ETV Bharat / bharat

ଭାରତରେ କେତେ ରହୁଛନ୍ତି ପାକିସ୍ତାନୀ ଏବଂ ଆଫଗାନୀ, ଜାଣିଲେ ଆଶ୍ଚର୍ଯ୍ୟ ହେବେ - afgani citizens

ଭାରତରେ ପ୍ରାୟ ୪୧୩୩୧ ପାକିସ୍ତାନୀ ଓ ୪୧୯୩ ଆଫଗାନି ଦୀର୍ଘ ଦିନରୁ ରହିଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ଡିଜାଇନ ଫଟୋ
author img

By

Published : Jul 16, 2019, 9:42 PM IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କର ତିକ୍ତତା କାହାରିକୁ ଅଛପା ନାହିଁ । ଆଉ ଏହି ସମ୍ପର୍କ ନିକଟ ଭବିଷ୍ୟତରେ ସୁଧୁରି ବି ନପାରେ । ଏଭଳି ସମୟରେ ସରକାର ଏକ ତଥ୍ୟ ଦେଇଛନ୍ତି ଯାହା ଭାରତରେ ଦୀର୍ଘ ଦିନ ଧରି ରହି ଆସୁଥିବା ପାକିସ୍ତାନୀଙ୍କ ସଂଖ୍ୟା ସ୍ପଷ୍ଟ କରି ଦେଉଛି । ଭାରତରେ ୪୧,୩୩୧ ଜଣ ପାକିସ୍ତାନୀ ନାଗରିକ ଅନେକ ଦିନ ହେବ ରହିଥିବା ସୂଚନା ଲୋକସଭାରେ ରଖାଯାଇଛି ।

କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ ଭାରତରେ ୪୧,୩୩୧ ଜଣ ପାକିସ୍ତାନୀ ନାଗରିକ ଓ ଆଫଗାନିସ୍ତାନର ୪୧୯୩ ଜଣ ନାଗରିକ ଭାରତରେ ଦୀର୍ଘ ଦିନ ହେବ ରହିଛନ୍ତି ।

ମନ୍ତ୍ରୀଙ୍କ ସୂଚନା ମୁତାବକ ଏହି ସମସ୍ତେ 6 ଗୋଟି ସଂଖ୍ୟାଲଘୁ ସଂପ୍ରଦାୟର ବୋଲି ଚିହ୍ନଟ ହୋଇଛନ୍ତି । ଏହି ନାଗରିକ ଦୀର୍ଘ କାଳିନ ଭିସା(ଏଲଟିଭି) ଜରିଆରେ ଭାରତରେ ରହୁଛନ୍ତି । ଏହି ଏଲଟିଭି ଭିସା ଅନଲାଇନ୍‌ ଦ୍ବାରା କାର୍ଯ୍ୟକାରୀ ହୋଇଥାଏ । ଏହାକୁ ୨୦୧୪ରେ କାର୍ଯ୍ୟକ୍ଷମ କରାଯାଇଥିଲା । ୨୦୧୮ ଡିସେମ୍ବର ୩୧ ଯାଏ ଏଭଳି ତଥ୍ୟ ମିଳିଥିଲା ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.