ETV Bharat / bharat

କର୍ଣ୍ଣାଟକରେ ବାର ଓ ହୋଟେଲରେ ମିଳିବ ମଦ, ରହିଛି ଏମିତି ସର୍ତ୍ତ

ଦୋକୋନା ପରେ ଏବେ ବାର ଓ ହୋଟେଲରେ ମିଳିବ ମଦ । କର୍ଣ୍ଣାଟକ ସରକାର ସର୍ତ୍ତ ରଖି ଦେଲେ ଅନୁମତି । ଅଧିକ ପଢନ୍ତୁ...

କର୍ଣ୍ଣାଟକରେ ବାର ହୋଟେଲରେ ମିଳିବ ମଦ, ରହିଛି ଏମିତି ସର୍ତ୍ତ

author img

By

Published : May 9, 2020, 4:39 PM IST

ବେଙ୍ଗାଲୁରୁ: କୋରୋନା ଭାଇରସ କାରଣରୁ ଜାରି ରହିଥିବା ଲକଡାଉନରେ କେବଳ ଦୋକାନ ମାନଙ୍କରେ ମଦ ବିକ୍ରି ପାଇଁ ଅନୁମତି ମିଳିଛି । ହେଲେ କର୍ଣ୍ଣାଟକ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଶନିବାର ଅର୍ଥାତ୍ ମେ 9 ରୁ 17 ମେ ପର୍ଯ୍ୟନ୍ତ ରାଜ୍ୟର ଷ୍ଟାଣ୍ଡଏଲୋନ କ୍ଲବ, ବୋର୍ଡିଂ ହୋଟେଲ ଏବଂ ବାର ଗୁଡ଼ିକରେ ମଦ ବିକ୍ରି କରାଯିବ । ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରହିଛି ।

ସେଥିପାଇଁ ସକାଳ 9 ଟାରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ବିକ୍ରି ହୋଇପାରିବ । ବାର୍, ହୋଟେଲ କିମ୍ବା କ୍ଲବରେ କେହି ରହି ମଦ୍ୟପାନ କରିପାରିବେ ନାହିଁ । କେବଳ ମଦ କ୍ରୟ କରି ସାଙ୍ଗରେ ନେଇ ଆସିବାକୁ ଅନୁମତି ଦିଆଯାଇଛି । ମଦ ନେବା ସମୟରେ ମାସ୍କ ଓ ସୋସିଆଲ ଡିଷ୍ଟାନ୍ସିଂ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ କର୍ଣ୍ଣାଟକରେ ଲକଡାଉନ 3ୟ ପର୍ଯ୍ୟାୟର ପ୍ରଥମ ଦିନରେ ସୋମବାର 45 କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। ଏହା ପରେ ଦ୍ୱିତୀୟ ଦିନରେ ଅର୍ଥାତ୍ ମଙ୍ଗଳବାର 197 କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। ବୁଧବାର କର୍ଣ୍ଣାଟକ ସରକାର ମଦ୍ୟପାନ ଉପରେ ଏକ୍ସାଇଜ୍ ଡ୍ୟୁଟି 11 ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଦ୍ବାରା ରାଜସ୍ୱ ବୃଦ୍ଧି ହୋଇପାରିବ।

ବଜେଟରେ ମଧ୍ୟ ମଦ ଉପରେ ଏକ୍ସାଇଜ୍ ଡ୍ୟୁଟି 6 ପ୍ରତିଶତ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ସରକାରଙ୍କୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ 'ଆମେ ଏକ୍ସାଇଜ୍ ଡ୍ୟୁଟି 11 ପ୍ରତିଶତ ବୃଦ୍ଧି କରିଛୁ। ଏହା ବଜେଟରେ ବୃଦ୍ଧି ସହିତ ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.