ହାଇଦ୍ରାବାଦ: ଦେଶ ପ୍ରଗତିଶୀଳ ହେବା ପାଇଁ ମହିଳା ଓ ପୁରୁଷର ସମାନ ଭାଗିଦାରୀ ରହିବା ଆବଶ୍ୟକ । ତେବେ ଏହି କଥା କେବଳ ବହି ଓ ଭାଷଣରେ ଶୁଣିବାକୁ ଭଲ ଲାଗେ ମାତ୍ର ସତ କଥା କହିବାକୁ ଗଲେ ଏପରି ଅନେକ ଦେଶ ଅଛି ଯେଉଁଠି ମହିଳାଙ୍କୁ ହକ ଦେବା ଦୁରର କଥା ସାଧାରଣ ସମ୍ମାନ ମଧ୍ୟ ମିଳିପାରୁନାହିଁ, ଏକଥା କହୁଛି ଜେଣ୍ଡର ଇକ୍ବାଲିଟି-2019ର ରିପୋର୍ଟ । ତେବେ ଭାରତରେ ମଧ୍ୟ ସମାନ ପ୍ରକାର ପରିସ୍ଥିତି । ମହିଳାଙ୍କ ଉନ୍ନତି କେବଳ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଯାଏଁ ସୀମିତ ରହିଛି । ସବୁଥିଲେ ପୁରୁଷ ଆଗ ଥିବା ବେଳେ ପୋଷଣୀୟ ଉତ୍ସ ଗୁଡିକର ସଂରକ୍ଷଣରେ ମହିଳା ଆଗରେ । ଏହାକୁ ଆହୁରୀ ସୁଦୃଢ କରିବା ପାଇଁ ମହିଳା ସଶକ୍ତିକରଣର ଆବଶ୍ୟକତା ରହିଛି । ତେବେ ସଶକ୍ତିକରଣ ପାଇଁ ଲିଙ୍ଗଗତ ସମାନତା ରହିବା ମଧ୍ୟ ଆବଶ୍ୟକ ।
ମହିଳା ସଶକ୍ତିକରଣ କଣ?
ସଶକ୍ତିକରଣ ଅର୍ଥ ହେଉଛି ସମାଜରେ ସମସ୍ତଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ଓ ଲୋକଙ୍କର ସବୁ କାର୍ଯ୍ୟରେ ନିଜର ନିୟନ୍ତ୍ରଣ ରଖିବା ସହ ନିଜର ପରିବାର, ସମାଜର ହିତରେ ନିଜ ଶକ୍ତିକୁ ବ୍ୟବହାର କରିବାକୁ ହିଁ ସଶକ୍ତିକରଣ କୁହାଯାଏ । ଠିକ ସେହିପରି ସମାଜର ସବୁ କ୍ଷେତ୍ରରେ ମହିଳାଙ୍କୁ ସମାନ ଅଧିକାର ପ୍ରଦାନ କରିବା ହିଁ ମହିଳା ସଶକ୍ତିକରଣ। ପୁରୁଷଙ୍କ ସହ ମହିଳା ମଧ୍ୟ ଦେଶ ଗଠନରେ ସାମିଲ ହୋଇପାରିବେ ଓ ସେ ସମସ୍ତ ସୁବିଧା ପାଇବେ ଯାହା ପୁରୁଷ ପାଉଛନ୍ତି । ତେବେ ଏହାପରେ ହିଁ ଲିଙ୍ଗଗତ ସମାନତା ଅଛି ବୋଲି ଆମେ କହିପାରିବା । ତେବେ ଲିଙ୍ଗଗତ ସମାନତା କଣ? ସମସ୍ତ ଅଧିକାର, ଦାୟିତ୍ୱ, ଅବସର ଦେବା ପୂର୍ବରୁ ଏହା ଦେଖାଯିବା ଉଚିତ ନୁହେଁ କି ସେ ପୁରୁଷ କି ମହିଳା । ସମସ୍ତଙ୍କୁ ସମାନତା ପ୍ରଦାନ କରିବା ହିଁ ଲିଙ୍ଗଗତ ସମାନତା । ତେବେ ଭାରତରେ ଏବେ ମହିଳାମାନେ ଘରକାମରେ ନିଜକୁ ବାନ୍ଧି ରଖୁଛନ୍ତି। ନିଜର ଅଧିକରୁ ଅଧିକ ସମୟ ସେମାନେ ଘରେ ବିତାଉଛନ୍ତି । ସେମାନେ ପରିବାରର ଦାୟିତ୍ବ ବୁଝିବା ସହ ଘର ପରିବାର ଚଳାଇବା ପାଇଁ ଅର୍ଥ ସଞ୍ଚୟ ଉପରେ ଗୁରୁତ୍ୱ ମଧ୍ୟ ଦେଇଥାନ୍ତି । ମହିଳା ସଶକ୍ତିକରଣ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ମହିଳାମାନେ ନିଜେ ନିଜର ମହତ୍ତ୍ବ ବୁଝିପାରିବେ। ନିଜ ପସନ୍ଦର ମଧ୍ୟ ଧ୍ୟାନ ରଖିପାରିବେ।
ପୋଷଣୀୟ ଉନ୍ନତି କଣ?
1980ର ଏକ ରିପୋର୍ଟ ‘OUR COMMON FUTURE’ରେ ପୋଷଣୀୟ ଉନ୍ନତି ବିଷୟରେ ସବିଶେଷ ତଥ୍ୟ ଦିଆଯାଇଥିଲା। ପୋଷଣୀୟ ଉନ୍ନତି ମାନେ ଅତ୍ୟାବଶ୍ୟକ ଉତ୍ସ ଗୁଡିକର ସଂରକ୍ଷଣ କରିବା । ତେବେ ଉତ୍ସ ଗୁଡିକର ସଂରକ୍ଷଣ କରିବା ସହ ତାହାକୁ ଅଧିକରୁ ଅଧିକ ଉନ୍ନତତର କରିବା ହେଉଛି ଏବେ ମୁଖ୍ୟ ଲକ୍ଷ । ତେବେ ପୋଷଣୀୟ ଉନ୍ନତି 3 ପ୍ରକାର, ପରିବେଶ ସଂରକ୍ଷଣ, ସାମାଜିକ ଓ ଅର୍ଥନୈତିକ ଉନ୍ନତି। ଏହି ତିନୋଟି ସ୍ତରକୁ ପରସ୍ପରଠୁ ଅଲଗା ନକରି ଏହାକୁ ଅଲଗା ଅଲଗା ମାଧ୍ୟମରେ ଏହାର ଉପଚାର କରାଯାଇପାରିବ। ଫଳରେ ଏହି ସ୍ତର ଗୁଡିକ ସୁଦୃଢ ହେବା ସହ ପୋଷଣୀୟ ଉନ୍ନତିରେ ଭାଗିଦାରୀ ହୋଇପାରିବେ।
ମହିଳା ଓ ଦାରିଦ୍ରତା
‘OUR COMMON FUTURE’ ବୋର୍ଡର ରିପୋର୍ଟ ଅନୁଯାୟୀ, ଭାରତରେ ମହିଳା ପ୍ରାୟ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ତେବେ ପୁରୁଷଙ୍କଠାରୁ ମହିଳା ଅଧିକ ଗରିବ । 1980 ପରଠାରୁ ପୂର୍ବ ଏସିଆ ଅପେକ୍ଷା ସବୁ ଅଞ୍ଚଳରେ ଗରିବ ଓ ଧନୀଙ୍କ ମଧ୍ୟରେ ଦୂରତା ବଢି ବଢି ଚାଲିଛି । ଗରିବ ଆହୁରି ଗରିବ ହୋଇଯାଉଛି ଓ ଧନୀ ଆହୁରୀ ଧନୀ ହେବାରେ ଲାଗିଛି। ତେବେ 1970 ପରଠୁ ପ୍ରାୟ 50 ପ୍ରତିଶତ ମହିଳା ଗରିବା ଥିବା ବେଳେ କେବଳ 30 ପ୍ରତିଶତ ପୁରୁଷ ଗରିବ ଅଛନ୍ତି । ମହିଳାମାନେ ପୁରୁଷଙ୍କଠୁ କମ ରୋଜଗାର କରିବାର ଅନେକ କାରଣ ରହିଛି। ସେହି ସମାନ କାମ ପାଇଁ ମଧ୍ୟ ମହିଳାମାନେ ପୁରୁଷଙ୍କଠୁ କମ ପ୍ରାପ୍ୟ ପାଇଥାନ୍ତି । ଏହି ଲିଙ୍ଗଗତ ଅସମାନତା କାରଣରୁ ସେମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚି ଉଠୁଛି । ତେବେ ଏହା କାରଣରୁ କେବଳ ବର୍ତ୍ତମାନ ନୁହେଁ ବରଂ ଭବିଷ୍ୟତ ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ତେବେ କେତେକ ମହିଳା ସଙ୍ଗଠନର କହିବା କଥା, ଏବର ଅର୍ଥନୈତିକ ଉନ୍ନତି ଓ ଜଗତୀକରଣ ଧନୀ ଓ ଗରିବଙ୍କ ମଧ୍ୟରେ ଦୂରତାକୁ ବୃଦ୍ଧି କରୁଛି।
ମହିଳା ଓ ପ୍ରାକୃତିକ ଉତ୍ସର ପରିଚାଳନା
ବିକାଶଶୀଳ ରାଷ୍ଟ୍ରରେ ମହିଳାଙ୍କର ପ୍ରାକୃତିକ ଉତ୍ସ ଗୁଡିକର ସଂରକ୍ଷଣରେ ଅଧିକ ଭାଗିଦାରୀ ରହିଛି । ଗ୍ରାମାଞ୍ଚଳରେ ଖାଦ୍ୟ ଶସ୍ୟ ଉତ୍ପାଦନଠୁ ଆରମ୍ଭ କରି ଜାଳେଣୀ ସଂଗ୍ରହ ଓ ଘର ପାଇଁ ପାଣି ସଂଗ୍ରହ କରିବା କାର୍ଯ୍ୟ ପ୍ରାୟତଃ ମହିଳା ହିଁ କରିଥାନ୍ତି । ଆଫ୍ରିକା ଓ ଏସିଆରେ ମହାଦେଶରେ ପ୍ରାୟ ମହିଳାନେ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ କରିବାରେ ନିୟୋଜିତ ହୋଇଥାନ୍ତି । ମାଟିକୁ ଉର୍ବର କରିବା ସହ କୀଟନାଶକର ଚୟନ, ମଞ୍ଚି ଚୟନ ସବୁଥିରେ ମହିଳା ଭାଗ ନେଇଥାଆନ୍ତି । ଥାଇଲାଣ୍ଡରେ ପ୍ରାୟ 60 ଘରୋଇ ଉଦ୍ୟାନରୁ 230ଟି ଅଲଗା ପ୍ରଜାତିର ଗଛର ଚିହ୍ନଟ କରାଯାଇଛି । ତେବେ ଭାରତୀୟ ମହିଳାଙ୍କଠୁ ଅଧିକ ବିଦେଶୀ ମହିଳାମାନେ ପରିବେଶର ଅଧିକ ଯତ୍ନ ନେଇଥାଆନ୍ତି । ତେବେ ସାମାଜିକ ଓ ପରିବେଶ ସଂରକ୍ଷଣ ପାଇଁ ଅଧିକ ଧ୍ୟାନ ଦେଇଥାଆନ୍ତି। କାରଣ ଆଗାମୀ ଭବିଷ୍ୟତ ଏଥିପାଇଁ ଅସୁବିଧା ସାମ୍ନା ନ କରୁ । ନିଜର ଓ ପରିବାରର ଯତ୍ନ ନେଉଥିବା ମହିଳା ଏବେ ଆଗାମୀ ଭବିଷ୍ୟତ ଜୀବନର ଗୁଣବତ୍ତାକୁ ବଜାୟ ରଖିବା ପାଇଁ ପୋଷଣୀୟ ଉନ୍ନତିର ଧ୍ୟାନ ଦେଇଥାଆନ୍ତି । ଏହା ସହ ଜଳ ସମସ୍ୟା ବି ଏକ ବଡ ଅସୁବିଧା ହୋଇ ଠିଆ ହୋଇଛି । ପ୍ରାୟ ଗ୍ରାମାଞ୍ଚଳରେ ମହିଳାମାନେ ଅନେକ ଦୂର ପର୍ଯ୍ୟନ୍ତ ଚାଲି ଚାଲି ଯାଇ ପାଣି ଆଣିଥାନ୍ତି । ଆଫ୍ରିକାର ଏମିତି ଅଞ୍ଚଳ ଅଛି ଯେଉଁଠି ମହିଳାମାନେ ପ୍ରାୟ 8 ଘଣ୍ଟା କେବଳ ପାଣି ଆଣିବାରେ ହିଁ ଅତିବାହିତ କରିଦିଅନ୍ତି । ଜଳ ସଙ୍କଟ କାରଣରୁ ସେମାନେ ସ୍ବଚ୍ଛତାରଉପରେ ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ । ଫଳରେ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୁଅନ୍ତି । ଟାଇଫଏଡ, ହଇଜା, କୋଲେରା ଭଳି ମାରାତ୍ମକ ରୋଗର ସାମ୍ନା ସେମାନଙ୍କୁ କରିବାକୁ ପଡେ । ତେବେ ଏପରି ଅସୁବିଧା ସତ୍ତ୍ବେ ମଧ୍ୟ ଶୌଚାଳୟଠୁ ଆରମ୍ଭ କରି ପାଣି ପମ୍ପ ସ୍ଥାପନା ପାଇଁ ନିଷ୍ପତ୍ତି ସେମାନେ ନିଜେ ନେଇ ପାରନ୍ତି ନାହିଁ । ତେବେ ସ୍ବଚ୍ଚତାରେ ମହିଳାଙ୍କ ଭାଗିଦାରୀ ନଥିବା ଏକ ଦୁଃଖର ବିଷୟ ବୋଲି କୁହାଯାଇପାରେ । ମହିଳାଙ୍କ ସ୍ବାସ୍ଥ୍ୟ ପାଇଁ ସ୍ବଚ୍ଛତା ଓ ଜଳର ଆବଶ୍ୟକତା ରହିଛି । ତେଣୁ ଏସବୁ ନିର୍ଣ୍ଣୟ ସମୟରେ ମହିଳା ଉପସ୍ଥିତ ରହିବା ନିହାତି ଜରୁରୀ। ଏସବୁରେ ସୁଧାର ଆସିଲେ ମହିଳାଙ୍କ ଗୁଣବତ୍ତାରେ ଉନ୍ନତି ହୋଇପାରିବ ।
ଏସଡିଜି ଜେଣ୍ଡର ଇଣ୍ଡେକ୍ସ-2019ରେ ଭାରତର ସ୍ଥାନ?
ଏସଡିଜି ଜେଣ୍ଡର ଇଣ୍ଡେକ୍ସ ଏକ ରିପୋର୍ଟ । ଏହାକୁ ଇକ୍ୱାଲ ମେଜର-2030 ପ୍ରସ୍ତୁତ କରିଛନ୍ତି । ତେବେ ଏଥିରେ ସବୁଦେଶରେ ମହିଳାଙ୍କ ସ୍ଥିତି ବିଷୟରେ ଆଲୋଚନା କରାଯାଇଛି । ଏସଡିଜି(sustainable development goal) ମାନେ ପୋଷଣୀୟ ଉନ୍ନତି । ତେବେ 2015ରେ ମିଳିତ ଜାତିସଂଘର ସଭ୍ୟ ଥିବା ପ୍ରାୟ 195 ଦେଶ ମିଶି ଏହା ନିଷ୍ପତ୍ତି ନେଇଥିଲେ କି 2030 ସୁଦ୍ଧା ଲିଙ୍ଗଗତ ଅସମାନତାକୁ ଦୁର କରିବେ ମାତ୍ର ଏବେବି ଅନେକ ଦେଶ ଅଛି ଯେଉଁଠି ଏହାକୁ ନେଇ ଅନେକ ବିବାଦ ଦେଖାଦେଇଛି ଓ ମହିଳା ଅନେକ ଅସୁବିଧାରେ ମଧ୍ୟ ଅଛନ୍ତି। ତେବେ ଏହି ଇଣ୍ଡେକ୍ସରେ ଦେଶ ଗୁଡିକୁ ମାର୍କ ଦିଆଯାଏ । ଯେଉଁଠି ଅଧିକ ମହିଳା ସଶକ୍ତ ଥିବେ ସେହି ଦେଶକୁ ରାଙ୍କ ୱାନରେ ସାମିଲ କରାଯିବ । ତେବେ ଏହି ନିର୍ଣ୍ଣୟ 17ଟି ପାରାମିଟରକୁ ନେଇ କରାଯିବ । ଏଥିରେ ମହିଳାଙ୍କ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଆଦି 17ଟି ବିଷୟରେ ଆଲୋଚନା କରାଯିବ । ତେବେ ଦୁଃଖର ବିଷୟ ଏହି ଇଣ୍ଡେକ୍ସରେ ଭାରତ 95ତମ ସ୍ଥାନରେ ଅଛି । ତେବେ ଏହି ଇଣ୍ଡେକ୍ସ ପୂର୍ବରୁ ଆଉ ଏକ ଇଣ୍ଡେକ୍ସ ଅଛି ଯାହାକୁ ଜେଣ୍ଡର ଗ୍ୟାପ ଇଣ୍ଡେକ୍ସ ବୋଲି କୁହାଯାଏ। ଏଥିରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଆୟ କେତେ ଅଛି, ସେ ବିଷୟରେ ବର୍ଣ୍ଣନା କରାଯାଇଛି । ତେବେ ଭାରତରେ ପୁରୁଷ ଅପେକ୍ଷା ମହିଳାଙ୍କ ଆୟ କମ। ଏହି ଉଣ୍ଡେକ୍ସରେ ଭାରତ 108ତମ ରାଙ୍କରେ ଅଛି।
ତେବେ ଲିଙ୍ଗଗତ ସମାନତାକୁ ଦେଖିବାକୁ ଯିବା ତ' ମହିଳାଙ୍କୁ ଭାରତରେ ସେତିକି ସୁବିଧା ସୁଯୋଗ ମିଳୁପାରୁ ନାହିଁ । ତେବେ ପୋଷଣୀୟ ବିକାଶ ଉପରେ ମହିଳାଙ୍କ ଯୋଗଦାନକୁ ଗୁରୁତ୍ବ ଦେବା ଆବଶ୍ୟକ। ଏହାସହ ପ୍ରାକୃତିକ ପଦାର୍ଥର ସଂରକ୍ଷଣରେ ମହିଳାଙ୍କ ଯୋଗଦାନ ଅନେକ। ସେମାନେ ଆଗାମୀ ଭବିଷ୍ୟତକୁ ଭଲ ଭାବରେ ଗଢିବା ସହ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ମହିଳା ଧ୍ୟାନ ରଖନ୍ତି । ପରିବେଶର ସୁରକ୍ଷା ପାଇଁ ପ୍ରାୟ ସମୟରେ ସେମାନେ ନିଜ ସ୍ବର ଉତ୍ତୋଳନ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ସେମାନଙ୍କ ଆବଶ୍ୟକତକୁ ଦୃଷ୍ଟିରେ ରଖି ସେମାନଙ୍କ କ୍ଷମତା ବଢାଇବା ସହ ଅନେକ ପ୍ରକାର ଟ୍ରେନିଂର ବ୍ୟବସ୍ଥା କରିବା ଉଚିତ । ତେବେ ପରିବେଶ ସୁରକ୍ଷା ପାଇଁ ମହିଳାଙ୍କୁ କାରକ ବନେଇବା ଆଗରୁ ସମସ୍ତ ପ୍ରତିବନ୍ଧକରୁ ସେମାନଙ୍କୁ ମୁକ୍ତ କରିବା ଆବଶ୍ୟକ। ପାରିବାରିକ ପ୍ରତିବନ୍ଧକ ସେମାନଙ୍କ ବିକାଶର ମୁଖ୍ୟ ବାଧକ । ତେବେ ଏଥିପାଇଁ ମାନସିକ ପରିବର୍ତ୍ତନ ଆଣିବା ଜରୁରୀ ।