ETV Bharat / bharat

ଗୁଜୁରାଟରେ ନିର୍ମାଣ ହେବ ବିଶ୍ବର ସବୁଠୁ ବଡ଼ ପ୍ରାଣୀ ଉଦ୍ୟାନ

author img

By

Published : Dec 20, 2020, 4:36 PM IST

ଗୁଜୁରାଟରେ କିଛି ବର୍ଷ ମଧ୍ୟରେ ବିଶ୍ବର ସବୁଠୁ ବଡ଼ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି । ଅଧିକ ପଢନ୍ତୁ...

Mega zoo set to come up on 250 acres in Gujarat's Jamnagar
ଗୁଜୁରାଟରେ ନିର୍ମାଣ ହେବ ବିଶ୍ବର ସବୁଠୁ ବଡ଼ ପ୍ରାଣୀ ଉଦ୍ୟାନ

ଗାନ୍ଧୀନଗର: ଗୁଜୁରାଟର ଜାମନଗରରେ ନିର୍ମାଣ ହେବାକୁ ଯାଉଛି ବିଶ୍ବର ସବୁଠୁ ବଡ଼ ପ୍ରାଣୀ ଉଦ୍ୟାନ । ତେବେ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦ୍ବାରା ବିକଶିତ ହେବ ବୋଲି ଏକ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ବିଶ୍ବର ସବୁଠୁ ଉଚ୍ଚତମ ଷ୍ଟାଚ୍ୟୁ ନିର୍ମାଣ ହେବା ପରେ ଏବେ ବିଶ୍ବର ସବୁଠୁ ବଡ଼ ପ୍ରାଣୀ ଉଦ୍ୟାନକୁ ନିର୍ମାଣ କରାଯିବ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରାଣୀ ଉଦ୍ୟାନରେ ବହୁ ସଂଖ୍ୟାର ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କୁ ଏକାଠି ରଖାଯିବ । ତେବେ ଏହା ଖୁବଶୀଘ୍ର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏମ.କେ ASSOCHAMର ପ୍ରତିଷ୍ଠା ସପ୍ତାହରେ ଶୁକ୍ରବାର ଭର୍ଚ୍ଚୁଆଲ କନଫରେନ୍ସିଂ ଯୋଗ ଦେଇ କହିଛନ୍ତି ।

ଏହି ବିଶାଳ ପ୍ରାଣୀ ଉଦ୍ୟାନଟି 250. 1 ଏକର ଜମିରେ ହେବ ବୋଲି କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ (CZA) ପକ୍ଷରୁ କୁହାଯାଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହି ପ୍ରାଣୀ ଉଦ୍ୟାନର ଏକ ନକ୍ସା ପ୍ରସ୍ତୁତ କରି 2019 ମସିହା ଫେବୃଆରୀ 12 ତାରିଖରେ ଆୟୋଜିତ ହୋଇଥିବା କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର 33ତମ ବୈଠକରେ ସ୍ବୀକୃତି ଲାଭ କରିସାରିଛି ।

ବିଶ୍ବର ବିଭିନ୍ନ ପ୍ରାନ୍ତରୁ ପଶୁପକ୍ଷୀମାନଙ୍କୁ ଅଣାଯାଇ ପ୍ରାଣୀ ଉଦ୍ୟାନରେ ଫ୍ରଗ୍‌ ହାଉସ୍, ଡ୍ରାଗନ୍ ଲ୍ୟାଣ୍ଡ୍, ଲ୍ୟାଣ୍ଡ ଅଫ୍ ରୋଡେଣ୍ଟ, ଜଳଜାତୀୟ ରାଜ୍ୟ, ଜଙ୍ଗଲ ଅଫ୍ ଇଣ୍ଡିଆ, ମାର୍ସେସ ଅଫ୍‌ ୱେଷ୍ଟ ଲ୍ୟାଣ୍ଡ, ଭାରତୀୟ ମରୁଭୂମି ଭଳି ବିଭାଗର ନାମକରଣ କରାଯାଇ ପଶୁପକ୍ଷୀଙ୍କୁ ସେଠାରେ ରଖାଯିବାର ବ୍ୟବସ୍ଥା କରାଯିବ ।

ତେବେ ଏହି ପ୍ରାଣୀ ଉଦ୍ୟାନରେ ଆଫ୍ରିକାର ସିଂହ, ଚିତାବାଘ, ଫିସିଙ୍ଗ କ୍ୟାଟ, ଭାରତୀୟ , ଏସିଆର ସିଂହ, ଓରାଙ୍ଗଉଟାନ, ବେଙ୍ଗଲ ଟାଇଗର, ଗରିଲା, ଜେବ୍ରା, ଜିରାଫ, ଆଫ୍ରିକାନ ହାତୀ, କୋମୋଡ଼ୋ ଡ୍ରାଗନ, ମାଲାୟାନ ତାପିର ଆଦି ପ୍ରାଣୀଙ୍କୁ ଏଠାରେ ରଖାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.