ନୂଆଦିଲ୍ଲୀ: କୋରୋନା ପାଇଁ ସତର୍କତା ଜାରି କଲା କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ । ନ୍ୟୁୟର୍କର ବ୍ରୋଂକ୍ସ ଚିଡିଆଖାନର ଏକ ବାଘ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଦେଶର ସମସ୍ତ ଚିଡିଆଖାନାରେ ହାଇ ଆଲର୍ଟ ଜାରି କରିଛନ୍ତି ସେଣ୍ଟ୍ରାଲ ଚିଡିଆଖାନା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ଦେଶର ସମସ୍ତ ଚିଡିଆଖାନାରେ ସିସିଟିଭି ମାଧ୍ୟମରେ ପଶୁପକ୍ଷୀଙ୍କ ଉପରେ 24 ଘଣ୍ଟିଆ କଡା ନଜର ରଖିବାକୁ ସେଣ୍ଟ୍ରାଲ ଚିଡିଆଖାନା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକାଶ ଥାଉକି, ମହାମାରୀ କୋରୋନା ଭାଇରସ ମାନବ ଜଗତକୁ କଲବଲ କରିବା ପରେ ଏବେ ପଶୁଙ୍କ ଦେହରେ ଦେଖିବାକୁ ମିଳିଛି । ନ୍ୟୁୟର୍କର ବ୍ରୋଂକ୍ସ ଚିଡିଆଖାନର ଏକ ବାଘ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରଥମ ଥର ପାଇଁ କୌଣସି ପଶୁ ଦେହରେ ଏହା ଚିହ୍ନଟ ହୋଇଥିବା କହିଛି ଆମେରିକା ପ୍ରାଣୀ ଚିକିତ୍ସା ସେବା ଲାବରୋଟୋରୀ ବିଭାଗ । ତେବେ ନ୍ୟୁୟର୍କର ଏହି ବାଘଠାରେ କୋରୋନା ଚିହ୍ନଟ ହେବାପରେ ବ୍ୟକ୍ତିଙ୍କୁ ପ୍ରାଣୀ ଉଦ୍ୟାନରେ ପ୍ରବେଶ ନିଷେଦ୍ଧ ହୋଇ ଯାଇଛି । ଏହା ବ୍ୟତୀତ ପ୍ରାଣୀ ଉଦ୍ୟାନରେ ନିରନ୍ତର ପରିମଳ ଏବଂ ଡ୍ରଗ୍ ସ୍ପ୍ରେ ଜାରି ରହିଛି | ଏଥିସହ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଗ୍ଲୋଭସ୍ ମାସ୍କ ପିନ୍ଧି ବନ୍ୟଜନ୍ତୁଙ୍କ ଏନକ୍ଲୋଜରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ