ETV Bharat / bharat

ସିଏଏକୁ ନେଇ ଯାଦବପୁର ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ବିରୋଧ

author img

By

Published : Dec 25, 2019, 11:20 AM IST

ନାଗରିକ ସଂଶୋଧନ ଆଇନ (ସିଏଏ) କୁ ନେଇ ଦେଶସାରା ବିରୋଧ ପ୍ରଦର୍ଶନ ଜାରି ରହିଛି । ପଶ୍ଚିମବଙ୍ଗର ଯାଦବପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସ୍ବର୍ଣ୍ଣ ବିଜୟୀ ଛାତ୍ରୀ ମଞ୍ଚରେ ନାଗରିକତା ଆଇନର ଏକ ନକଲ କପିକୁ ଚିରିବା ସହିତ ବିରୋଧ ପ୍ରଦର୍ଶନ କରିଛନ୍ତି ।

yadabpur-versity-convocation-gold-medalist-tears-over-caa
ଫଟୋ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

କୋଲକାତା: ନାଗରିକ ସଂଶୋଧନ ଆଇନକୁ ନେଇ ଦେଶସାରା ବିରୋଧ ପ୍ରଦର୍ଶନ କରାଯାଉଛି । ପଶ୍ଚିମବଙ୍ଗର ଯାଦବପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସ୍ବର୍ଣ୍ଣ ବିଜୟୀ ଛାତ୍ରୀ ମଞ୍ଚରେ ନାଗରିକତା ଆଇନର ଏକ ନକଲ କପିକୁ ଚିରିବା ସହିତ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଯାଦବପୁର ବିଶ୍ବବିଦ୍ୟାଳୟ ଛାତ୍ରୀ ଦେବସ୍ମୀତା ଚୌଧୁରୀ ସିଏଏ ଆଇନକୁ ବିରୋଧ କରି କହିଛନ୍ତି ଆମେ ପ୍ରମାଣପତ୍ର ଦେଖାଇବୁ ନାହିଁ । ଏହା ପୂର୍ବରୁ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ଆସିଥିବା ରାଜ୍ୟପାଳ ଜଗଦୀପ ଧନଖୋଡେଙ୍କୁ ବିରୋଧ କରିଥିଲେ ଛାତ୍ରଛାତ୍ରୀ । ରାଜ୍ୟପାଳଙ୍କ ବିରୋଧରେ ଛାତ୍ରମାନେ କଳାପତାକା ପ୍ରଦର୍ଶନ କରି ତାଙ୍କ କାରକୁ ଅଟକାଇ ଫେରିଯାଅର ନାରା ଦେଇଛନ୍ତି ।

ପଶ୍ଚିମବଙ୍ଗରେ ମମତାଙ୍କ ତୃଣମୂଳ କଂଗ୍ରେସ ସରକାର ମଧ୍ୟ ନାଗରିକତା ସଂଶୋଧନ ଆଇନକୁ ଜୋରଦାର ବିରୋଧ କରୁଛନ୍ତି । ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ସିଏଏ ସମର୍ଥନକୁ ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି । ଯାହାକୁ ନେଇ ରାଜ୍ୟରେ ଆଇନର ଶାସନ ଚାଲୁନାହିଁ ବୋଲି ରାଜ୍ୟପାଳ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.