ନୂଆଦିଲ୍ଲୀ: ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ କରାଯାଇଥିଲା । କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଏହି କର୍ଫ୍ୟୁ ଆହ୍ବାନ ଦେଇଥିଲେ । ମାତ୍ର ଯୁବପିଢି ଏହାର ଗୁରୁତ୍ବକୁ ଖାମଖିଆଲି ଭାବେ ନେଇ ରାସ୍ତାରେ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଥିଲା ।
ଏପରି ବ୍ୟତିକ୍ରମ ପୂର୍ବଦିଲ୍ଲୀ ସଡକରେ ଦେଖିବାକୁ ମିଳିଛି । ମୋଦି ଅପିଲ କରିଥିଲେ ଯେ, ରବିବାର ସକାଳ 7ଟାରୁ ରାତି9ଟା ଯାଏଁ ସମସ୍ତେ ଘରେ ରହିବେ । ପ୍ରାୟ ସମସ୍ତ ଦେଶବାସୀ ମୋଦିଙ୍କ ଅପିଲକୁ ସ୍ବାଗତ କରି କୋରୋନା ଲଢେଇରେ ନିଜକୁ ସାମିଲ କରି ଘରେ ରହିଥିଲେ । କିନ୍ତୁ ଆଜିର ଯୁବପିଢି ବେଖାତିର ମନୋଭାବ ନେଇ ରାସ୍ତାରେ କ୍ରିକେଟ ଖେଳିଥିଲେ ।