ETV Bharat / bharat

ବିଶ୍ବ ଫଟୋଗ୍ରାଫି ଦିବସ: ଆଲୋକ ଦ୍ବାରା ଚିତ୍ର ଆଙ୍କିବାର ଏକ ଅଭିନବ ପ୍ରୟାସ

ବର୍ତ୍ତମାନ ସମୟରେ ଫଟୋଗ୍ରାଫି ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ଅଙ୍ଗରେ ପରିଣତ ହୋଇଛି । କୌଣସି ମୁହୂର୍ତ୍ତକୁ କଏଦ କରିବାର ସବୁଠାରୁ ଉତ୍କୃଷ୍ଟ ମାଧ୍ୟମ ପାଲଟିଛି ଫଟୋଗ୍ରାଫି । ଏମିତିରେ ଆସନ୍ତୁ ଜାଣିବା ବିଶ୍ବ ଫଟୋଗ୍ରାଫି ଦିବସରେ ଫଟୋଗ୍ରାଫି ଓ ଫଟୋଗ୍ରାଫରଙ୍କୁ ନେଇ କିଛି ଅଜଣା କଥା...

author img

By

Published : Aug 19, 2020, 1:51 PM IST

world photography day, photography, unknown fact,   unknown fact on photography day, photographer, photo,  ବିଶ୍ବ ଫଟୋଗ୍ରାଫି ଦିବସ, ଫଟୋଗ୍ରାଫି, ଅଜଣା କଥା, ଫଟୋଗ୍ରାଫିକୁ ନେଇ ଅଜଣା କଥା,   ଫଟୋଗ୍ରାଫର, ଫଟୋ
ବିଶ୍ବ ଫଟୋଗ୍ରାଫି ଦିବସ: ଆଲୋକ ଦ୍ବାରା ଚିତ୍ର ଆଙ୍କିବାର ଏକ ଅଭିନବ ପ୍ରୟାସ

ବିଶ୍ବ ଫଟୋଗ୍ରାଫି ଦିବସ । ସାରା ବିଶ୍ବରେ ଆଜି(ବୁଧବାର) ଫଟୋଗ୍ରାଫରମାନଙ୍କୁ ଉତ୍ସର୍ଗୀକୃତ ଏହି ଦିନ । କେବଳ ଯେ ଫଟୋଗ୍ରାଫର ତାହା ନୁହେଁ, ଫଟୋଗ୍ରାଫିକୁ ପସନ୍ଦ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଜିର ଏହି ଖାସ ଦିନଟିଏ । 1839 ମସିହାରେ ବ୍ରିଟିଶ ବୈଜ୍ଞାନିକ ଜନ ହର୍ସେଲ ଏହି ଶବ୍ଦଟିକୁ ପ୍ରଥମେ ଆବିଷ୍କାର କରିଥିଲେ । ଏହା ମୁଖ୍ୟତଃ ଦୁଇଟି ଶବ୍ଦ ‘ଫୋସ- ଆଲୋକ’ ଓ ‘ଗ୍ରାଫ- ଚିତ୍ର ବା ଲେଖା’ କୁ ନେଇ ସଂଯୋଜିତ । ସମ୍ମୀଳିତ ଭାବେ ଫଟୋଗ୍ରାଫିର ଅର୍ଥ ହେଉଛି ଆଲୋକ ଦ୍ବାରା ଚିତ୍ର ଆଙ୍କିବା । ପ୍ରତିବର୍ଷ ଅଗଷ୍ଟ 19 ତାରିଖରେ ପାଳନ ହେଉଥିବା ଏହି ଦିନଟିର ଗୋଟିଏ ନିର୍ଦ୍ଦିଷ୍ଟ ଥିମ ବା ବିଷୟ ରହିଥାଏ ।

ତେବେ ବର୍ତ୍ତମାନ ସମୟରେ ଫଟୋଗ୍ରାଫି ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ଅଙ୍ଗରେ ପରିଣତ ହୋଇଛି । କୌଣସି ମୁହୂର୍ତ୍ତକୁ କଏଦ କରିବାର ସବୁଠାରୁ ଉତ୍କୃଷ୍ଟ ମାଧ୍ୟମ ପାଲଟିଛି ଫଟୋଗ୍ରାଫି । ବେଳେବେଳେ କେବଳ ଗୋଟିଏ ଫଟୋ ହିଁ ଅନେକ ଅକୁହା କଥାକୁ ଅଗଣିତ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ଢେର ହୋଇଥାଏ ତ କେତେବେଳେ ପୁଣି ଗୋଟିଏ ଆନ୍ଦୋଳନ ସୃଷ୍ଟି କରିବା ପାଇଁ ମଧ୍ୟ ଫଟୋଟିଏ ଯଥେଷ୍ଟ । ଏମିତିରେ ଆସନ୍ତୁ ଜାଣିବା ବିଶ୍ବ ଫଟୋଗ୍ରାଫି ଦିବସରେ ଫଟୋଗ୍ରାଫି ଓ ଫଟୋଗ୍ରାଫରଙ୍କୁ ନେଇ କିଛି ଅଜଣା କଥା...

  • ବିଶ୍ବରେ ଯଦି କୌଣସି ବ୍ୟକ୍ତଙ୍କ ପାଖରେ ସର୍ବାଧିକ କ୍ୟାମେରାର କଲେକ୍ସନ ରହିଥାଏ, ତେବେ ସେ ହେଉଛନ୍ତି ମୁମ୍ବାଇର ଫଟୋ ଜର୍ଣ୍ଣାଲିଷ୍ଟ ଦିଲିସ ପାରେଖ । ତାଙ୍କ ପାଖରେ ରହିଛି ପୁରୁଣାଠାରୁ ଆରମ୍ଭ କରି ଅତ୍ୟାଧୁନିକ ପର୍ଯ୍ୟନ୍ତ 4425ଟି କ୍ୟାମେରା।
  • 1828 ମସିହାରେ କ୍ୟାମେରାର ପ୍ରଥମ ଥର ପାଇଁ କୌଣସି ମଣିଷଙ୍କୁ କଏଦ କରାଯାଇଥିଲା । ତେବେ କୌତୁହଳିଆ କଥା କି ଏହି ଫଟୋଟି ଭୁଲବଶତଃ ଉଠାଯାଇଥିଲା । ପ୍ୟାରିସର ବୋଲେଭାର୍ଡ ଡୁ ମନ୍ଦିରର ଫଟୋ ଉତ୍ତୋଳନ କରିବାକୁ ଯାଇ ଗଳିରେ ଜୋତା ପଲିସ କରୁଥିବା ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଫଟୋରେ ଭୁଲବଶତଃ ସାମିଲ ହୋଇଯାଇଥିଲେ । ସେ ସମୟରେ ଫଟୋ ଉଠାଇବାକୁ 7 ମିନିଟର ସମୟ ଲାଗୁଥିଲା ।
  • ବିଶ୍ବର ପ୍ରଥମ ଡିଜିଟାଲ କ୍ୟାମେରାକୁ 1975 ମସିହାରେ ଷ୍ଟିଭେନ ସାସନ ଉଦ୍ଭାବନ କରିଥିଲେ । ସେ ସମୟରେ ଷ୍ଟିଭେନ କୋଡାକ କମ୍ପାନୀରେ ଇଷ୍ଟମ୍ୟାନ ଭାବେ କାର୍ଯ୍ୟରତ ଥିଲେ ।
  • ବର୍ତ୍ତମାନ ଡିଏସଏଲଆର କ୍ୟାମେରାର ଓଜନ ଯେତିକି ରହିଛି, ପୂର୍ବରୁ ଥିବା ଡିଜିଟାଲ କ୍ୟାମେରା ଏହାର 4 ଗୁଣା ଓଜନଦାର ଥିଲା । ଏହି କ୍ରମରେ ଷ୍ଟିଭେନଙ୍କ କ୍ୟାମେରାର ଓଜନ 8 ପାଉଣ୍ଡ ବା 3.6 କିଲୋଗ୍ରାମ ରହିଥିଲା । ଯାହା କେବଳ 0.01 ଏମପି ପର୍ଯ୍ୟନ୍ତ ଦେଖିବାରେ ସକ୍ଷମ ଥିଲା । ଯେବେକି ଅତ୍ୟାଧୁନିକ ଡିଏସଏଲଆରର ଓଜନ ପ୍ରାୟ 2 ପାଉଣ୍ଡ ରହିଥାଏ ।
  • ଦୈନିକ ବିଶ୍ବରେ ଲକ୍ଷ ଲକ୍ଷ ଫଟୋ ଉଠାଯାଉଥିବା ବେଳେ ଆକଳନ ମୁତାବକ ଗୋଟିଏ ବର୍ଷରେ ପ୍ରାୟ 1 ଟ୍ରିଲିୟନ ଫଟୋ ଉଠାଯାଇଥାଏ । ଏ ହିସାବରେ ଦୈନିକ ପ୍ରାୟ 95 ମିଲିୟନ ଫଟୋ ଇନଷ୍ଟାଗ୍ରାମରେ ଅପଲୋଡ ହେଉଛି । ସେହିପରି 300 ମିଲିୟନ ଫଟୋ ଫେସବୁକରେ ଦୈନିକ ଭାବେ ଅପଲୋଡ ହେଉଛି ।
  • ପ୍ରାରମ୍ଭିକ ଦିନରେ କେବଳ ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ଉଠାଯାଉଥିବା ବେଳେ 1861 ମସିହାରେ କ୍ଲିକ ହୋଇଥିଲା ପ୍ରଥମ ରଙ୍ଗୀନ ଫଟୋ । ଏହା ପଛରେ ମୁଖ୍ୟ ନାୟକ ସାଜିଥିଲେ ଥୋମାସ ସୁଟୋନ । ଏଥିପାଇଁ ସେ କ୍ୟାମେରା ସାମ୍ନାରେ ଲାଲ୍‌, ସବୁଜ ଓ ନୀଳ ରଙ୍ଗର 3ଟି ପରସ୍ତ ଫିଲଟର ରଖି ରଙ୍ଗୀନ ଫଟୋ କ୍ଲିକ କରିବାରେ ସଫଳ ହୋଇଥିଲେ ।
  • କେବଳ ସେତିକି ନୁହେଁ ସୁଟୋନ ପ୍ରଥମ ଏସଏଲଆର କ୍ୟାମେରା ଉଦ୍ଭାବନ କରିଥିଲେ । 1859 ମସିହାରେ ସେ ୱାଇଡ ଆଙ୍ଗଲ ଲେନ୍ସର ବ୍ୟବହାରରେ ପାନାରୋମିକ କ୍ୟାମେରା ମଧ୍ୟ ପ୍ରସ୍ତୁତ କରିଥିଲେ ।
  • ବିଶ୍ବର ପ୍ରଥମ ପ୍ରୋଜେକ୍ଟେଡ ଫଟୋକୁ କ୍ୟାମେରା ଓବସ୍କୁରା ବା ଡାର୍କ ରୁମ(ଅନ୍ଧାର କୋଠରୀ) ଦ୍ବାରା କଏଦ କରାଯାଇଥିଲା । ଏହି ନିୟମକୁ 470ରୁ 391 ଖ୍ରୀଷ୍ଟପୂର୍ବରେ ଉଦ୍ଭାବନ କରିଥିଲେ ଚାଇନିଜ ଫିଲୋସୋଫର ମୋଜି ।
  • ବର୍ତ୍ତମାନ ଫଟୋଗ୍ରାଫି ପାଇଁ ବ୍ୟବହାର ହେଉଥିବା ଫ୍ଲାସ ଲାଇଟକୁ ପୂର୍ବ କାଳରେ ପୋଟାସିୟମ କ୍ଲୋରାଇଡ ଓ ଆଲୁମିନିୟମର ବ୍ୟବହାରରେ ପ୍ରସ୍ତୁତ କରାଯାଇଥିଲା । ଉଭୟ ପଦାର୍ଥକୁ ମିଶାଇବା ଦ୍ବାର ଏକ ସ୍ପାର୍କ ସୃଷ୍ଟି ହୋଇଥିଲା । ଯାହା ଫ୍ଲାସ ପରି କାମ କରୁଥିଲା । କିନ୍ତୁ ଏହାକୁ ଯଦି ସଠିକ ଭାଗ ମାପରେ ନମିଶାଯାଏ ତେବେ ଭୟଙ୍କର ବିସ୍ଫୋରଣ ହେଉଥିଲା ।
  • ବିଶ୍ବର ସବୁଠାରୁ ମହଙ୍ଗା ଫଟୋ 4.3 ମିଲିୟନ ଡଲାରରେ ବିକ୍ରି ହୋଇଥିଲା । 1999 ମସିହାରେ ଆଣ୍ଡ୍ରିଆସ ଗୁରସ୍କାଏ ଏହି ଫଟୋଟିକୁ ଉତ୍ତୋଳନ କରିଥିଲେ । ଯାହା 2011 ମସିହାରେ ବିକ୍ରି ହୋଇଥିଲା ।
  • ରେକର୍ଡିଂ ପାଇଁ ବ୍ୟବହୃତ ହୋଇଥିବା ପ୍ରଥମ କ୍ୟାମେରା ହେଉଛି ଡାଗୁଏରୋଟାଇପ କ୍ୟାମେରା । ପୂର୍ବେ ଏହାର ପ୍ରକ୍ରିୟା ବହୁତ ଜଟିଳ ମଧ୍ୟ ରହିଥିଲା । ହେଲେ ପରବର୍ତ୍ତୀ ସମୟରେ ବିଜ୍ଞାନର ସହାୟତାରେ ଏହି ପ୍ରକ୍ରିୟା ସହଜସାଧ୍ୟ ହେବା ସହ ଭିଡିଓ ରେକର୍ଡ ଫିଚର ଆସିଥିଲା ।
  • ଅଧିକାଂଶ କମ୍ପାନୀର ନିଜ ନାମ ଓ ପ୍ରଡକ୍ଟ ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଥାଏ । ହେଲେ କୋଡାକ କମ୍ପାନୀର ଏହା ସହିତ କୌଣସି ସମ୍ପର୍କ ରହିନଥିଲା । ବାସ୍ତବରେ ଏହି କମ୍ପାନୀର ନାମର କୌଣସି ଅର୍ଥ ନାହିଁ । ଏହାର ପ୍ରତିଷ୍ଠାତା ଜର୍ଜ ଇଷ୍ଟମ୍ୟାନଙ୍କ କହିବା ଅନୁଯାୟୀ ‘କେ’ ଉଚ୍ଚାରଣ ଅତି ପ୍ରଭାବଶାଳୀ ଥିବାର ଏହାକୁ ନେଇ ସେ କୋଡାକର ନାମ ଚୟନ କରିଥିଲେ । କିନ୍ତୁ ଏହାର କୌଣସି ବାସ୍ତବ ଅର୍ଥ ନାହିଁ ।
  • ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ବିଲେଇ ଫଟୋଗ୍ରାଫି ବାସ୍ତବରେ ଆମ କଳ୍ପନାରୁ ଢେର ପୁରୁଣା । ଉନବିଂଶ ଶତାବ୍ଦୀରେ ଆରମ୍ଭ ହୋଇଥିବା ଏହି ଫଟୋଗ୍ରାଫି ଏବେ ବି ନିଜର ଲୋକପ୍ରିୟତା ବଜାୟ ରଖିଛି । 1870 ମସିହାରେ ଏହାର ଭାଇରାଲ ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।
  • 1979 ମସିହାରେ ପୋଲାରଏଡ ପ୍ରଥମ ଅଟୋ ଫୋକସ ଏସଏଲଆର କ୍ୟାମେରା ଉଦ୍ଭାବନ କରିଥିଲେ । ଯାହା ଏସଏଲଆର କ୍ୟାମେରା ଉଦ୍ଭାବନ ହେବାର 120 ବର୍ଷ ପରର ଘଟଣା ।
  • ଫରାସୀ ଆବିଷ୍କାରକ ଗାସପର୍ଡ-ଫେଲିକ୍ସ ଟର୍ଣ୍ଣାଚୋନ 1858 ମସିହାରେ ବିଶ୍ବର ପ୍ରଥମ ଏରିଆଲ ଫଟୋ ଉତ୍ତୋଳନ କରିଥିଲେ । ପେଶାରେ ସେ ଜଣେ ବଲୁନିଷ୍ଟ ଥିବା ବେଳେ ଏକ ଟ୍ରିପରେ ସେ କ୍ୟାମେରା ନେଇ ଯାଇଥିଲେ । ପ୍ୟାରିସ ଆକାଶରେ ଉଠାଯାଇଥିବା ଫଟୋଗୁଡିକ କିନ୍ତୁ ଏବେ ଆଉ ନାହିଁ । ସେ ସବୁ ଦୀର୍ଘ ସମୟ ହେବ ନଷ୍ଟ ହୋଇ ସାରିଲାଣି ।
  • ବର୍ତ୍ତମାନ ସମୟରେ ସବୁଠାରୁ ପୁରୁଣା ପଟୋ ଯଦି କିଛି ରହିଛି, ସେ ହେଉଛି 200 ବର୍ଷ ପୁରୁଣା ଏକ ଫଟୋ । ଏହାକୁ କ୍ଲିକ କରିବା ପାଇଁ ପ୍ରାୟ 8ଘଣ୍ଟା ସମୟ ଲାଗିଥିଲା ।
  • ଚନ୍ଦ୍ର ପୃଷ୍ଠର ଫଟୋ ଉତ୍ତୋଳନ କରିଥିବା କ୍ୟାମେରାକୁ ଏବେ ବି ସଂଗ୍ରହାଳୟରେ ସାଇତି ରଖାୟାଇଛି । ଏହି ହେଜେଲବ୍ଲାଡ କ୍ୟାମେରା ଗୁଡିକୁ ଆପୋଲୋ 11 ମିଶନରେ ସ୍ଥାନିତ କରାଯାଇଥିଲା ।
  • 1800 ଶତାବ୍ଦୀରେ ଫଟୋଗ୍ରାଫି ପାଇଁ ଏକ ନିଆରା ନିଶା ଆରମ୍ଭ ହୋଇଥିଲା । ସେ ଥିଲେ ମୃତକଙ୍କ ଫଟୋ କଏଦ କରିବା । ହେଲେ ଏହି ଟ୍ରେଣ୍ଡ ଦୀର୍ଘ ବର୍ଷ ତଳୁ ବନ୍ଦହୋଇସାରିଛି ।
  • ପୂର୍ବରୁ ଫଟୋଗ୍ରାଫର ନେଗେଟିଭ କପି ଆସୁଥିଲା । ଯାହାକୁ ବ୍ୟବହାର କରି ଆପଣ ପରେ ନିଜ ଇଚ୍ଛା ମୁତାବକ ନେଗେଟିଭ କପିକୁ ଧୋଇ ପୁଣି ଫଟୋ କାଢିପାରିବେ । ତେବେ ଏହି ନେଗେଟିଭ କପି ଆପଣ ଚାହିଁଲେ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ । ଏଥିପାଇଁ କିଛି କଫି, ଭିଟାମିନ ସି ଓ କପଡା ସଫାରେ ବ୍ୟବହୃତ ସୋଡା ଦରକାର । ଏସମସ୍ତ ପଦାର୍ଥକୁ ମିଶାଇ ଆପଣ ଘରେ ବସି ବ୍ଲାକ ଆଣ୍ଡ ହ୍ବାଇଟ ନେଗେଟିଭ ପ୍ରସ୍ତୁତ କରିପାରିବେ ।
  • ବିଶ୍ବରେ ସବୁଠାରୁ ଅଧିକ ଦେଖାଯାଇଥିବା ଫଟୋ ହେଉଛି ୱିଣ୍ଡୋଜ ଏକ୍ସପିରେ ଡିଫଲ୍ଟ ଇମେଜ ଭାବେ ରହିଥିବା ଫଟୋ । ଏହାର ନାମ ହେଉଛି ‘ବ୍ଲିସ(Bliss)’ । ଏହାକୁ 1996 ମସିହାରେ ଚାର୍ଲସ ଓ’ରିଅର କ୍ଲିକ କରିଥିଲେ ।
  • ସାଧାରଣତଃ ସାଇଡ ଆଙ୍ଗେଲରୁ ଫଟୋ କ୍ଲିକ କରିବାକୁ ହେଲେ ମଣିଷର ବାମ ପାର୍ଶ୍ବରୁ ଫଟୋ ଅଧିକ ସୁନ୍ଦର ଆସିଥାଏ ବୋଲି ଫଟୋଗ୍ରାଫର ମାନିଥାଆନ୍ତି ।
  • ଆଗ କାଳର ଫଟୋମାନଙ୍କରେ ଦେଖାଯାଇଛି କି କୌଣସି ବି ବ୍ୟକ୍ତି ହସନ୍ତି ନାହିଁ । ଏହାର କାରଣ ହେଉଛି ସେ ସମୟରେ ଫଟୋ କ୍ଲିକ କରିବାର ପ୍ରକ୍ରିୟା । ଏବେ ଆଖି ପିଛୁଳାକେ ଫଟୋ କ୍ଲିକ କରି ହେଉଥିବା ବେଳେ ପୂର୍ବ କାଳରେ କେଇ ଘଣ୍ଟା ପରେ ଗୋଟିଏ ଫଟୋ କ୍ଲିକ କରାଯାଉଥିଲା । ତେଣୁ ଦୀର୍ଘ ସମୟ ଧରି ବସି ରହୁଥିବାରୁ ପୂର୍ବ ସମୟରେ କୌଣସି ବ୍ୟକ୍ତି ଫଟୋ କ୍ଲିକ କରିବା ସମୟରେ ହସୁ ନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.