ETV Bharat / bharat

'କଂଗ୍ରେସର ଶେହଜାଦି ପିଲାଙ୍କୁ ଗାଳିଦେବା ଶିଖାଉଛନ୍ତି'

ଯେଉଁ ବୟସରେ ପିଲାଙ୍କୁ ସଂସ୍କାର ଶିଖାଇବା ଉଚିତ୍‌, ସେହି ବୟସରେ ପିଲାଙ୍କୁ ଗାଳି ଶିଖାଉଛନ୍ତି କଂଗ୍ରେସର ଶେହଜାଦି । ଏହା ହିଁ କଂଗ୍ରେସର ଅସଲି ଚରିତ୍ର ବୋଲି କହିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

author img

By

Published : May 3, 2019, 11:30 PM IST

ଫାଇଲ ଫଟୋ

ଲକ୍ଷ୍ନୌ: ଯେଉଁ ବୟସରେ ପିଲାଙ୍କୁ ସଂସ୍କାର ଶିଖାଇବା ଉଚିତ୍‌, ସେହି ବୟସରେ ପିଲାଙ୍କୁ ଗାଳି ଶିଖାଉଛନ୍ତି କଂଗ୍ରେସର ଶେହଜାଦି । ଏହା ହିଁ କଂଗ୍ରେସର ଅସଲି ଚରିତ୍ର । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ କଟାକ୍ଷ କରି କିଛି ଏଭଳି କହିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଶିଶୁ ମାନଙ୍କ ଦ୍ବାରା ନାରା ଲଗାଉଥିବା ଅଭିଯୋଗରେ ପ୍ରିୟଙ୍କଙ୍କୁ ନୋଟିସ ମିଳିଥିଲା । ରାଷ୍ଟ୍ରୀୟ ଶିଶୁ ଅଧିକାରୀ ଆୟୋଗ ଏହି ନୋଟିସ ଜାରି କରିଥିଲେ ।

ସୂଚନା ଯୋଗ୍ୟ, ଗତ ମଙ୍ଗଳବାର ଆମେଥିରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ପ୍ରଚାର କରୁଥିବା ବେଳେ କିଛି ଛୋଟଛୁଆ କଂଗ୍ରେସ ସମର୍ଥନରେ ନାରାବାଜି କରିଥିଲେ । ଏହା ପରେ ଏହି ଛୁଆମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଅପଶବ୍ଦ କହିଥିଲେ । ଯାହାକୁ ଶୁଣିବା ପରେ ପ୍ରିୟଙ୍କା କହିଥିଲେ ଏହା ନୁହେଁ, ଏହା ଭଲ ଲାଗୁନି । ସୁନା ପିଲା ହୁଅ । ଏହାପରେ ରାହୁଲ ଗାନ୍ଧୀ ଜିନ୍ଦାବାଦ ନାରା ଶୁଣିବାକୁ ମିଳିଥିଲା ।

Intro:Body:

gfdgf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.