ETV Bharat / bharat

କୋରୋନା ରିପୋର୍ଟ ନ ଆସିବାରୁ କ୍ବାରେଣ୍ଟାଇନ ସେଣ୍ଟରରେ ମହିଳାଙ୍କ ଆତ୍ମହତ୍ୟା

author img

By

Published : Jul 14, 2020, 3:15 PM IST

କ୍ବାରେଣ୍ଟାଇନ ସେଣ୍ଟରରେ ଜୀବନ ହାରିଲେ ମହିଳା । କୋରୋନା ରିପୋର୍ଟ ଆସିବାରେ ବିଳମ୍ବ ହେବାରୁ ମହିଳା ଆତ୍ମହତ୍ୟା କରିଥିବା ନେଇ ପୋଲିସ କହିଛି । ଅଧିକ ପଢନ୍ତୁ.....

Woman commits suicide at quarantine centre in Assam
କ୍ବାରେଣ୍ଟାଇନ ସେଣ୍ଟରରେ ଜୀବନ ହାରିଲେ ମହିଳା

ଗୌହାଟୀ: କ୍ବାରେଣ୍ଟାଇନ ସେଣ୍ଟରରେ ଜୀବନ ହାରିଲେ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆସାମର ହାଇଲାକାଣ୍ଡି ଜିଲ୍ଲାରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ । ମହିଳାଙ୍କ ପରିବାର ଗତ କିଛି ଦିନ ତେଳେ ବେଙ୍ଗାଲୁରୁରୁ ଫେରିଥିଲେ । ମହିଳା ଜଣକ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । କୋରୋନା ରିପୋର୍ଟ ଆସିବାରେ ବିଳମ୍ବ ହେବାରୁ ମହିଳା ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଜୁନ 28ରେ ମହିଳା ,ତାଙ୍କ ସ୍ବାମୀ ଓ 8 ବର୍ଷର ପୁଅ ବିମାନ ଯୋଗେ ବେଙ୍ଗାଲୁରୁରୁ ହାଇଲାକାଣ୍ତିକୁ ଫେରିଥିଲେ । ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ଏପରିକି ତିନି ଜଣଙ୍କର ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସ୍ବାମୀ ଓ ପୁଅଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ବୈଷୟିକ ତ୍ରୃଟି ଯୋଗୁଁ ମହିଳାଙ୍କ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିଲା । କିନ୍ତୁ ମହିଳାଙ୍କ ଆତ୍ମହତ୍ୟା ପରେ ତାଙ୍କର ରାପିଡ ଆଣ୍ଟିଜେନଟେଷ୍ଟ କରାଯାଇଥିଲା । ଆଉ ଯାହାର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ଅଧିକ ସୁନିଶ୍ଚିତ ହେବା ପାଇଁ ମହିଳାଙ୍କ ସ୍ବାବ ସଂଗ୍ରହ କରାଯାଇ ସିଲଚର ମେଡିକାଲ କଲେଜ ଏବଂ ହସପିଟାଲକୁ ଆରଟି ପିସିଆର ପରୀକ୍ଷା ପାଇଁ ପଠାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.