ଭୋପାଳ: ମଧ୍ୟପ୍ରଦେଶରେ ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟ ଯୁବରାଜ ସିଂହଙ୍କ ହତ୍ୟା ଘଟଣାରେ 4 ଗିରଫ । ଶନିବାର 4 ଜଣ ଅଭିଯୁକ୍ତଙ୍କୁ ଗରିଫ କରିଛି ପୋଲିସ । ଅକ୍ଟୋବର 9 ତାରିଖରେ ଯୁବରାଜଙ୍କୁ 3 ଜଣ ଦୁର୍ବୁତ୍ତ ଗୁଳି କରି ହତ୍ୟା କରିଥିଲେ ।
ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟ ଯୁବରାଜଙ୍କ ହତ୍ୟା ମାମଲାରେ ସମ୍ପୃକ୍ତି ନେଇ 4 ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ 4 ଜଣ ଅଭିଯୁକ୍ତଙ୍କୁ ଖୋଜାଚାଲିଥିବା ମନ୍ଦସୋର ଏସ୍ପି ହିତେଶ ଚୌଧୁରୀ କହିଛନ୍ତି ।
ଏହା ସହ ହତ୍ୟାରେ ବ୍ୟବହୃତ ବନ୍ଧୁକ ପୋଲିସ ଜବତ କରିଛି । ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ ଦୀପକ ତନୱାର ଓ ଭିକି ବୋଲି ଜଣାପଡିଛନ୍ତି । ତେବେ ଭିକି ବଜରଙ୍ଗୀ ଦଳ ସହ ସମ୍ପୃକ୍ତ ଥିବାବେଳେ ହତ୍ୟାକାଣ୍ଡରେ ମୋଟ 8ଜଣ ସମ୍ପୃକ୍ତ ରହିଛନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।