ETV Bharat / bharat

ଆଜି ‘ବିଶ୍ବ ଜନସଂଖ୍ୟା ଦିବସ’, ସଚେତନତା ପଥରେ ଭାରତ - new delhi

ଆଜି ସାରା ବିଶ୍ବ ପାଳୁଛି ବିଶ୍ବ ଜନସଂଖ୍ୟା ଦିବସ । 30 ବର୍ଷ ପୂର୍ବେ ଆଜିର ଦିନରେ ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ ପରିଚାଳନା ପରିଷଦ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା ।

ପ୍ରତିକାତ୍ମକ ଫଟୋ
author img

By

Published : Jul 11, 2019, 9:26 PM IST

ନୂଆଦିଲ୍ଲୀ: ଆଜି ବିଶ୍ବ ଜନସଂଖ୍ୟା ଦିବସ ବା ଓ୍ବାଲର୍ଡ ପପୁଲେସନ ଡେ । 30 ବର୍ଷ ପୂର୍ବେ 1989 ମସିହାରେ ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ ପରିଚାଳନା ପରିଷଦ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା । ତେବେ 1987 ମସିହା ଜୁଲାଇ 11 ତାରିଖରେ ବିଶ୍ବର ଜନସଂଖ୍ୟା 500 କୋଟି ଛୁଇଁଥିଲା । ଏହାପରେ ଜନସଂଖ୍ୟା ରୋକିବା ସହ ସମସ୍ତଙ୍କ ମନରେ ସଚେତନତାକୁ ଜାଗ୍ରତ କରିବା ପାଇଁ ଏହି ଦିନଟିକୁ ପାଳନ କରାଯାଇଥାଏ । ଯେଉଁଥିରେ ପରିବାର ନିୟୋଜନ, ଲିଙ୍ଗ ସମାନତା, ଦାରିଦ୍ର, ମାତୃ ସ୍ବାସ୍ଥ୍ୟ ଓ ମାନବ ଅଧିକାର ମହତ୍ବ ସାମିଲ ରହିଛି ।

ତେବେ ବର୍ତ୍ତମାନ ସମୟରେ ଭାରତ ଓ ଚୀନର ଜନସଂଖ୍ୟା ଚିନ୍ତାର ବିଷୟ ପାଲଟିଛି । ୧୯୫୧ ମସିହାରେ ଭାରତର ଜନସଂଖ୍ୟା ୩୬କୋଟି ଥିବାବେଳେ ଯାହା କ୍ରମେ ବୃଦ୍ଧି ପାଇ ଏବେ ୧୩୩ କୋଟିରେ ପହଞ୍ଚିସାରିଛି । ଅନେକ ରିପୋର୍ଟରେ ଦାବି କରାଯାଉଛି ଯେ, ଜନସଂଖ୍ୟା ମାମଲାରେ ଭାରତ ୨୦୨୭ ସୁଦ୍ଧା ଚୀନକୁ ପଛରେ ପକାଇ ନମ୍ବର ଏକରେ ରହିବ ।

ତେବେ ଜନସଂଖ୍ୟା ସମସ୍ୟାର ଗୁରୁତ୍ବ ଓ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବା ଲାଗି ପ୍ରତିବର୍ଷ ଜୁଲାଇ 11 ତାରିଖ ଆଜିର ଦିନକୁ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଇଥାଏ ।

Intro:ବୌଦ୍ଧ ଜେଲରେ କଏଦୀଙ୍କ ଅତର୍କିତ ଆକ୍ରମଣ ।ସଂଘବଦ୍ଧ ଭାବେ ହୋଇଥିବା ଆକ୍ରମଣ ରେ ଦୁଇ ଜଣ ଜେଲ ଓ୍ବାର୍ଡର ଆହତ ହୋଇଥିବା ଜଣାପଡିଛି । ଘଟଣା ପରେ ପରେ ବୌଦ୍ଧ ପୋଲିସ ଜେଲକୁ ନିଜ କବ୍ଜାକୁ ନେଇ ଆକ୍ସନ ମୁଡକୁ ଆସିଥିଲା। ଫଳରେ କୌଣସି ବଡ ଧରତର ଘଟଣା ଘଟିପାରି ନଥିଲା ।

Body:ବୌଦ୍ଧ ଜେଲ ଇତିହାସରେ ପ୍ରଥମ ଥର ପାଇଁ ଓ୍ବାର୍ଡର ଙ୍କ ଉପରେ କଏଦୀ ମାନଙ୍କ ମିଳିତ ଆକ୍ରମଣ ହୋଇଛି ।ଗୁରୁବାର ଦିନ ପ୍ରାୟ ବାରଟା ବେଳେ ଜେଲର କଏଦୀ ଗୃହରେ ଓ୍ବାର୍ଡର ଙ୍କ ଯୋତାପିନ୍ଧି ପ୍ରବେଶରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।ପ୍ରାୟ ଛ ରୁ ସାତ ଜଣ କଏଦୀ ମିଳିତ ଭାବେ
ଦୁଇ ଜଣ ଓ୍ବାର୍ଡର ଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ।ଘଟଣା ପରେ ପରେ ବୌଦ୍ଧ ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ବୌଦ୍ଧ ପୋଲିସ ଏସଡିପିଓ ସାଲେଷ୍ଟିନ ଟିଗା , ଥାନା ଅଧିକାରୀ ତପସ୍ବିନୀ କହଁର, ଜେଲର ଜନାର୍ଦ୍ଦନ କହଁର ପ୍ରମୁଖ ଙ୍କ ଉପସ୍ଥିତି ରେ ପୋଲିସ ବାହିନୀ ଜେଲ ମଧ୍ୟରେ ପ୍ରବେଶ କରି ଉତ୍ତେଜନା କୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ।ଘଟଣାର ପ୍ରକୃତ ତଥ୍ୟ ଜେଲରୁ ବାହାରି ନଥିବା ବେଳେ ଏନେଇ ନାନା କଳ୍ପନା ଜଳ୍ପନା ଲାଗିରହିଛି ।ଅଦ୍ୟାବଧି ଜେଲରେ ଉତ୍ତେଜନା ଲାଗିରହିଥିବା ବେଳେ ଓ୍ବାର୍ଡର ମାନେ ଦୋଷୀ କଏଦୀଙ୍କ ଅନ୍ୟତ୍ର ସ୍ଥାନାନ୍ତର ଦାବୀ କରିଛନ୍ତି ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.