ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ଓ ଆବାସ । ମହିଳା ପିଏସି (Provincial Armed Constabulary) ବାଟାଲିଅନ ପାଇଁ ରେସିଡେଣ୍ଟାଲ ଓ ନନ୍-ରେସିଡେଣ୍ଟାଲ ଆବାସ ନିର୍ମାଣ କରାଯିବ । ଆଜି(ରବିବାର) ଏହାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଫର୍ଟିଲାଇଜର ପଡିଆରେ ପ୍ରାୟ 562 କୋଟି ବ୍ୟୟ ଅଟକଳରେ ଏହି ଆବାସ ନିର୍ମାଣ କରାଯିବ । ଏହାର ଦାୟିତ୍ବ ନେଇଛନ୍ତି ଲୋକ ନିର୍ମାଣ ବିଭାଗ । ବିଭାଗୀୟ ଇଞ୍ଜିନିୟର ଏସପି ଭାରତୀ ଓ ପ୍ରବୀଣ କୁମାର କହିଛନ୍ତି, ପ୍ରକଳ୍ପର ସମ୍ପୂର୍ଣ୍ଣ ସୂଚନା ଅର୍ଥାତ DPR ସରକାରଙ୍କୁ ପଠାଯାଇଛି । ଅର୍ଥ ମିଳିବା ମାତ୍ରେ କାମ ଆରମ୍ଭ କରିଦିଆଯିବ ।
ଆଜି(ରବିବାର) ମୁଖ୍ୟମନ୍ତ୍ରୀ ଖୋରାବରର ଆରୋଗ୍ୟ ମେଳାର ଯୋଗ ଦେବେ । ଏହାପରେ ଦୀକ୍ଷା ଭବନରେ ରୋଜଗାର ମେଳାରେ ଯୋଗ ଦେଇ କର୍ମଚାରୀ ନିଯୁକ୍ତ କରିବେ ।