ETV Bharat / bharat

ଚଳନ୍ତା ଟ୍ରେନ ସାଜିଲା ଡେଲିଭେରୀ ୱାର୍ଡ

ଚଳନ୍ତା ଟ୍ରେନରେ ସନ୍ତାନ ପ୍ରସବ । ଛତିଶଗଡ ସଂପର୍କ କ୍ରାନ୍ତି ଏକ୍ସପ୍ରେସରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପ୍ରସବ ବେଦନା ସହି ନପାରି ଟ୍ରେନରେ ହିଁ ପିଲା ଜନ୍ମ ଦେଇଥିଲେ ରାୟପୁରର ଜଣେ ମହିଳା ।

author img

By

Published : Sep 3, 2019, 2:04 PM IST

ଫଟୋ ସୌଜନ୍ୟ: ଏଏନଆଇ

ରାୟପୁର: ଟ୍ରେନ ହେଲା ଡେଲିଭେରୀ ୱାର୍ଡ । ସହଯାତ୍ରୀ ସାଜିଲେ ନର୍ସ । ଆଉ ଚଳନ୍ତା ଟ୍ରେନରେ ସନ୍ତାନ ପ୍ରସବ କଲେ ରାୟପୁର ଲକ୍ଷ୍ମୀ। ସଂପର୍କ କ୍ରାନ୍ତିର ଏହି ଯାତ୍ରା ଲକ୍ଷ୍ମୀ ଓ ତାଙ୍କ ସ୍ବାମୀଙ୍କ ସହ ଯୋଡିଛି ଆଉ ଏକ କୁନି ସଂପର୍କ ।

ରବିବାର ଲକ୍ଷ୍ମୀଙ୍କର ଅଧିକ ପ୍ରସବ ପୀଡା ହେବାରୁ ସେ ରାୟପୁର ସିଟିରୁ ଚିକିତ୍ସା ପାଇଁ ସ୍ବାମୀଙ୍କ ସହ ଛତିଶଗଡ ଯାଉଥିଲେ। ଟ୍ରେନ ଝାନସୀରେ ପହଞ୍ଚିବା ସମୟରେ ଆଉ ସହିପାରିଲେ ନାହିଁ କଷ୍ଟ । ସହଯାତ୍ରୀ ମହିଳାଙ୍କ ସହାୟତାରେ ଜନ୍ମ ଦେଇଛନ୍ତି ଏକ ନୂଆ ଜୀବନ।

ଖବର ପାଇ ଟିଟିଇ ମହିଳାଙ୍କୁ ଡାକ୍ତରଖାନା ପଠାଇବାକୁ ଚେଷ୍ଟା କରିଥିଲେ । ମଧ୍ୟପ୍ରଦେଶ ଶାହାଦଲ ଷ୍ଟେସନରେ ଟ୍ରେନ 30 ମିନିଟ ପର୍ଯ୍ୟନ୍ତ ରହିଥିଲା । ଫଳରେ ଟିଟିଇ ଲକ୍ଷ୍ମୀଙ୍କୁ ଜଣେ ମହିଳା ଡାକ୍ତରଙ୍କ ଦ୍ବାରା ଚିକିତ୍ସା କରାଇଥିଲେ । ବର୍ତ୍ତମାନ ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

ରେଳ କର୍ମୀଙ୍କ ସହଯୋଗ ନେଇ ଭାରତୀୟ ରେଳ ବିଭାଗ ସହ ସହଯାତ୍ରୀଙ୍କ ସାହାଯ୍ୟ ପାଇଁ ଏହି ଦମ୍ପତ୍ତି ଧନ୍ୟବାଦ ଦେଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.