ETV Bharat / bharat

'ମୋଦିଙ୍କୁ ଦେଶ ଖଣ୍ଡ ବିଖଣ୍ଡିତ କରିବାକୁ ଦେବିନି'

ମୋଦି 'ବିଭାଜନ ରାଜନୀତି' କରୁଛନ୍ତି ବୋଲି କହିଛନ୍ତି ମମତା। କିନ୍ତୁ ସେ ତାଙ୍କୁ ଦେଶ ଖଣ୍ଡ ଖଣ୍ଡ କରିବାକୁ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

author img

By

Published : Mar 29, 2019, 12:33 PM IST

ଫାଇଲ ଫଟୋ

କୋଲକାତା: ଆଗାମୀ ନିର୍ବାଚନକୁ ନେଇ ରାଜନୀତିରେ ବଢି ଚାଲିଛି ଉଷ୍ମତା । ପ୍ରତ୍ୟେକ ଦଳ ପରଷ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲାଗାଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ମୋଦି 'ବିଭାଜନ ରାଜନୀତି' କରୁଛନ୍ତି ବୋଲି କହିଛନ୍ତି ମମତା । କିନ୍ତୁ ସେ ତାଙ୍କୁ ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ମହାତ୍ମା ଗାନ୍ଧୀ, ନେତାଜୀ ସୁବାସ ଚନ୍ଦ୍ର ବୋଷ, ସର୍ଦାର ବଲ୍ଲଭ ଭାଇ ପଟ୍ଟେଲ ଓ ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ତ୍ବରେ କିଏ ବି ପ୍ରଶ୍ନ ଉଠାଉ ନଥିଲେ । କିନ୍ତୁ ମୋଦି ସରକାର ଉପରେ ସମସ୍ତେ ଅସନ୍ତୋଷ । ଗୋଟିଏ ଦେଶର ମୁଖିଆ ସବୁବେଳେ ସମସ୍ତଙ୍କୁ ଭଲ ପାଇବା ଦରକାର ଓ ସମସ୍ତଙ୍କୁ ନେଇ ଚାଲିବା ଦରକାର ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

ଏହାର ସବୁଠାରୁ ବଡ ଉଦାହରଣ ହେଉଛି କୋଲକାତା । ଆମେ କେବେ ବି ବଙ୍ଗାଳୀ ଓ ବିହାରୀ ମାନଙ୍କର ମଧ୍ୟରେ ଫରକ ଦେଖୁନାହୁଁ । ଅନ୍ୟ ରାଜ୍ୟରୁ ଆସିଥିବା ସମସ୍ତ ଲୋକଙ୍କୁ ଆମେ ସମ୍ମାନ ଦେଇଥାଉ । ଉତ୍ତରପ୍ରଦେଶର ବହୁ ଲୋକ ପଶ୍ଚିମବଙ୍ଗରେ ବସବାସ କରନ୍ତି । ସେମାନଙ୍କୁ ପଚାର ସେମାନେ ଏଠାରେ କେତେ ସୁବିଧାରେ ଅଛନ୍ତି । ଏମିତିକି ନିଜ ରାଜ୍ୟ ବିହାର ଅପେକ୍ଷା ସେମାନେ ପଶ୍ଚିମବଙ୍ଗରେଆହୁରି ଭଲରେ ଅଛନ୍ତି । ଏପରି କହିଛନ୍ତି ମମତା ବାନାର୍ଜୀ ।

ତେବେ ରାମଙ୍କ ନାଁରେ ତମେ ରାଜନୀତି କରୁଛ ବୋଲି କହିଛନ୍ତି ମମତା। କିନ୍ତୁ 5 ବର୍ଷରେ ମଧ୍ୟ ତମେ ରାମ ମନ୍ଦିର ନିର୍ମାଣ କରି ପାରିଲ ନାହିଁ । ଯେତେବେଳେ କି ଆମେ ରାମ, ରହିମ୍‌ ଓ ଖ୍ରୀଷ୍ଟିୟାନଙ୍କ ସହ ରହିଛୁ । ସବୁ ଧର୍ମର ଲୋକଙ୍କୁ ଭଲପାଇବା ସହ ସମସ୍ତ ପର୍ବପର୍ବାଣୀକୁ ସମ୍ମାନ ଦେବା ଦରକାର ବୋଲି କହିଛନ୍ତି ମମତା ବାନାର୍ଜୀ ।

Intro:Body:

hgghkjhkj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.