ETV Bharat / bharat

ଫିଟୁଛି ଗୁମର, ୱାଇଏସଆର କଂଗ୍ରେସ ବରିଷ୍ଠ ନେତାଙ୍କୁ ହତ୍ୟା

author img

By

Published : Mar 15, 2019, 4:50 PM IST

ୱାଇଏସଆର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା । ଆଜି ସକାଳୁ ସନ୍ଦେହଜନକ ଅବସ୍ଥାରେ ଆନ୍ଧ୍ର ପ୍ରଦେଶର ଟାଣୁଆ ନେତା ବିବେକାନନ୍ଦ ରେଡ୍ଡୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିବା ବେଳେ ଏବେ ଘଟଣାର ଫିଟୁଛି ଗୁମର ।

ଫାଇଲ ଫଟୋ

ହାଇଦ୍ରାବାଦ: ନିର୍ବାଚନ ପୂର୍ବରୁ ୱାଇଏସଆର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା । ଆଜି ସକାଳୁ ସନ୍ଦେହଜନକ ଅବସ୍ଥାରେ ଆନ୍ଧ୍ର ପ୍ରଦେଶର ଟାଣୁଆ ନେତା ବିବେକାନନ୍ଦ ରେଡ୍ଡୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିବା ବେଳେ ଏବେ ଘଟଣାର ଫିଟୁଛି ଗୁମର । ବିବେକାନନ୍ଦଙ୍କ ବ୍ୟକ୍ତିଗତ ସହାୟକ କ୍ରିଷ୍ଣା ରେଡ୍ଡୀଙ୍କ ଅଭିଯୋଗ ଆଧାରରେ ପୋଲିସ ଧାରା 174 ଅନୁଯାୟୀ (ଅସୱାଭାବିକ ମୃତ୍ୟୁ) ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ତେବେ ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ମାମଲା ବୋଲି ପୋଲିସ ଜାଣିବାକୁ ପାଇଛି । ଏହି ମାମଲାର ନିରପେକ୍ଷ ତଦନ୍ତ ଦାବି କରିଛି ୱାଇଏସଆର କଂଗ୍ରେସ । ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ହୋଇଥିଲା । ପୁଲିଭେନ୍ଦୁଲାରେ ଥିବା ନିଜ ବାସଭବନରେ ଏକାକୀ ଥିବାବେଳେ ବାଥରୁମରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ପଛ ମୁଣ୍ଡରେ ଆଘାତ ଲାଗିଥିବା ସହ ପ୍ରଚୁର ରକ୍ତସ୍ରାବ ଯୋଗୁଁ ବିବେକାନନ୍ଦଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ଆନ୍ଧ୍ରପ୍ରଦେଶ ସରକାରଙ୍କ ସେ ପୂର୍ବତନ ମନ୍ତ୍ରୀ ଥିବାବେଳେ ପୂର୍ବତନ ଲୋକସଭା ସାଂସଦ ରହିଛନ୍ତି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ. ରାଜଶେଖର ରେଡ୍ଡୀଙ୍କ ସାନଭାଇ ଓ ୱାଇଏସଆର କଂଗ୍ରେସ ଅଧ୍ୟକ୍ଷ ଜଗମୋହନ ରେଡ୍ଡୀଙ୍କ ଦାଦା ଅଟନ୍ତି । କଡପା ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସରୁ ଲଢି ସେ 1999 ଓ 2004ରେ ସାଂସଦ ହୋଇଥିଲେ । ଏହାସହ ଦୁଇଥର ଆନ୍ଧ୍ର ପ୍ରଦେଶ ସରକାରରେ ସେ ମନ୍ତ୍ରୀ ହୋଇ ସାରିଛନ୍ତି ।

ତେବେ କଂଗ୍ରେସରେ ଥାଇ ସେ ଜଗନଙ୍କ ମା ତଥା ତାଙ୍କ ଭାଉଜ ବିରୁଦ୍ଧରେ ପୁଲିଭେନ୍ଦୁଲା ଆସନରୁ ଲଢେଇ କରି ବହୁମତରେ ବାଜିମାତ କରିଥିଲେ । କଂଗ୍ରେସ ପରିବାରକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଥିଲେ ଜଗନ ରେଡ୍ଡୀ । ଏହାପରେ ବିବେକାନନ୍ଦ କଂଗ୍ରେସ ଛାଡି ୱାଇଏସଆର କଂଗ୍ରେସରେ ଯୋଗ ଦେବା ସହ 2017 ନିର୍ବାଚନକୁ ଓହ୍ଲାଇ ପରାଜିତ ହୋଇଥିଲେ ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.