ନାଁ ମଧ୍ୟ ସାମିଲ ରହିଥିଲା । ତାଙ୍କ ସଂଗଠନ ଅଧିନରେ ଅନେକ କୃଷି ସଂଗଠନ ଆସେ । ଏଭଳି ସ୍ଥିତିରେ ଚାଷୀଙ୍କ ଉପରେ ତାଙ୍କର ବେଶ ପ୍ରଭାବ ରହିଛି ।

କୃଷି ଆଇନ ଉପରେ ଭୂପିନ୍ଦର ସିଂହଙ୍କ ରାୟ

ଅଲ ଇଣ୍ଡିଆ କିସାନ କୋର୍ଡିନେସନ କମିଟିର ମୁଖ୍ୟ ଭୂପିନ୍ଦର ସିଂହ ମାନ ଡିସେମ୍ବରରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ନୂଆ କୃଷି ଆଇନର ସମର୍ଥନ କରିଦେଇଥିଲେ । ହେଲେ ଏହି ଆଇନରେ ସେ କିଛି ସଂଶୋଧନର ଦାବି ମଧ୍ୟ କରିଥିଲେ । ଏଥିରେ ସେ ଏମଏସପି ଉପରେ ଲିଖିତ ଗ୍ୟାରେଣ୍ଟି ଦେବାକୁ କହିଥିଲେ । ତେବେ ଆନ୍ଦଳନରତ ଚାଷୀ ଭୂପିନ୍ଦର ସିଂହ ମାନଙ୍କୁ ବିରୋଧ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.