ETV Bharat / bharat

ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ - ପ୍ରାର୍ଥୀ

2019 ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । କାଁ ଭାଁ ଗଣ୍ଡଗୋଳ ଏବଂ ହିଂସାକାଣ୍ଡକୁ ଛାଡି ଦେଲେ ଗୁରୁବାରର ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 11, 2019, 7:35 PM IST

ନୂଆଦିଲ୍ଲୀ: 2019 ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । କାଁ ଭାଁ ଗଣ୍ଡଗୋଳ ଏବଂ ହିଂସାକାଣ୍ଡକୁ ଛାଡି ଦେଲେ ଗୁରୁବାର ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ରହିଛି । କିଛି ସମୟ ପୂର୍ବରୁ ବନ୍ଦ ହୋଇଛି ମତଦାନ । ଏହା ସହିତ ଇଭିଏମ ମଧ୍ୟରେ ସିଲ ହୋଇ ରହିଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଯାହାର ଫଳାଫଳ ଆସନ୍ତା ମେ 23 ତାରିଖରେ ପ୍ରକାଶ ପାଇବ ।

ଗୁରୁବାର 18ଟି ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ 91ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ କରାଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଆଜି ଯେଉଁ ଆସନ ପାଇଁ ଭୋଟଗ୍ରହଣ କରାଯାଇଛି ସେଠାରୁ ବିଭିନ୍ନ ଦଳର ହେଭିୱେଟ ପ୍ରତିଦ୍ବନ୍ଦିତା କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୋଟ 1300 ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଭୋଟ ଗ୍ରହଣ ପାଇଁ 1,70,000 ପୋଲିଂ ବୁଥର ବ୍ୟବସ୍ଥା କରାଯାଇଛି ।

ସକାଳ 7ଟାରୁ ଆରମ୍ଭ ହୋଇଯାଇଥିଲା ମତଦାନ । ଯାହା ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିଥିଲା । ସୁରକ୍ଷା କାରଣରୁ କେତେକ ଲୋକସଭା ଆସନରେ ସ୍ବାଭାବିକ ସମୟଠାରୁ ବହୁ ପୂ୍ର୍ବରୁ ମତଦାନ ଶେଷ ହୋଇଯାଇଛି । ଏହି ଆସନ ମଧ୍ୟରେ ରହିଛି ଉତ୍ତର-ପୂର୍ବ ରାଜ୍ୟ ଅଧିନସ୍ଥ ଲୋକସଭା ଏଭଂ ଛତିଶଗଡର ବସ୍ତର ଆସନ ।

ଏଥର କେତେକ ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ସେମାନଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସର ରେଣୁକା ଚୌଧୁରୀ, ଟିଆରଏସର କେ. କବିତା, ୱାଇଏସଆର କଂଗ୍ରେସର ମଡୁଗଲା ଭେନୁଗୋପାଳ, ଟିଡିପି ସୁପ୍ରିମୋ ଏନ ଚନ୍ଦ୍ରାବାବୁ ନାଇଡୁ ଏବଂ ତାଙ୍କ ପୁଅ ନାରା ଲୋକେଶ । ଉଭୟ ବିଧାୟକ ପ୍ରାର୍ଥୀ ଭାବେ 2019 ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।

ସେହିପରି ଦେଶର କମଳା ସହର କୁହାଯାଉଥିବା ମହାରାଷ୍ଟ୍ରର ନାଗପୁରରୁ ବରିଷ୍ଠ ବିଜେପି ନେତା ନୀତିନ ଭାଇ ଗଡକରୀ, ଚନ୍ଦ୍ରପୁରରୁ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହିର, ଗାଜିଆବାଦରୁ ଜେନେରାଲ ବିକେ ସିଂହ, ଗୌତମବୁଦ୍ଧ ନଗରରୁ ମହେଶ ଶର୍ମା, ମୁଜାଫରନଗରରୁ ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ଅଜିତ ସିଂହ ପ୍ରମୁଖ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି ବାଗପତ ଆସନରୁ ଅଜିତ ସିଂହଙ୍କ ପୁଅ ଜୟନ୍ତ ସିଂହ ପ୍ରତିଦ୍ବନ୍ଦିତା କରୁଛନ୍ତି ।

Intro:Body:

aljkuias

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.