ETV Bharat / bharat

‘ଫ୍ୟାଶନ ପାଇଁ ଇ-ସିଗାରେଟ ପିଅନ୍ତି ଯୁବପୀଢି’

ଇ-ସିଗାରେଟକୁ ନିଜ ଫ୍ୟାଶନର ଏକ ଅଂଶ ବିଶେଷ କରି ଯୁବପୀଢି ଏହା ସେବନ କରୁଥିବାର ରିପୋର୍ଟରୁ ପ୍ରକାଶ ।

author img

By

Published : May 30, 2019, 8:57 AM IST

ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ଆଜିର ଯୁବବର୍ଗଙ୍କୁ ଘାରିଛି ଇ-ସିଗାରେଟ ଟ୍ରେଣ୍ଡ । ଧୁମ୍ରପାନ ସ୍ବାସ୍ଥ୍ୟ ପାଇଁ ହାନିକାରକ ଜାଣିବା ସତ୍ତ୍ବେ ବି ଏଥରୁ ମୁକୁଳି ପାରୁନାହାଁନ୍ତି ଯୁବପୀଢି । ଇ-ସିଗାରେଡ ଉପରେ ପ୍ରତିବନ୍ଧକ ସତ୍ତ୍ବେ ବି ବଢୁଛି ଧୁମ୍ରପାନ ସେବନ । ଇ-ସିଗାରେଟକୁ ନିଜ ଫ୍ୟାଶନର ଏକ ଅଂଶ ବିଶେଷ କରି ଯୁବପୀଢି ଏହାର ସେବନ କରୁଥିବା ଏକ ସର୍ଭେ ରିପୋର୍ଟରେ ଜଣାପଡିଛି ।

ତମାଖୁ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ସଚେତନ କରୁଥିବା 'ସଲାମ ବମ୍ବେ ଫାଉଣ୍ଡେସନ' ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ବିଶ୍ବ ତମାଖୁ ଦିବସ ପୂର୍ବରୁ ଏହି ସଂସ୍ଥା ପକ୍ଷରୁ ଆଜିର ଯୁବପୀଢିଙ୍କ ମଧ୍ୟରେ ଇ-ସିଗାରେଟର ଚାହିଦା ନେଇ ଏକ ସର୍ଭେ କରାଯାଇଥିଲା ।

ପାଖାପାଖି 300ରୁ ଉର୍ଦ୍ଦ୍ବ ଯୁବକ ହୋଇଥିବା ଏହି ସର୍ଭେରେ ଭାଗ ନେଇଥିଲେ । ଯେଉଁଥିରୁ ପ୍ରାୟ 73 ପ୍ରତିଶତ ଯୁବପୀଢି ଇ-ସିଗାରେଟ ବିଷୟରେ ଜାଣିଥିବା ସର୍ଭେରେ କୁହାଯାଇଛି । ହେଲେ 33 ପ୍ରତିଶତ ଯୁବକ କେବେ କେବେ ଇ-ସିଗାରେଟକୁ ବ୍ୟବହାର କରୁଥିବାବେଳେ 15 ପ୍ରତିଶତ ଯୁବକ ନିୟମିତ ଇ-ସିଗାରେଠକୁ ବ୍ୟବହାର କରନ୍ତି ବୋଲି ଜଣାପଡିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.