ETV Bharat / bharat

ସୋସିଆଲ ମିଡିଆରେ ଛାଇଗଲେ ‘ସୁନ୍ଦରୀ ପୋଲିଂ ଅଫିସର ’

ନିକଟରେ ସୋସିଆଲ ମିଡିଆରେ ଖେଳିଯାଇଥିଲେ 2 ମହିଳା ପୋଲିଂ କର୍ମଚାରୀ । ହାତରେ ଇଭିଏମ୍‌ ଧରି ଜଣେ ହଳଦି ରଙ୍ଗର ସାଢୀ ପିନ୍ଧି ନିର୍ବାଚନ ଡ୍ୟୁଟିକୁ ଯାଉଥିବା ବେଳେ ଆଉ ଜଣେ ନୀଳ ରଙ୍ଗର ଡ୍ରେସ ପିନ୍ଧି ଯାଉଥିଲେ । ଦୁହିଙ୍କର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 14, 2019, 11:00 PM IST

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଖେଳିଯାଇଥିଲେ 2 ମହିଳା ପୋଲିଂ କର୍ମଚାରୀ । ହାତରେ ଇଭିଏମ୍‌ ଧରି ଜଣେ ହଳଦି ରଙ୍ଗର ସାଢୀ ପିନ୍ଧି ନିର୍ବାଚନ ଡ୍ୟୁଟିକୁ ଯାଉଥିବା ବେଳେ ଆଉଜଣେ ନୀଳ ରଙ୍ଗର ଡ୍ରେସ ପିନ୍ଧି ଯାଉଥିଲେ । ତେବେ ଦୁହିଙ୍କର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ୟୁଜର୍ସ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ ।

ତେବେ ହଳଦୀ ରଙ୍ଗର ସାଢୀ ପିନ୍ଧିଥିବା ମହିଳା ଜଣକ ଲକ୍ଷ୍ନୌର ରିନା ଦ୍ୱିବେଦୀ । ଲକ୍ଷ୍ନୌରେ ୫ମ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହୋଇଥିବା ବେଳେ ସହରଠାରୁ ୪୦ କିଲୋମିଟର ଦୂର ନଗରାମର ବୁଥ୍‌ ନମ୍ବର ୧୭୩ରେ ତାଙ୍କର ଡ୍ୟୁଟି ପଡିଥିଲା । ଏଥିପାଇଁ ସେ ଦିନକ ଆଗରୁ ବାହାରିଥିଲେ ନିର୍ବାଚନ ଡ୍ୟୁଡି ପାଇଁ । ହଳଦିଆ ଶାଢୀ ଏବଂ କଳା ଚଷମା ପିନ୍ଧି ହାତରେ ଇଭିଏମ୍‌ ମେଶିନ୍‌ ଧରି ଡ୍ୟୁଡି ପାଇଁ ବାହାରିଥିଲେ ରିନା । ଏହି ସମୟରେ ଏକ ଗଣମାଧ୍ୟମର ଫଟୋଗ୍ରାଫର ତାଙ୍କର ଏହି ଫଟୋଟି ଉଠାଇଥିଲେ । ଫଟୋଟି ଉକ୍ତ ଗଣମାଧ୍ୟମରେ ଛପିବା ପରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଥିଲା ।

ସେହିପରି ଷଷ୍ଠ ପର୍ଯ୍ୟାୟରେ ଭୋପାଲରେ ହୋଇଥିବା ମତଦାନ ପୂର୍ବରୁ ସେହି ସମୟରେ ନୀଳ ଡ୍ରେସ ପିନ୍ଧିଥିବା ଏକ ସୁନ୍ଦରୀ ମହିଳା ପୋଲିଂ କର୍ମଚାରୀଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ତାଙ୍କର ଏକ ଫଟୋଟି ମଧ୍ୟପ୍ରଦେଶ ସମେତ ପୁରା ଦେଶରେ ଭାଇରାଲ ହୋଇଥିଲା । ଏଥିରେ ମହିଳା ଜଣକ ନୀଳ ରଙ୍ଗର ଡ୍ରେସ ପିନ୍ଧି ଡ୍ୟୁଟିରେ ଯାଉଥିଲେ । ମହିଳା ଜଣକ ମଧ୍ୟପ୍ରଦେଶ ବେତୁଲର ଯୋଗେଶ୍ବରୀ ଗୋହିତେ ଓଙ୍କାର । ସେ ଭୋପାଲରେ ରୁହନ୍ତି ଏବଂ କେନାରା ବ୍ୟାଙ୍କରେ କାମ କରନ୍ତି । ତାଙ୍କ ଡ୍ୟୁଟି ଭୋପାଲର ବୁଥ ନମ୍ବର 100 ଗୋବିନ୍ଦପୁରା ଆଇଟିଆଇରେ ପଡିଥିଲା । ଇଭିଏମ ନେଇ ଡ୍ୟୁଟୁକୁ ଯାଉଥିବା ସମୟରେ ତାଙ୍କର ଏହି ଫଟୋଟି ଉଠାଯାଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.