ETV Bharat / bharat

ଅଯୋଧ୍ୟା ଗସ୍ତରେ ଯୋଗୀ, ଅନାବରଣ କରିବେ 7 ଫୁଟର ରାମ ମୂର୍ତ୍ତି

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଅଯୋଧ୍ୟା ଗସ୍ତରେ ଯିବେ । ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ 81 ତମ ଜନ୍ମଦିବସ ସମାରୋହରେ ଯୋଗ ଦେବା ସହ 7 ଫୁଟର ରାମଙ୍କ ପ୍ରତିମାକୁ ଅନାବରଣ କରିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 7, 2019, 10:41 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଅଯୋଧ୍ୟା ଗସ୍ତରେ ଯିବେ । ଯୋଗୀ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ 81ତମ ଜନ୍ମଦିବସ ସମାରୋହରେ ଯୋଗ ଦେବା ସହ କର୍ଣ୍ଣାଟକରୁ ଅଣାଯାଇଥିବା କୋଦମ୍ବ ରାମଙ୍କ ପ୍ରତିମାକୁ ଅନାବରଣ କରିବେ ।

35 ଲକ୍ଷ ଟଙ୍କାରେ କିଣା ଯାଇଥିବା କାଠ କଳାର ଏହି ଦୁର୍ଲଭ ମୂର୍ତ୍ତି ଅଯୋଧ୍ୟା ସୌଧ ସଂସ୍ଥାନର ଶିଳ୍ପ ସଂଗ୍ରାହାଳୟରେ ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ମୂର୍ତ୍ତିର ଅନାବରଣ ପରେ ମୂର୍ତ୍ତି ତିଆରି କରିଥିବା ଏମ ଏମ ମୂର୍ତ୍ତିଙ୍କୁ ସମ୍ମାନିତ କରିବେ ।

କାବେରୀ କର୍ଣ୍ଣାଟକ ରାଜ୍ୟ କଳା ଓ ସାମ୍ରାଜ୍ୟରୁ କିଣା ଯାଇଥିବା ଏହି ମୂର୍ତ୍ତି ଅଯୋଧ୍ୟା ପାଇଁ ଏକ ଗୌରବର କଥା ଅଟେ । 7 ଫୁଟର ଏହି ପ୍ରତିମାକୁ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ମିଳିସାରିଛି । ଅଯୋଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଗବାନ ରାମଙ୍କ ପ୍ରତିମା ସ୍ଥାପନ କରିବା ନେଇ ଘୋଷଣା କରି ଭୂମିଚିହ୍ନଟ କରିବା ପରେ ରାମଭକ୍ତ ଖୁସି ଅଛନ୍ତି ।

Intro:Body:

hdhdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.