ETV Bharat / bharat

ଥାନାରେ ଯୁବକଙ୍କ ମୃତ୍ୟୁ, 3 ପୋଲିସକର୍ମୀ ନିଲମ୍ବିତ - youth dies in custody in police station

ଏକ ହତ୍ୟା ମାମଲାରେ ପୋଲିସ ପଚରାଉଚରା କରୁଥିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ପୋଲିସ ହେପାଜତରେ ଥିବା ସମୟରେ ଯୁବକଙ୍କ ଉପରେ ପୋଲିସ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି।

ପ୍ରତିକାତ୍ମକ ଫଟୋ
author img

By

Published : Oct 15, 2019, 10:55 AM IST

ହାପୁଡ: ପୋଲିସ ପଚରାଉଚରା ସମୟରେ ଯୁବକଙ୍କ ମୃତ୍ୟୁ । ଉତ୍ତର ପ୍ରଦେଶର ହାପୁଡ ଜିଲ୍ଲାର ପିଲଖୁବା ଥାନାରେ ଏହି ଘଟଣା ଘଟିଛି । ଏକ ହତ୍ୟା ମାମଲାକୁ ନେଇ ପୋଲିସ ପଚରା ଉଚରା କରୁଥିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ତେବେ ପୋଲିସ ହେପାଜତରେ ଥିବା ସମୟରେ ଯୁବକଙ୍କ ଉପରେ ପୋଲିସ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି ।

ଏଭଳି ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ପରିବାର । ଏକ ହତ୍ୟା ମାମଲାରେ ପୋଲିସ ଯୁବକଙ୍କୁ ପଚରା ଉଚରା ପାଇଁ ଥାନାକୁ ନେଇଥିବା ସମୟରେ ରବିବାର ରାତିରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଯୁବକଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗରେ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଗାଁ ଠୁ ନେଇ ମେରଠ ଯାଁଏ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ତେବେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଖପାଖ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ମାମଲାରେ ଥାନା ପ୍ରଭାରୀ, ଇନଚାର୍ଜଙ୍କ ସମେତ ତିନି ପୋଲିସକର୍ମୀଙ୍କୁ ଏସପି ନିଲମ୍ବିତ କରିଥିବା ଜଣାପଡିଛି । ଏହାସହ ଘଟଣାର ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏସପି।

ଅନ୍ୟପଟେ ମୃତକଙ୍କ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି 1 କୋଟି କ୍ଷତିପୂରଣ ଦେବା ସହ ପରିବାରର ତିନିଜଣ ସଦସ୍ୟଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ଦେବାକୁ ଜଣାଇଛନ୍ତି।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.