ଲକ୍ଷ୍ନୌ: ସିଏଏ ବିରୋଧରେ ପ୍ରଦର୍ଶନ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଏହାର ଅସଲ ରୂପ । ମଙ୍ଗଳବାର କିଛି ମହିଳା ପୋଲିସ ପାଖରେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ବିରୋଧ ପ୍ରଦର୍ଶନ କରିବା ପାଇଁ ବାଧ୍ୟ କରାଯାଉଛି ।
ଏହି ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶ ପୋଲିସ । ପୋଲିସର କହିବାନୁସାରେ, ମହିଳାମାନେ ବାଧ୍ୟ ହୋଇ ସିଏଏ ବିରୋଧି ଆନ୍ଦୋଳନରେ ଯୋଗ ଦେଉଛନ୍ତି । ଜଣେ ମହିଳାଙ୍କ କହିବାନୁସାରେ, ସ୍ବାମୀ ବାଧ୍ୟ କରିବାରୁ ସେ ଆନ୍ଦୋଳନରେ ଯୋଗ ଦେଇଥିଲେ ମାତ୍ର ତାଙ୍କ ସ୍ବାମୀ ଏହା ମାନିବାକୁ ସମ୍ପୂର୍ଣ୍ଣ ନାରାଜ୍ ।
ପୋଲିସ ଏହାର ତଦନ୍ତ ଜାରି ରଖିଛି । କିଏ ସେମାନଙ୍କୁ ବାଧ୍ୟ କରୁଛି ଓ କାହିଁକି ସେ ନେଇ ତଦନ୍ତ ହେବା ନେଇ ପୋଲିସ ସୂଚନା ଦେଇଛି । ପ୍ରକାଶଥାଉକି, ଜୀବନଗଡ ବାଏପାସ ରୋଡ ପାଖରେ 6 ଦିନ ହେବ କିଛି ମହିଳା ସିଏଏକୁ ପ୍ରତିବାଦ କରୁଛନ୍ତି ।
ANI ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ