ETV Bharat / bharat

ବିହାରର ଆଶାପୁରୀ ମନ୍ଦିର, ନବରାତ୍ରୀରେ ମହିଳାଙ୍କ ପ୍ରବେଶ ମନା - ବିହାରର ନାଳନ୍ଦା ଜିଲ୍ଲା

ବିହାରର ନାଳନ୍ଦା ଜିଲ୍ଲାରେ ରହିଛି ଆଶାପୁରୀ ଦେବୀଙ୍କ ମନ୍ଦିର । ଏହି ମନ୍ଦିରକୁ ନବରାତ୍ର ସମୟରେ ମହିଳାମାନଙ୍କ ପ୍ରବେଶ ଉପରେ ବାରଣ କରାଯାଇଥାଏ । ନବରାତ୍ରୀ ସମୟରେ 9ଦିନ ଯାକ ଏଠାରେ ତାନ୍ତ୍ରିକ ରୀତିନୀତିରେ ପୂଜାପାଠ କରାଯିବାର ପରମ୍ପରା ରହିଆସିଥିବା ଜଣାଯାଇଥାଏ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 4, 2019, 5:22 PM IST

ପାଟନା: ନାଳନ୍ଦା ଜିଲ୍ଲାର ପାଓ୍ବାପୁରୀରେ ଥିବା ମା' ଆଶାପୁରୀ ଦେବୀଙ୍କ ମନ୍ଦିରକୁ ନବରାତ୍ରୀ ସମୟରେ ମହିଳାଙ୍କ ପ୍ରବେଶ ଉପରେ ଲାଗିଲା ବ୍ୟାନ । ନବରାତ୍ରୀ ସମୟରେ ମା'ଙ୍କ ମନ୍ଦିରକୁ ମହିଳାମାନେ ପ୍ରବେଶ କରିପାରିବେ ନାହିଁ । ଏହି ସମୟରେ ମଧ୍ୟରେ ମା' ଙ୍କ ପୂଜା ତାନ୍ତ୍ରିକ ରୀତିନୀତି ମଧ୍ୟରେ ହେଉଥିବାରୁ ଏହି ପ୍ରବେଶ ଉପରେ ରୋକ ଲଗାଯାଇଥିବା ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ମନ୍ଦିର ବାହାରୁ ମହିଳାମାନେ ଦର୍ଶନ କରିପାରିବେ ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି ।

ମିଳିଥିବା ସୂଚନା ମୁତାବକ ଅନେକ ଦିନରୁ ତାନ୍ତ୍ରିକ ରୀତିନୀତିରେ ପୂଜା ପାଠ କରାଯାଇ ଆସୁଛି । ଆଜି ମଧ୍ୟ ଏହି ରୀତିନୀତିରେ ପୂଜାପାଠ ଅନୁଷ୍ଠିତ ହେଉଛି । ଏହି ସମୟରେ ମା'ଙ୍କ ଗର୍ଭଗୃହ ମଧ୍ୟକୁ ଯିବାପାଇଁ କାହାକୁ ଅନୁମତି ଦିଆଯାଇନଥାଏ ।

ଏହି ମନ୍ଦିର ଅନେକ ପ୍ରଚୀନ ମନ୍ଦିର ବୋଲି କହିଛନ୍ତି ମନ୍ଦିରର ପୂଜକ । ମନ୍ଦିରରେ ମଧ୍ୟରେ ମା'ଙ୍କର ଅଷ୍ଟଭୂଜା ପ୍ରତିମା ସ୍ଥାପନା କରାଯାଇଛି । ମା'ଙ୍କୁ ଦୁର୍ଗାଙ୍କ ନଅଟି ରୂପ ମଧ୍ୟରୁ ସିଦ୍ଧିଧାତ୍ରୀ ରୂପରେ ଏଠାରେ ପୂଜା କରାଯାଇଥାଏ । ଏହି ମନ୍ଦିର ଏକ ଶକ୍ତିପୀଠ ଭାବେ ମଧ୍ୟ ବେଶ ପ୍ରତିଷ୍ଠିତ । ସମଗ୍ର ରାଜ୍ୟରୁ ଏହି ମନ୍ଦିରକୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ତେବେ ଏଠାକୁ ଆସୁଥିବା ପ୍ରତିଟି ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଆସିଛି ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.