ETV Bharat / bharat

ଯୋଗୀଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ଭୀମ ଆର୍ମି ମୁଖ୍ୟ - Bhim Army chief'

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଘୋଷଣା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବପକ୍ଷରେ ନିର୍ବାଚନରେ କରିବେ ପ୍ରତିଦ୍ବନ୍ଦ୍ବୀତା । ଅଧିକ ପଢନ୍ତୁ...

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଘୋଷଣା, ଯୋଗୀଙ୍କ ବିପକ୍ଷରେ ଲଢିବେ ନିର୍ବାଚନ

author img

By

Published : Nov 8, 2021, 9:47 PM IST

ଲକ୍ଷ୍ନୌ: ନିଜର ବୟାନବାଜୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି । ସୋମବାର ଆଜାଦ ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ବଡ ଘୋଷଣା କରିଛନ୍ତି । ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେଇ ଆଜାଦ କହିଛନ୍ତି, ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବୀତା କରିବେ।

ତେବେ ସୂଚନା ଅନୁସାରେ, ଗତ ଲୋକସଭା ନିର୍ବାଚନରେ ​​ମଧ୍ୟ ଚନ୍ଦ୍ରଶେଖର ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବୀତା କରିବାକୁ ଘୋଷଣା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଓହରି ଯାଇଥିଲେ । ଓହରି ଯିବାର କାରଣ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଆଜାଦ କହିଛନ୍ତି, ଗତଥର ଆମର କୌଣସି ପାର୍ଟି ନଥିଲା । ତେଣୁ ନିର୍ବାଚନ ଲଢିବା ନିଷ୍ପତ୍ତିରୁ ସେ ଓହରି ଯାଇଥିଲି ।

ତେବେ ଚଳିତଥର ତାଙ୍କ ଦଳ ଯଦି ଚାହେଁ ତେବେ ସେ ନିର୍ବାଚନ ଲଢିବେ । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ଆସନରୁ ନାମାଙ୍କନ ଦାଖଲ କରିବେ ସେ ମଧ୍ୟ ସେହି ଆସନରୁ ପ୍ରତିଦ୍ବନ୍ଦ୍ବୀତା କରିବେ ବୋଲି କହିଛନ୍ତି । ତେବେ ଆସନ ସମ୍ପର୍କରେ ତାଙ୍କର ନିର୍ଦ୍ଦିଷ୍ଟତା ନଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ତାଙ୍କର ନିର୍ବାଚିତ ହୋଇ ସଦନରେ ପହଞ୍ଚିବା ଯେତିକି ଜରୁରୀ ନୁହେଁ ତାହା ଠାରୁ ଅଧିକ ଜରୁରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନରେ ବିଜୟୀ ହେବାରୁ ରୋକିବା ବୋଲି କହିଛନ୍ତି ଆଜାଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.