ETV Bharat / bharat

ଟଙ୍କିକିଆ ମୁଦ୍ରାରେ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ - ମୁଦ୍ରାରେ ଜେଟଲୀଙ୍କ ଚିତ୍ର ଆଙ୍କି ଦେଲେ ଶ୍ରଦ୍ଧାଞ୍ଜଳି

ନିଜର ଭିନ୍ନ କଳାକାର ପାଇଁ ଚର୍ଚ୍ଚାରେ ଯୁବ କଳାକାର ଅମନ ଗୁଲାଟୀ । ମୁଦ୍ରାରେ ଜେଟଲୀଙ୍କ ଚିତ୍ର ଆଙ୍କି ଦେଲେ ଶ୍ରଦ୍ଧାଞ୍ଜଳି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 25, 2019, 6:02 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖୀରୀ ଜିଲ୍ଲାର ଜଣେ ଯୁବ କଳାକାର ଅମନ ଗୁଲାଟି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିଧନରେ ତାଙ୍କୁ ଭିନ୍ନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅମନ ଟଙ୍କିକିଆ ମୂଦ୍ରାରେ ଅରୁଣଙ୍କର ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଅମନ ତାଙ୍କ ଏହି କଳାକୁ ପ୍ରୟୋଗ କରି ବିଶ୍ବ ରେକର୍ଡ ମଧ୍ୟ କରିସାରିଛନ୍ତି । କିଛି ଦିନ ତଳେ ଏକ ବାଦାମରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ବଗତଃ ସୁଷମା ସ୍ବରାଜଙ୍କର ଚିତ୍ର ଆଙ୍କି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଖାଲି ସେତିକି ନୁହେଁ ସେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଠାରୁ ଆରମ୍ଭ କରି ବିଶ୍ବ କ୍ରିକେଟ କପ ଓ ଚନ୍ଦ୍ରଯାନ ଘଟଣା ଆଦିକୁ ମଧ୍ୟ ଏକ ବାଦାମରେ ଆଙ୍କି ବେଶ ଚର୍ଚ୍ଚାରେ ରହିଛନ୍ତି ।

ତେବେ ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଅଗଷ୍ଟ 10 ତାରିଖରେ ଦିଲ୍ଲୀ ସ୍ଥିତ ଏମସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ଶନିବାର 66 ବର୍ଷ ବୟସରେ ତାଙ୍କର ବିୟୋଗ ଘଟଥିଲା । ତେବେ ଅନ୍ତିମ ସଂସ୍କାର ଆଜି (ରବିବାର) ଦିଲ୍ଲୀ ସ୍ଥିତ ନିଗମ ବୋଧ ଘାଟରେ କରାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.