ETV Bharat / bharat

ମହିଳାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇବା ପଡିଲା ମହଙ୍ଗା, 7 ଗିରଫ - pole

ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ବାଡେଇବା ପଡିଲା ମହଙ୍ଗା । 7 ଅଭିଯୁକ୍ତ ଗିରଫ । କର୍ଣ୍ଣାଟକ କୋଡିଗେହାଲି ଅଞ୍ଚଳରେ ଘଟିଛି ଏହି ଘଟଣା ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : Jun 14, 2019, 11:28 AM IST

ବେଙ୍ଗାଲୁରୁ: ଋଣ ଦେଇ ପାରିଲେନି ବୋଲି ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ନିର୍ଧୁମ ପିଟୁଛନ୍ତି ମହିଳାଙ୍କୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କୋଡିଗେହାଲି ଅଞ୍ଚଳରେ । ଋଣ ନଶୁଝିବା ମହିଳାଙ୍କୁ ପଡିଛି ମହଙ୍ଗା । ମାଡ ଖାଇବାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଭିଡିଓ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି । ଘଟଣାରେ 7 ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଭିଡିଓରେ ମହିଳାଙ୍କୁ ଜୋତା ଏବଂ ଝାଡୁରେ ପିଟିବା ପାଇଁ ପାଖରେ ଥିବା ଲୋକେ ବାରମ୍ବାର କହୁଥିବାର ଦେଖାଯାଇଛି । ତେବେ ପୀଡିତା ମହିଳା ହେଲେ 36 ବର୍ଷିୟା ରାଜାମଣି। ସେ ଚାମରାଜନଗରରେ ଏକ ଛୋଟିଆ ହୋଟେଲ ଚଲାନ୍ତି । ସେଥିଲାଗି 50,000 ଟଙ୍କା କିଛି ଲୋକଙ୍କ ଠାରୁ ନେଇଥିଲେ ।

ହେଲେ ଆଉ ଫେରାଇ ନଥିଲେ । ହେଲେ ଯେଉଁ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେଉଥିଲେ ସେମାନେ ସବୁବେଳେ ତାଙ୍କୁ ଟଙ୍କା ଫେରସ୍ତ ପାଇଁ ବାଧ୍ୟ କରୁଥିଲେ । ହେଲେ ରାଜାମଣି ଟଙ୍କା ଫେରାଇ ନଥିଲେ । ତେଣୁ ତାଙ୍କୁ ଗାଁ ଲୋକେ ଏକାଠି ହୋଇ ବଜାରରେ ଥିବା ଏକ ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ବାଡେଇଥିଲେ ।

Intro:Body:

dhdhd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.