ଅବସାଦ ଏପରି ଅବସ୍ଥା ଯାହା ବ୍ୟକ୍ତି ଭିତରୁ ସକରାତ୍ମକ ଭାବନାକୁ ବାହାର କରି ନକରାତ୍ମକ ମନୋଭାବ ବୁଣିଦିଏ । ଯଦି ଅବସାଦର ଚିକିତ୍ସା ସଠିକ୍ ସମୟରେ କରାନଯାଏ ତେବେ ପୀଡିତ ବ୍ୟକ୍ତିକୁ ଏହା ଆତ୍ମହତ୍ୟା କରିବାକୁ ଉସକାଇ ଥାଏ। ଏହାସହ ଅବସାଦ ହୃଦଘାତର ସମସ୍ୟାକୁ ବଢାଇଥାଏ। ଆସନ୍ତୁ ଜାଣିବା ଡାଏଟ୍ ଦ୍ବାରା କିପରି କରିବା ଡିପ୍ରେସନର ମୁକାବିଲା...
![diet relief depression](https://etvbharatimages.akamaized.net/etvbharat/prod-images/6014283_3x2l.jpg)
ଅବସାଦର ଅନେକ ଗୁଡିଏ କାରଣ ରହିଛି। ସେଥିମଧ୍ୟରୁ ପ୍ରଥମଟି ହେଉଛି ଡାଏଟରେ ଭିଟାମିନ ଓ ନ୍ୟୁଟ୍ରିଏଣ୍ଟର ଅଭାବ। ଏଭଳି ପରିସ୍ଥିତିରେ ଆପଣଙ୍କୁ ଡାଏଟରେ ଭିଟାମିନ ଓ ମିନେରାଲସକୁ ସାମିଲ କରିବାକୁ ପଡିବ। ଏହାଦ୍ବାରା ଶରୀରର ସୁସ୍ଥ ରହିବା ସହ ମାନସିକ ସ୍ତରରେ ସୁସ୍ଥ ରହିବେ।
![diet relief depression](https://etvbharatimages.akamaized.net/etvbharat/prod-images/6014283_3x2y.png)
ଯଦି ଆପଣ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି ତେବେ ସବୁ ଅସୁବିଧାର ସାମ୍ନା କରିପାରିବେ। ଯଦି ଅବସାଦ ଦୂରେଇବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ କ୍ୟାଲସିୟମ,ପ୍ରୋଟିନ ଓ ଭିଟାମିନ ସାମିଲ କରିବା ଜରୁରୀ।
ଏହାସହ ସବୁଦିନ ଫଳ ଖାଇବା ଦରକାର। କାରଣ ଫଳରେ ପ୍ରଚୁର ପରିମାଣରେ ଜିଙ୍କ୍ ରହିଥାଏ। ଜିଙ୍କର ପରିମାଣ କମ ହେଲେ ଏହା ମସ୍ତିସ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିପାଇଁ ଅଦା, ଆଲମଣ୍ଡ,ବାଦାମ ଓ ଖଜୁରୀ ଖାଇବା ଦରକାର। ମ୍ୟାଗ୍ନେସିୟମର ଅଭାବ ମଧ୍ୟ ମାନସିକ ଅବସାଦ ଡାକି ଆଣିଥାଏ। ଏଥିପାଇଁ ଡ୍ରାଏ ଫ୍ରୁଟ୍ସ ଖାଆନ୍ତୁ।
ସେହିପରି ଅଖରୋଟ ଖାଇବା ଦ୍ବାରା ଅବସାଦ ଦୂରେଇଯାଏ। ଏଥିରେ ଓମେଗା 3 ଫ୍ୟାଟି ଏସିଡ୍ ରହିଥାଏ। ଯାହା ଶରୀର ପାଇଁ ଲାଭଦାୟକ। ଏହାଛଡା ସୁଇଟ ପଟାଟୋ, ବ୍ରୋକୋଲି ଖାଇବା ମଧ୍ୟ ଶରୀର ପାଇଁ ଉପାଦେୟ । ସର୍ବଦା ଅତ୍ୟଧିକ ସୁଗାର ଓ ସୋଡିୟମ ଖାଦ୍ୟରୁ ଦୂରେଇ ରହିବା ଉଚିତ୍।
ଏହାଛଡା ସବୁଜ ପନିପରିବା, ଶାଗ ଡ୍ରିପେସନ ଦୂରେଇଥାଏ। ଏନେଇ ଡାଏଟରେ ଚାହିଁଲେ ମାଛକୁ ସାମିଲ କରିପାରିବେ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ମାନସିକ ଅବସାଦ ଦେଇ ଗତି କରୁଥିଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାନ୍ତୁ।