ETV Bharat / bharat

ପ୍ରିୟଙ୍କାଙ୍କ ରୋଡ ସୋ : ଭିଡରେ ଅଟକିଲା ଆମ୍ବୁଲାନ୍ସ, ମହିଳା ମୃତ

ଲକ୍ଷ୍ମୀପୁର ଖେରୀରେ ପ୍ରିୟଙ୍କାଙ୍କ ରୋଡ ସୋ ସମୟରେ ଅଘଟଣା। ରାସ୍ତାରେ ସୋ ଯୋଗୁଁ ଜମିଥିଲା ହଜାର ହଜାର ସମର୍ଥକଙ୍କର ପ୍ରବଳ ଭିଡ। ସେହି ଭିଡରେ ଅଟକି ରହିଥିଲା ଗୋଟିଏ ଆମ୍ବଲାନ୍ସ। ଆଉ ପାଖାପାଖି 1 ଘଣ୍ଟା ଭିଡରେ ଫସିଯାଇଥିଲା ଆମ୍ବୁଲାନ୍ସ।

author img

By

Published : Apr 29, 2019, 4:22 AM IST

ପ୍ରତିକାତ୍ମକ ଫଟୋ

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀରେ ପ୍ରିୟଙ୍କାଙ୍କ ରୋଡ ସୋ ସମୟରେ ଅଘଟଣା। ରାସ୍ତାରେ ସୋ ଯୋଗୁଁ ଜମିଥିଲା ସମର୍ଥକଙ୍କର ପ୍ରବଳ ଭିଡ। ଆଉ ସେହି ଭିଡରେ ଅଟକି ରହିଥିଲା ଗୋଟିଏ ଆମ୍ବଲାନ୍ସ। ଆମ୍ବୁଲାନ୍ସ ଭିତରେ ମରଣ ସହ ସଂଗ୍ରାମ କରୁଥିଲେ ଜଣେ ମହିଳା। ରାସ୍ତାରେ ଅଧିକ ଗାଡିମଟର ଭିଡ ଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇପାରୁନଥିଲା। ତେଣୁ ସେହି ସମୟରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁରେ ପରିବାର ରାସ୍ତାରେ ଭିଡ ଗାଡି ଯୋଗୁଁ ମହିଳା ହସ୍ପିଟାଲରେ ପହଞ୍ଚିପାରିନଥିବା ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଅଜିତପୁର ନିବାସୀ 62 ବର୍ଷୀୟା ରାମକଲୀଙ୍କର ଛାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେଉଥିଲେ। ହେଲେ ଅଧା ରାସ୍ତାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ରୋଡ ସୋ ଯୋଗୁଁ ରାସ୍ତାରେ ପ୍ରବଳ ଭିଡ ଜମିଥିଲା ।

ଆଉ ପାଖାପାଖି 1 ଘଣ୍ଟା ଭିଡରେ ଫସିଯାଇଥିଲା ଆମ୍ବୁଲାନ୍ସ। ଏହାପରେ ପରିବାର ସଦସ୍ୟ ରାମକଲୀଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଥିଲେ । ଡାକ୍ତର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Intro:Body:

SHREEMAYEE

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.