ଭୋପାଳ: ଅନେକ ସମୟରେ ପ୍ରଶାସନିକ ଅଧିକାରୀ ହୁଅନ୍ତୁ ବା ଡାକ୍ତର କି ନର୍ସ ଡ୍ୟାନ୍ସ କରି ଚର୍ଚ୍ଚାର ପରିସରକୁ ଆସନ୍ତି । ଆଉ କିଏ କର୍ମକ୍ଷେତ୍ରରେ ଭିଡିଓ ସହ ଟିକଟିକ କରି ବି ଫସିଛନ୍ତି । ଏମିତିରେ ମଧ୍ୟପ୍ରଦେଶ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଇମର୍ତ୍ତି ଦେବୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମନ୍ତ୍ରୀ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖା ଯାଇଛି ।
ହିନ୍ଦୀ ଗୀତ ‘ରାଣା ଜି ମୁଝକୋ ମାଫ କରନା, ଗଲତି ମାରେ ସେ ହୋ ଗୟୀ’ରେ ଅଣ୍ଟା ହଲେଇ ଡ୍ୟାନ୍ସ ଫ୍ଲୋରରେ ଜଲୱା ଦେଖାଇଛନ୍ତି ମନ୍ତ୍ରୀ । ଭିଡିଓରେ କିଛି ମହିଳା ମଧ୍ୟ ନଜରକୁ ଆସୁଛନ୍ତି । ତେବେ ସୂଚନା ଅନୁସାରେ, ମନ୍ତ୍ରୀ ଇମର୍ତ୍ତୀ ଦେବୀ ନିଜ ନିର୍ବାଚନ ମଣ୍ଡଳୀରେ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି ଅବସରରେ ସେ ଡ୍ୟାନ୍ସ କରିବା ସହ ଧୁମ ଟଙ୍କା ମଧ୍ୟ ଉଡିଥିଲା ।