ETV Bharat / bharat

ୟେସ ବ୍ୟାଙ୍କ ସଙ୍କଟ: 16 ଯାଏଁ ବଢିଲା ରାଣା କପୁରଙ୍କ ହେପାଜତ

author img

By

Published : Mar 11, 2020, 8:40 PM IST

ଗିରଫ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଥିବା ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ହେପାଜତ ଅବଧିକୁ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

Yes Bank founder Rana Kapoor produced before a PMLA court in Mumbai at the end of his three-day custody
ୟେସ ବ୍ୟାଙ୍କ ସଙ୍କଟ: ରାଣା କପୁରଙ୍କ ଇଡି ହେପାଜତ ଅବଧି 16 ତାରିଖ ଯାଏଁ ବୃଦ୍ଧି

ମୁମ୍ବାଇ: ଗିରଫ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଥିବା ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ହେପାଜତ ଅବଧିକୁ ବୃଦ୍ଧି କରାଯାଇଛି । ବୁଧବାର ତାଙ୍କୁ ଅର୍ଥ ହେରଫେର ନିବାରଣ ଆକ୍ଟ ( PMLA) କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ ମାର୍ଚ୍ଚ 16 ତାରିଖ ପର୍ଯ୍ୟନ୍ତ ହେପାଜତ ଅବଧିକୁ ବୃଦ୍ଧି କରିଛି । ଗତ ରବିବାର ତାଙ୍କୁ ଗିରଫ କରାଯିବା ସହ ସ୍ବତନ୍ତ୍ର ହଲିଡେ କୋର୍ଟ ଦ୍ବାରା 3 ଦିନ ପାଇଁ ଇଡିକୁ ହସ୍ତାନ୍ତର କରାଯାଇଥିଲା ।

ୟେସ ବ୍ୟାଙ୍କରେ ସଙ୍କଟ ଦେଖାଦେଇଥିବାବେଳେ ହେରଫେର ମାମଲାରେ ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଗିରଫ ହୋଇଛନ୍ତି । ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧିନରେ ଚଢାଉ ପରେ ତାଙ୍କୁ ଇଡି ଗିରଫ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ରାଣା କପୁର ଏକ କର୍ପୋରେଟ ସଂସ୍ଥାକୁ ଋଣ ପ୍ରଦାନ ଓ କଥିତ ଭାବେ ସେହି ଟଙ୍କା ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଜମା ହେବା ନେଇ କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ କରୁଛି । ଗତ ସପ୍ତାହରେ ଆରବିଆଇ ଭାରତର ଚତୁର୍ଥ ବୃହତ୍ତମ ଘରୋଇ ବ୍ୟାଙ୍କ ‘ୟେସ ବ୍ଯାଙ୍କ’ର ବୋର୍ଡ ଅପ ଡିରେକ୍ଟରର୍ସଙ୍କୁ ବାତିଲ କରିବା ସହ ଟଙ୍କା ଉଠାଣରେ ରୋକ ଲଗାଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.