ETV Bharat / bharat

ଯୋଗୀ ସରକାରଙ୍କ ୟୁଟର୍ଣ୍ଣ, ଛଟେଇ ହେବେନି ହୋମଗାର୍ଡ

ଛଟେଇ ହେବେ ନାହିଁ ୟୁପିର 25 ହଜାର ହୋମଗାର୍ଡ । ସୋମବାର ଜାରି ହୋଇଥିବା ନିଷ୍ପତ୍ତିକୁ ମଙ୍ଗଳବାର ବଦଳାଇଛନ୍ତି ଯୋଗୀ ସରକାର ।

ଫାଇଲ ଫଟୋ
author img

By

Published : Oct 15, 2019, 11:07 PM IST

Updated : Oct 16, 2019, 2:57 AM IST

ଲକ୍ଷ୍ନୌ: ନିଷ୍ପତ୍ତି ବଦାଳାଇଛନ୍ତି ଉତ୍ତର ପ୍ରଦେଶ ସରକାର । 25 ହଜାର ହୋମଗାର୍ଡଙ୍କୁ ଛଟେଇ କରିବା ପାଇଁ କହିଥିବାବେଳେ ମଙ୍ଗଳବାର ବଦାଳାଇଛନ୍ତି ମତ । ରାଜ୍ୟ ପୋଲିସ ଡ଼ିଜିପିଙ୍କ ସହ କଥା ହୋଇଛି, ସୀମିତ ବଜେଟ ମଧ୍ୟରେ ସମସ୍ତଙ୍କୁ ଦରମା ପ୍ରଦାନ କରାଯିବ । ତେଣୁ କାହାରିକୁ ନିଯୁକ୍ତିରୁ ଛଟେଇ କରାଯିବ ନାହିଁ ବୋଲି କହିଛନ୍ତି ହୋମଗାର୍ଡ ମନ୍ତ୍ରୀ ଚେତନ ଚୌହାନ ।

ସୀମିତ ବଜେଟରେ ୟୁପି ପୋଲିସ ବର୍ତ୍ତମାନ 17 ହଜାର ହୋମଗାର୍ଡଙ୍କୁ ନିଯୁକ୍ତିରେ ରଖିଛି । ବଳକା 8 ହଜାର ହୋମଗାର୍ଡଙ୍କୁ ମୁଖ୍ୟାଳୟରେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ପୋଲିସ ବିଭାଗରେ କର୍ତ୍ତବ୍ୟରତ ସମୁଦାୟ ହୋମଗାର୍ଡଙ୍କ ମଧ୍ୟରୁ 32 ପ୍ରତିଶତଙ୍କ ନିଯୁକ୍ତି ସମାପ୍ତ କରାଯାଇଥିଲା ।

ସୋମବାର ଆଦେଶ ମୁତାବକ ପୋଲିସ ଏଡ଼ିଜି 25 ହଜାର ହୋମଗାର୍ଡଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଗଷ୍ଟ 28ରେ ମୁଖ୍ୟ ସଚିବଙ୍କ ବୈଠକରେ ନିଆଯାଇଥିଲା ଏହି ନିଷ୍ପତ୍ତି । ବର୍ତ୍ତମାନ ୟୁପି ପୋଲିସରେ 40 ହଜାର ହୋମଗାର୍ଡ କର୍ତ୍ତବ୍ୟରତ ।

Last Updated : Oct 16, 2019, 2:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.