ନୂଆଦିଲ୍ଲୀ: ଆଜି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ପ୍ରବାସୀ ଶ୍ରମିକଙ୍କ ଫୋଟକୁ ନେଇ ଏକ ଟ୍ବିଟ କରିଥିଲେ । ଯାହାର କ୍ୟାପସନ ଥିଲା ୱିଣ୍ଡୋଜ ଅଫ ହୋପ ବା ଆଶାର ଝରକା । ଏହି ଚିତ୍ରରେ ରାଜସ୍ଥାନର ଯୋଧପୁର ଅଭିମୁଖେ ଯାଉଥିବା ଅନେକ ପ୍ରବାସୀ ଶ୍ରମିକ ଥିଲେ । କର୍ଣ୍ଣାଟକର ହବବାଲି ରେଳ ଷ୍ଟେସନରୁ ବନ୍ଦ ଝରକା ବାହାରକୁ ହାତ ହଲାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ରେଳବାଇଇର କର୍ମଚାରୀମାନଙ୍କୁ ବିଶ୍ୱବ୍ୟାପୀ ସଙ୍କଟ ସମୟରେ ମଧ୍ୟ ନାଗରିକଙ୍କ ସେବାରେ ପୂର୍ଣ୍ଣ ଭକ୍ତି ସହ କାର୍ଯ୍ୟ କରିଥିବାରୁ ପ୍ରଶଂସା କରିଛନ୍ତି । ମେ ମାସ ଆରମ୍ଭରୁ ପ୍ରତ୍ୟେକ ସେବାରେ 1200 ଯାତ୍ରୀଙ୍କୁ ନେଇ 800 ଶ୍ରାମିକ ସ୍ୱତନ୍ତ୍ର ଟ୍ରେନ୍ ପ୍ରାୟ 10 ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରିଆସିଛି । ଯେଉଁମାନେ ତାଲାବନ୍ଦ ସମୟରେ ଫସିରହିଥିଲେ । ଏବଂ ଏହି ସେବା ଦ୍ବାରା ସେମାନେ ତାଙ୍କ ଘରକୁ ଫେରିଆସିଛନ୍ତି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।
ହଜାର ହଜାର ପ୍ରବାସୀ ଶ୍ରମିକ ଶହ ଶହ ମାଇଲ ପର୍ଯ୍ୟନ୍ତ ପାଦରେ ଘରକୁ ଯିବା, ତ ପୁଣି ଦୁର୍ଘଟଣାରେ ଦଶ ହଜାର ଶ୍ରମିକ ମୃତ୍ୟୁ ବରମ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦୁନିଆର ସବୁଠୁ ବଡ ଟ୍ରେନ୍ ନେଟୱାର୍କ ସହିତ ଦେଶରେ ରେଳ କାର୍ଯ୍ୟ ମଙ୍ଗଳବାର ଠାରୁ ଧୀରେ ଧୀରେ କାର୍ଯ୍ୟ ଆରମ୍ଭ କରିଛି ।
ପ୍ରାୟ 30 ଟି ଟ୍ରେନ୍ ଯାତ୍ରା ଯଥା 15 ପେୟାର ବିଶିଷ୍ଟ ରିଟର୍ନ ଟ୍ରିପ ନୂଆଦିଲ୍ଲୀରୁ ମୁମ୍ବାଇ, ବାଙ୍ଗାଲୋର ଏବଂ ଚେନ୍ନାଇ ସମେତ ଅନ୍ୟ ସହରକୁ ଯିବାକୁ ଯୋଜନା କରାଯାଇଛି ବୋଲି ରେଳ ମନ୍ତ୍ରଣାଳୟ ରବିବାର ବିଳମ୍ବରେ କହିଛି।