ETV Bharat / bharat

ଆଜି ବିଶ୍ବ ବନ୍ୟଜନ୍ତୁ ଦିବସ: ବନ୍ଧୁ ସାଜିଛନ୍ତି ପିରାରାମ

ଆଜି ବିଶ୍ବ ବନ୍ୟଜନ୍ତୁ ଦିବସ । ପ୍ରତିବର୍ଷ ମାର୍ଚ୍ଚ 3 ତାରିଖରେ ବିଶ୍ବ ବନ୍ୟଜନ୍ତୁ ଦିବସ ପାଳନ କରାଯାଉଛି । ଜଣେ ପଶୁ ପ୍ରେମୀରୁ ସେ ଏବେ ପଶୁଙ୍କ ପରମ ବନ୍ଧୁ ସାଜିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 3, 2020, 1:20 PM IST

ଆଜି ବିଶ୍ବ ପ୍ରାଣୀ ଦିବସ
ଆଜି ବିଶ୍ବ ପ୍ରାଣୀ ଦିବସ

ହାଇଦ୍ରାବାଦ: ଆଜି ବିଶ୍ବ ବନ୍ୟଜନ୍ତୁ ଦିବସ । ପ୍ରତିବର୍ଷ ମାର୍ଚ୍ଚ 3 ତାରିଖରେ ବିଶ୍ବ ବନ୍ୟଜନ୍ତୁ ଦିବସ ପାଳନ କରାଯାଉଥିବାବେଳେ ଚଳିତ ବର୍ଷର ଥିମ ରହିଛି ପରିବେଶରେ ସୁରକ୍ଷିତ ରହିବେ ସମସ୍ତ ଜୀବଜନ୍ତୁ। ଆଜିର ଏହି ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସମସ୍ତଙ୍କୁ ବନ୍ୟଜନ୍ତୁ ପ୍ରାଣୀଙ୍କ ସୁରକ୍ଷା ପାଇଁ ଅପିଲ କରିଛନ୍ତି । ସେହିପରି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳାରେ ଜୀବଜନ୍ତୁଙ୍କ ସୁରକ୍ଷା ନେଇ ବାର୍ତ୍ତା ଦେଇଛନ୍ତି ।

ଆଜି ବିଶ୍ବ ପ୍ରାଣୀ ଦିବସ
ଆଜି ବିଶ୍ବ ପ୍ରାଣୀ ଦିବସ

ବହୁତ ସମୟରେ ବନ୍ୟଜନ୍ତୁଙ୍କୁ ଶିକାର ତଥା ଚାଲାଣ ଖବର ଆପଣ ଶୁଣୁଥିବେ, ହେଲେ କେହି କେବେ ଏମାନଙ୍କ ସୁରକ୍ଷା ଦିଗରେ କାମ କରୁଥିବେ ତାହା ହୁଏତ କମ ଶୁଣିବାକୁ ମିଳେ । ଏହି ବନ୍ୟଜନ୍ତୁ ଦିବସ ଉପଲକ୍ଷେ ଆମେ ଆପଣଙ୍କୁ ଏମିତି ଏକ ବ୍ୟକ୍ତିଙ୍କ ସହ ପରିଚିତ କରାଇବୁ , ଯାହାଙ୍କ ସାରା ଜୀବନ ବନ୍ୟଜନ୍ତୁଙ୍କ ପାଇଁ ରହିଛି ।

ଆଜି ବିଶ୍ବ ପ୍ରାଣୀ ଦିବସ
ଆଜି ବିଶ୍ବ ପ୍ରାଣୀ ଦିବସ

ତେବେ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ଏକ ଉଦହାରଣ ସୃଷ୍ଟି କରିଛନ୍ତି ରାଜସ୍ଥାନ ଜଣେ ସାମାନ୍ୟ ମେକାନିକ ପିରାରାମ ବିଷ୍ଣୋଇ । ଗ୍ୟାରେଜରେ ରହି କାମ କରୁଥିବା ରାମ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ବେଶ ସଜାଗ । ତେଣୁ ଅନେକ ଆହତ ଜୀବଜନ୍ତୁଙ୍କୁ ଉଦ୍ଧାର କରି ସେମାନଙ୍କ ସେବା ସୁଶ୍ରୁଷାକୁ ନିଜ ଜୀବନର ବ୍ରତ କରିଛନ୍ତି ସେ। ଏପର୍ଯ୍ୟନ୍ତ ସେ 1180 ଆହତ ଜନ୍ତୁଙ୍କୁ ଉଦ୍ଧାର କରି ତାଙ୍କୁ ଚିକିତ୍ସା କରୁଛନ୍ତି । ଆଉ ଏମାନଙ୍କ ମଧ୍ୟରେ ଅନେକ ବିରଳ ପ୍ରଜାତିର ପଶୁପକ୍ଷୀ ରହିଥିବା ଜଣାଯାଏ । ଏକ ଚାଷ ପରିବାର ଜନ୍ମ ହୋଇଥିବା ପିଡା ପିଲାଟି ବେଳୁ ପଶୁପକ୍ଷୀଙ୍କ ପ୍ରେମୀ ଥିଲେ । ପିରାରାମ ନିଜ ଅର୍ଜିତ ଟଙ୍କାରେ ସେମାନଙ୍କ ଚିକିତ୍ସା କରିବା ସହ ରକ୍ଷାଣାବେକ୍ଷଣ ପାଇଁ ଘର ମଧ୍ୟ କରିଛନ୍ତି ଏବଂ ଏଥିରେ ତାଙ୍କ ପୁରା ପରିବାର ମଧ୍ୟ ସହଯୋଗ କରନ୍ତି ।

ଆଜି ବିଶ୍ବ ପ୍ରାଣୀ ଦିବସ
ଆଜି ବିଶ୍ବ ପ୍ରାଣୀ ଦିବସ

ଦିନେ ପୀରାରାମ ତାଙ୍କ ଦୋକାନ ଆସୁଥିବା ସମୟରେ, ଗୋଟିଏ କୃଷ୍ଣସାର ମୃଗରେ ଗାଡିରେ ମାଡ ହୋଇ ଆହତ ଅବସ୍ଥାରେ ରାସ୍ତାର ପଡିରହିଥିଲା । ଯାହା ତାଙ୍କୁ ଅତ୍ୟନ୍ତ ବିଚଳିତ କରିବା ସହ ଅସହ୍ୟ ମନେ କରିଥିଲେ । ଯାହାକୁ ସେ ତୁରନ୍ତ ଉଦ୍ଧାର କରି ଚିକିତ୍ସା କରାଇଥିଲେ । ଆଉ ଏହି ଠାରୁ ତାଙ୍କ ଯାତ୍ରା ଆରମ୍ଭ ହୋଇଛି । ଏପରି ଦୀର୍ଘ 10 ବର୍ଷ ଧରି ପଶୁପକ୍ଷୀଙ୍କ ରକ୍ଷଣାବେକ୍ଷଣା କରିଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.