ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନରେ ଲୋକସଭାରେ ବିଭିନ୍ନ ପ୍ରସଙ୍ଗ ଉପରେ ଜୋରଦାର ବିତର୍କ ହୋଇଥିଲା । ଏହା ମଧ୍ୟରେ ମଥୁରା ମାଙ୍କଡଙ୍କ ସମସ୍ୟା କଥା ଉଠାଇଥିଲେ ମଥୁରା ସାଂସଦ ତଥା ଅଭିନେତ୍ରୀ ହେମାମାଳିନୀ । ଏହାସହ ଜନବସିତ ମୁହାଁ ମାଙ୍କଡ ଓ ସେମାନଙ୍କ ଦ୍ବାରା ଉତ୍ପନ୍ନ ବିଭିନ୍ନ ସମସ୍ୟାକୁ ଗମ୍ଭୀରତାର ସହ ବିଚାରକୁ ନେବା ପାଇଁ ସେ କହିଛନ୍ତି । ଏଥିସହ ସରକାରଙ୍କୁ ବାନରଙ୍କ ପାଇଁ ସଫାରୀ ଦାବି ଉପସ୍ଥାପନ କରିଛନ୍ତି ।
ଲୋକସଭାରେ ଗୁରୁବାର ହେମାମାଳିନୀ ମଥୁରାରେ ମାଙ୍କଡଙ୍କ ଉଗ୍ର ଉତ୍ପାତ କଥା ରଖିଛନ୍ତି । ଆଗରୁ ପର୍ଯ୍ୟାପ୍ତ ଜଙ୍ଗଲ ରହଥିଲା । ଏବେ ଜଙ୍ଗଲ କ୍ଷୟ ଫଳରେ ଜନବସତି ମୁହାଁ ହେଉଛନ୍ତି ବାନର ଦଳ । ଫଳରେ ଖାଦ୍ୟ ସନ୍ଧାନରେ ଲୋକଙ୍କ ଘରେ ପସିବା ଫଳରେ ନାନାଦି ଅଘଟଣ ଘଟୁଛି । ବୃନ୍ଦାବନ ଭଳି ତୀର୍ଥସ୍ଥଳୀରେ ଏବେ ଲୋକଙ୍କ ପାଇଁ ମାଙ୍କଡଙ୍କ ସବୁଠାରୁ ଅଧିକ ବିପଦ ସାଜିଛନ୍ତି ।
ଏହାସହ ମାଙ୍କଡଙ୍କ ରୋଗ ସମ୍ବନ୍ଧରେ ମଧ୍ୟ ସେ ଆଲୋକପାତ କରିଛନ୍ତି । ମାଙ୍କଡଙ୍କ ଦ୍ବାରା ଫ୍ରୁଟି, ସିଙ୍ଗଡା ଇତ୍ୟାଦି ଲୋକଙ୍କ ଠାରୁ ଖାଇବା ଦ୍ବାରା ରୋଗ ବଢୁଛି । ଏହାସହ ଏଥିରେ ବ୍ୟତିବ୍ୟସ୍ତ ହୋଇ ମାଙ୍କଡ ଲୋକ ମାନଙ୍କୁ ଆକ୍ରମଣ କରିବା ଘଟଣା ଦିନକୁ ଦିନ ବଢିବାରେ ଲାଗୁଛି । ମନୁଷ୍ୟ ମାନଙ୍କ ଭଳି ଜୀବଜନ୍ତୁଙ୍କ ମଧ୍ୟ ରହିବା ପାଇଁ ଅଧିକାର ରହିଛି ।
ମାଙ୍କଡଙ୍କ ସୁରକ୍ଷା ଓ ସାଧାରଣ ଜନତାଙ୍କ ସୁବିଧା ପାଇଁ ସରକାର ମାଙ୍କଡ ସଫାରୀ ସୃଷ୍ଟି କରିବା ସୁନିଶ୍ଚିତ ବୋଲି ସେ କହିଛନ୍ତି । ମାଙ୍କଡ ଆକ୍ରମଣ ଉପରେ ମଥୁରା ସାଂସଦଙ୍କୁ, ସାଂସଦ ଚିରାଗ ପାଶୱାନ ଓ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ସମର୍ଥନ କରିଥିଲେ । ଏହାସହ ଏଥିପ୍ରତି କେନ୍ଦ୍ର ସରକାରଙ୍କୁ ଧ୍ୟାନ ଦେବା ପାଇଁ ପ୍ରସ୍ତାବ ରଖିଥିଲେ।